fbpx
BSKY SKY
BSKY SKY

(video)ଏମିତି ଅବସ୍ଥାରେ ବିକ୍ରୀ ହେଉଛି ଆପଣଙ୍କ ପ୍ରିୟ ନୁଡୁଲ୍ସ, ଭିଡିଓ ଦେଖି ଆପଣ ବି ହୋଇଯିବେ ତାଜୁବ

BSKY

ଓଡ଼ିଶା ଭାସ୍କର: ପିଲା ଠାରୁ ବୁଢା ପର୍ଯ୍ୟନ୍ତ ମ୍ୟାଗି ନୁଡୁଲ୍ସ ସମସ୍ତଙ୍କର ବହୁତ ପସନ୍ଦ । ଏହା ବନାଇବା ଯେତିକି ସହଜ ସେତିକି କମ୍ ସମୟ ମଧ୍ୟରେ ମଧ୍ୟ ଏହା ପ୍ରସ୍ତୁତ ହୋଇଯାଏ । ଆପଣଙ୍କୁ ହଠାତ୍ ଭୋକ ଲାଗିଲେ ଓ ଆପଣଙ୍କ ପାଖରେ ଆଉ କିଛି ସେପରି ଖାଇବାକୁ ନ ଥିଲେ ଆପଣ ମ୍ୟାଗିକୁ ହିଁ ପସନ୍ଦ କରିଥାନ୍ତି । କେବଳ ଆମେ ନୁହଁନ୍ତି ଦେଶର ଅଧା ଜନସଂଖ୍ୟା ଏହି ମ୍ୟାଗି ଖାଇ ନିଜର ଭୋକ ମେଣ୍ଟାଇଥାନ୍ତି । ତେବେ ଆମେ ନୁଡୁଲ୍ସ ବିଷୟରେ ଏଠି କହିବା ପଛରେ କାରଣ ହେଉଛି ଏବେ ସୋସିଆଲ ମିଡିଆରେ ଏହା ସହ ଜଡିତ ଏକ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ଭାଇରାଲ୍ ଭିଡିଓରେ ଜଣେ ବ୍ୟକ୍ତି ଠେଲାରେ କିଛି ବିକ୍ରୀ କରୁଥିବାର ନଜର ଆସୁଛି । ବ୍ୟକ୍ତି ଜଣକ ଏହାକୁ ପନିପରିବା ପରି ଠେଲାରେ ରଖି ବିକ୍ରୀ କରୁଛନ୍ତି । ଏହା ଉପରେ କିଛି କଭର ବି କରିନାହାନ୍ତି । ତେବେ ଏହା ଆଉ କିଛି ନୁହେଁ ଏହା ହେଉଛି ଆପଣଙ୍କ ପ୍ରିୟ ନୁଡୁଲ୍ସ ଯାହାକୁ ବ୍ୟକ୍ତି ଜଣକ କିଲୋ ହିସାବରେ ବିକ୍ରୀ କରୁଛନ୍ତି । ଆପଣ ଏ ପର୍ଯ୍ୟନ୍ତ ପ୍ୟାକେଟ୍‌ରେ ନୁଡୁଲ୍ସ ବିକ୍ରୀ ହେଉଥିବାର ଦେଖି ଆସିଛନ୍ତି । କିନ୍ତୁ ଠେଲା ଗାଡିରେ ନୁଡୁଲ୍ସ ବିକ୍ରୀ ହେବା ଏହା ପୂର୍ବରୁ କେବେ ଦେଖି ନ ଥିବେ ।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ chatore_broothers ନାମକ ଆକାଉଣ୍ଟରୁ ସେୟାର କରାଯାଇଛି । ଭିଡିଓକୁ ୭ ଲକ୍ଷ ୪୧ ହଜାରରୁ ଅଧିକ ଲୋକ ଲାଇକ୍ କଲେଣି । ଜଣେ ୟୁଜର ଏହା ଉପରେ କମେଣ୍ଟ କରି ଲେଖିଛନ୍ତି, କିଛି ଧୂଳି ଓ ପ୍ରଦୂଷଣ ସହିତ ନୁଡୁଲ୍ସ । ଅନ୍ୟ ଜଣେ ଲେଖିଛନ୍ତି ଏହା ତ ଏକ୍ସପାୟାରଡ ଜିନିଷ ହୋଇଥିବ ।

Get real time updates directly on you device, subscribe now.