ନୂଆଦିଲ୍ଲୀ: ଝାଡଖଣ୍ଡ ଚାଇବାସା ସ୍ଥିତ ଏମ୍ପି ଏମ୍ଏଲଏ ସ୍ପେସିଆଲ କୋର୍ଟ କଂଗ୍ରେସର ପୂର୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ୨୭ ମାର୍ଚ୍ଚ ୨୦୨୪ରେ ସଶରୀରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଏହି ମାମଲା ୨୦୧୮ର ଅଟେ । ଏହି ସମୟରେ ରାହୁଲ ଗାନ୍ଧୀ ବିଜେପିକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ଯାହାକୁ ନେଇ ଚାଇବସାରେ ବିଜେପି ନେତା ପ୍ରତାପ କଟିଆର ଚାଇବସା କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ ।
ଏହି ମାମଲାକୁ ରାଞ୍ଚିର ଏମ୍ପି ଏମ୍ଏଲ୍ଏ କୋର୍ଟକୁ ସ୍ଥାନାନ୍ତର କରି ଦିଆଯାଇଥିଲା । କିନ୍ତୁ ପୁନଃ ଚାଇବସାରେ ଏମ୍ପି ଏମ୍ଏଲ୍ଏ କୋର୍ଟ ଆରମ୍ଭ ହେବା ପରେ ଏହାକୁ ସେଠାକୁ ସ୍ଥାନାନ୍ତର କରି ଦିଆଯାଇଥିଲା । ବିଜେପି ନେତା ପ୍ରତାପ କଟିଆରଙ୍କ ଓକିଲ କହିଛନ୍ତି ଏହି ମାମଲାରେ ଏପ୍ରିଲ ୨୦୨୨ରେ ଚାଇବସା ଏମ୍ପି ଏମ୍ଏଲ୍ଏ କୋର୍ଟ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଜାମିନଯୁକ୍ତ ୱାରେଣ୍ଟ ଜାରି କରିଥିଲେ । କିନ୍ତୁ ରାହୁଲ ଗାନ୍ଧୀ ଏହାକୁ ଅଣଦେଖା କରିଥିଲେ । ଏହାପରେ୨୭ ଫେବୃୟାରୀ ୨୦୨୪ରେ କୋର୍ଟ ଜାମିନୀ ବିହୀନ ୱାରେଣ୍ଟି ଜାରି କରିଥିଲେ ।
ଏହାକୁ ନେଇ ରାଜୀବ ଗାନ୍ଧୀଙ୍କ ଓକିଲ କୋର୍ଟରେ ଆବେଦନପତ୍ର ଦାଖଲ କରି ସଶରୀରେ ଉପସ୍ଥିତ ନ ହେବାକୁ ଆବେଦନ କରିଥିଲେ । କିନ୍ତୁ କୋର୍ଟ ୧୪ ମାର୍ଚ୍ଚ ୨୦୨୪ରେ ତାଙ୍କ ଆବେଦନ ଖାରଜ କରି ଦେଇଥିଲେ ଓ ୨୭ ମାର୍ଚ୍ଚକୁ ସଶରୀରରେ ଉପସ୍ଥିତ ହେବାକୁ ଆଦେଶ ଜାରୀ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ୨୦୧୮ରେ ରାହୁଲ ଗାନ୍ଧୀ କହିଥିଲେ କି ବିଜେପିରେ କେହି ହତ୍ୟାକାରୀ ଦଳର ଅଧ୍ୟକ୍ଷ ହୋଇପାରନ୍ତି ।