ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ପଦ ପୂୂରଣ ପାଇଁ ବର୍ତ୍ତମାନ ଏକାଧିକ ସଂସ୍ଥା ତରଫରୁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିବା ବେଳେ ପୁଣି ଆସିଛି ଏକ ବଡ଼ ସୁଯୋଗ । ଓଡ଼ିଶା ମହାକାଶ ପ୍ରୟୋଗ କେନ୍ଦ୍ର (ଓରସାକ) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିପାରିବେ । ପ୍ରାର୍ଥୀଙ୍କୁ ଏଥିରେ ଅଫଲାଇନରେ ଆବେଦନ କରିବାକୁ ପଡ଼ିବ । ଆସନ୍ତା ୩୦ ତାରିଖ ଆବେଦନର ଅନ୍ତିମ ତାରିଖ ରହିଛି ।
ରାଜ୍ୟ ସରକାରଙ୍କ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ବିଭାଗ ଅଧିନରେ ଥିବା ଓରସାକରେ ସାଇଣ୍ଟିଷ୍ଟ ‘ସି’ ପଦ ପୂରଣ କରାଯିବ । ମୋଟ ୬ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ସ୍କେଲ ପେ’ ୫୬,୧୦୦/- ରୁ ୧,୭୭,୫୦୦/- ଲେବଲ-୧୨ ଅନୁସାରେ ବେତନ ପ୍ରଦାନ କରାଯିବ । ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ଭଳି ପ୍ରାଥୀଙ୍କୁ ମହଙ୍ଗା ଭତ୍ତା (ଡିଏ), ଘର ଭଡ଼ା ଭତ୍ତା (ଏଚଆରଏ) ପ୍ରଦାନ କରାଯିବ । ପ୍ରାର୍ଥୀ କୌଣସି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟରୁ ସାଇନ୍ସ / ବି.ଇରେ ପୋଷ୍ଟ-ଗ୍ରାଜୁଏଟ ଡିଗ୍ରୀ ହାସଲ କରିଥିବେ । ପ୍ରାର୍ଥୀଙ୍କର କାର୍ଯ୍ୟ କ୍ଷେତ୍ରରେ ୫ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । ଗଠନ କରାଯାଇଥିବା ଚୟନ କମିଟି ଦ୍ୱାରା ପ୍ରାର୍ଥୀଙ୍କୁ ସିଲେକ୍ଟ କରାଯିବ ।
ନୋଟିଫିକେସନ ଲିଙ୍କ: https://orsac.odisha.gov.in/pdf/Advt.%20for%20Sc.pdf