ଗବେଷକଙ୍କ ମତରେ ସପ୍ତାହକୁ ମାତ୍ର ଗୋଟିଏ ଦିନ ଉପବାସ ନିହାତି କରିବା ଜରୁରୀ, ଜାଣନ୍ତୁ ଏହାର ଫାଇଦା

ଉପବାସ କରିବା କେବଳ ଆଧ୍ୟାତ୍ମିକ ଭାବରେ ଆବଶ୍ୟକ ନୁହେଁ । ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଆବଶ୍ୟକ । ହିନ୍ଦୁ ଧର୍ମରେ କୌଣସି ନା କୌଣସି ପୂଜା ପର୍ବ ବର୍ଷ ବର୍ଷ ଧରି ଚାଲିଥାଏ । ଏହାର ଅନେକ ଗୁଡିଏ ଲାଭ ମଧ୍ୟ କୁହାଯାଇଛି । ମେଡିକାଲ ସାଇନ୍ସ ରେ ଇଣ୍ଟର ମିଡିଏଟ ଫାଂଷ୍ଟିଙ୍ଗ କୁ ନେଇ ଅନେକ ଗୁଡିଏ ଗବେଷଣା କରାଯାଇଛି । ଅନେକ ଗବେଷକ ଉପବାସ କୁ ଶରୀର ପାଇଁ ହିତକର ମଧ୍ୟ କହିଛନ୍ତି । ଗବେଷକ ଙ୍କ ମତରେ ସପ୍ତାହ କୁ ମାତ୍ର ଗୋଟିଏ ଦିନ ଉପବାସ ନିହାତି କରିବା ଜରୁରୀ । ଆସନ୍ତୁ ଜାଣିବା ସପ୍ତାହ କୁ ଗୋଟିଏ ଦିନ ଉପବାସ କରିବା ଦ୍ୱାରା କେଉଁସବୁ ଲାଭ ମିଳିଥାଏ ।

ସପ୍ତାହ ରେ ଗୋଟିଏ ଦିନ ଉପବାସ କରିବାର ପ୍ରଭାବ –
ଯେତେବେଳେ ଆମେ ସପ୍ତାହ ରେ ଗୋଟିଏ ଦିନ ଉପବାସ କରିଥାଉ ଓ ୨୪ ଘଣ୍ଟା ଭୋଜନ କରିନଥାଉ, ସେତେବେ ଆମ ଏନର୍ଜି ପାଇଁ ଶରୀର ରେ ଜମା ରହିଥିବା ଫ୍ୟାଟ କାମରେ ଆସିଥାଏ । ଏହି ଉପବାସ ସମୟ ରେ ଆମେ କୌଣସି ଖାଦ୍ୟ ଗ୍ରହଣ ନକରି କେବଳ ଜଳ ଗ୍ରହଣ କରିବା ଜରୁରୀ । ଯଦି ଆମେ ଚାହିଁବା ତେବେ ଯେ କୌଣସି କ୍ୟାଲୋରୀ ବିହୀନ ଡ୍ରିଂକ୍ସ ସେବନ କରିପାରିବା l

– ଆଣେ ରିସର୍ଚ୍ଚ ରୁ ଜଣା ପଡିଛି ଯେ ଏପରି କରିବା ଦ୍ୱାରା ଓଜନ ହ୍ରାସ ହୋଇଥାଏ ଓ ଆମ ମେଟାବୋଲିଯିମ ଉପରେ ସକାରାତ୍ମକ ପ୍ରଭାବ ପଡିଥାଏ । ଏହାଛଡା ହାର୍ଟ ର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ହିତକର ।

କଣ ଉପବାସ ରେ ଓଜନ ହ୍ରାସ ହୋଇଥାଏ –
– ଗବେଷକ ଙ୍କ ମତରେ ସପ୍ତାହ ରେ ଗୋଟିଏ ଦିନ ଉପବାସ ରହିବ ଦ୍ୱାରା ଓଜନ ହ୍ରାସ ପାଇଁ ସାହାଯ୍ୟ ମିଳିଥାଏ । କିନ୍ତୁ ଏଥିପାଇଁ ଠିକ ଉପାୟ ଜଣାଥିବା ଜରୁରୀ । ଉପବାସ ସମୟରେ ଅଧିକ ରୁ ଅଧିକ ପାଣି ପିଇବା ଜରୁରୀ ଯାହାକି ପରିଶ୍ରା ମାଧ୍ୟମ ରେ ଶରୀର ଡ଼ିଟକ୍ସ ହୋଇଥାଏ।

– ୨୪ ଘଣ୍ଟା ପର୍ଯ୍ୟନ୍ତ ଉପବାସ ରହିବ ଦ୍ୱାରା ହାର୍ଟ ମଧ୍ୟ ସୁସ୍ଥ ରହିଥାଏ । ଏହି ଅଧ୍ୟୟନ ରେ ଜୀବଜନ୍ତୁ ଙ୍କୁ ନିଆଯାଇ ଅଧ୍ୟୟନ କରାଯାଇ ଥିଲା । ଯେଉଁଥିରେ ଜଣା ପଡିଥିଲା ଯେ ସପ୍ତାହ କୁ ଠାରେ ଉପବାସ କରିବା ଦ୍ୱାରା କ୍ୟାନ୍ସର ଭଳି ମାରାତ୍ମକ ବ୍ୟାଧି ରୁ ଦୁରେଇ ହୋଇ ରହିବା ।