fbpx

One-Nation-One-Election:କୋବିନ୍ଦ କମିଟି ରାଷ୍ଟ୍ରପତିଙ୍କୁ ପ୍ରଦାନ କଲେ ୧୮,୬୨୬ ପୃଷ୍ଠାର ରିପୋର୍ଟ

ନୂଆଦିଲ୍ଲୀ:ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଦେଶ ଏକ ନିର୍ବାଚନ ଉପରେ ଉଚ୍ଚସ୍ତରୀୟ କମିଟି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଓ ତାଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ରିପୋର୍ଟ ମୋଟ ୧୮,୬୨୬ ପୃଷ୍ଠାର ଅଟେ । ୨ ସେପ୍ଟେମ୍ବର ୨୦୨୩ରେ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଥିଲା । ୧୯୧ ଦିନର ରିସର୍ଚ୍ଚ ପରେ ଏହି ରିପୋର୍ଟ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି ।

ଏହି ରିପୋର୍ଟ ଲୋକସଭା, ରାଜ୍ୟ ବିଧାନସଭା ଓ ସ୍ଥାନୀୟ ପ୍ରତିନିଧି ସଭା ପାଇଁ ନିର୍ବାଚନ କରିବା ପାଇଁ ଏକକ ମତଦାତା ତାଲିକା ଉପରେ ବି ଧ୍ୟାନ ଆକର୍ଷଣ କରୁଛି । ଏବେ ଲୋକସଭା ଓ ବିଧାନସଭା ନିର୍ବାଚନ ଲାଗି ଅଲଗା ମତଦାତା ସୂଚୀ ପ୍ରସ୍ତୁତ କରାଯାଉଛି । ସେହିପରି ସ୍ଥାନୀୟ ନଗର ନିଗମ ଓ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ତତ୍ତ୍ୱାବଧାନରେ ମତଦାତା ତାଲିକା ରହିଛି ।

ଏହି ରିପୋର୍ଟରେ ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ବିଷୟରେ କୁହାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ନଗରପାଳିକା, ପଞ୍ଚାୟତ ନିର୍ବାଚନକୁ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ସହ ଯୋଡିବା ବିଷୟରେ କୁହାଯାଇଛି । ନଗରପାଳିକା ଓ ପଞ୍ଚାୟତ ନିର୍ବାଚନ ଲୋକସଭା ଓ ବିଧାନସଭା ନିର୍ବାଚନର ୧୦୦ଦିନ ମଧ୍ୟରେ ଅନୁଷ୍ଠିତ ହେବାକୁ ରିପୋର୍ଟରେ କୁହାଯାଇଛି ।

Get real time updates directly on you device, subscribe now.