fbpx

ରାଜନୀତିକୁ ଓହ୍ଲାଇଲେ ରାମ ଗୋପାଳ ବର୍ମା, ଜାଣନ୍ତୁ କେଉଁଠୁ ଓ କେଉଁ ଦଳରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ସମୟ ଯେତେ ପାଖେଇ ଆସୁଛି ରାଜନୈତିକ ଚିତ୍ରପଟ୍ଟରୁ ସେତେ ନୂଆ ନୂଆ ଖବରମାନ ସାମ୍ନାକୁ ଆସିବାରେ ଲାଗିଛି । ଏହି କ୍ରମରେ ଏକ ବଡ ଖବର ସାମ୍ନାକୁ ଆସିବାରେ ଲାଗିଛି । ପ୍ରସିଦ୍ଧ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବର୍ମା ଆନ୍ଧ୍ରପ୍ରଦେଶ ପିଥାପୁରମ୍ ସିଟ୍‌ରୁ ଆଗାମୀ ନିର୍ବାଚନ ଲଢିବେ ବୋଲି ସୂଚନା ମିଳିଛି । ନିଜେ ରାମ ଗୋପାଳ ବର୍ମା ଏ ବିଷୟରେ ଏକ୍ସରେ ଘୋଷଣା କରିଛନ୍ତି ।

ତେବେ ତାଙ୍କର ଏହି ଘୋଷଣା ସମସ୍ତଙ୍କୁ ଚକିତ କରିଛି । କାରଣ ଏହି ସିଟ୍‌ରୁ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ତାରକା ପବନ କଲ୍ୟାଣ ନିର୍ବାଚନ ଲଢୁଛନ୍ତି । ଏପରି ସ୍ଥିତିରେ ଉଭୟଙ୍କ ମଧ୍ୟରେ କଡା ଟକ୍କର ହେବ ନିଶ୍ଚୟ । କିନ୍ତୁ ରାମ ଗୋପାଳ ବର୍ମା କେଉଁ ଦଳରୁ ନିର୍ବାଚନ ଲଢୁଛନ୍ତି ସେ ବିଷୟରେ ଏବେ କିଛି ସୂଚନା ମିଳିନାହିଁ ।

ତେବେ ରାମ ଗୋପାଳ ବର୍ମା ଏକ୍ସରେ ପୋଷ୍ଟ ସେୟାର କରି ଲେଖିଛନ୍ତି କି, ଏହା ତାଙ୍କର SUDDEN DECISION । ମୁଁ ଏହି ସୂଚନା ଆପଣମାନଙ୍କ ସହ ସେୟାର କରି ବହୁତ ଖୁସି କି ମୁଁ ପିଥାପୁରମରୁ ନିର୍ବାଚନ ଲଢିବାକୁ ଯାଉଛି । ଫିଲ୍ମନିର୍ମାତାଙ୍କ ଏହି ପୋଷ୍ଟକୁ ନେଇ ଇଣ୍ଟରନେଟ୍ ୟୁଜର୍ସଙ୍କ ପକ୍ଷରୁ ପ୍ରତିକ୍ରିୟାର ସୁଅ ଛୁଟିବାରେ ଲାଗିଛି । ବହୁ ୟୁଜର୍ସ ତାଙ୍କୁ ଏଥିନେଇ ଶୁଭେଚ୍ଛା ଜଣାଇଛନ୍ତି ଓ ସେ କେଉଁ ଦଳରୁ ଲଢିବେ ବୋଲି ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.