fbpx
BJD SKY
BJD SKY

ଭାରତ ନା ଚୀନ? କେଉଁ ଦେଶରେ ଅଧିକ ଅମଳ ହୁଏ ଆଳୁ? ଏହା ଅନେକ ଦେଶକୁ କରିଥାଏ ରପ୍ତାନୀ

BJD

ନୂଆଦିଲ୍ଲୀ: ଭାରତରେ ଆଳୁ ବହୁ ପରିମାଣରେ ଚାଷ ହୋଇଥାଏ । ଏହି ସମୟରେ ଚାଷ ଜମିରେ ଅନେକ ମାତ୍ରାରେ ଆଳୁ ଖୋଳା ଚାଲିଛି ଏବଂ ଆଳୁକୁ ବଜାର ଏବଂ କୋଲ୍ଡ ଷ୍ଟୋରକୁ ପଠାଯାଉଛି । ହେଲେ ଆପଣ ଜାଣିଛନ୍ତି କି କେଉଁ ଦେଶରେ ସବୁଠାରୁ ଅଧିକ ଆଳୁ ହୋଇଥାଏ?

ତେବେ ସବୁଠାରୁ ଅଧିକ ଆଳୁ ଚୀନରେ ଉତ୍ପାଦନ ହୋଇଥାଏ । ଚୀନ ପରେ ରୁଷ ଏବଂ ଭାରତର ସଂଖ୍ୟା ଆସିଥାଏ । ୨୦୨୩ ବର୍ଷ ଚୀନରେ ୨୦୭.୨ ମିଲିୟନ ଟନ ଏବଂ ଭାରତରେ ୫୩.୭ ମିଲିୟନ ଟନ ଆଳୁର ଉତ୍ପାଦନ ହୋଇଥିଲା । ଭାରତ ଏବଂ ଚୀନ ମିଶି ଦୁନିଆର ୩୬ ପ୍ରତିଶତ ଆଳୁ ଉତ୍ପାଦନ କରନ୍ତି ।

ରିପୋର୍ଟ ମୁତାବକ ଚୀନ ପକ୍ଷରୁ ରୁଷ, ଜାପାନ, ଦକ୍ଷିଣ କୋରିଆ ଏବଂ ଭିଏତନାମାକୁ ଆଳୁ ରପ୍ତାନୀ କରାଯାଇଥାଏ । ସେହିପରି, ଭାରତ ନେପାଳ, ବାଲାଂଦେଶ, ଶ୍ରୀଲଙ୍କା, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ବ୍ରିଟେନକୁ ଆଳୁ ରପ୍ତାନୀ କରେ ।

Get real time updates directly on you device, subscribe now.