fbpx
BSKY
BJD MC SKY
BJD YOUTH SKY

Loksabha Election 2024: ଫେକ୍ ନ୍ୟୁଜ୍ ପ୍ରଚାର ପାଇଁ କଠୋର ହେଲା ନିର୍ବାଚନ ଆୟୋଗ, ୪ଟି ‘M’ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଶନିବାର ନିର୍ବାଚନ ତାରିଖର ଘୋଷଣା କରିଛନ୍ତି । ଲୋକସଭାର ୫୪୩ଟି ଆସନ ପାଇଁ ମୋଟ୍ ୭ଟି ପର୍ଯ୍ୟାରେ ମତଦାନ ହେବ । ଏହା ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ୍ ୧ରେ ଶେଷ ହେବ ଏବଂ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ । ସେ ଆହୁରି ମଧ୍ୟ କହିଥିଲେ ଯେ ଏପରି କିଛି କାର୍ଯ୍ୟ ଅଛି ଯାହା ଠାରୁ ରାଜନୈତିକ ଦଳମାନେ ଦୂରେଇ ରହିବା କଥା । ଯଦି କେହି ଏପରି କାର୍ଯ୍ୟ ସହ ଜଡ଼ିତ ଥାନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନିୟମ ଉଲ୍ଲରଂଘନ କରୁଥିବା ରାଜନୈତିକ ଦଳ ଏବଂ ଏହାର ନେତାଙ୍କ ଉପରେ ନିର୍ବାଚନ କମିଶନର ତୀକ୍ଷ୍ମ ନଜର ରଖିବ । ତେବେ ଆସନ୍ତୁ ଜାଣିବା ନିର୍ବାଚନ ସମୟରେ କେଉଁ କାର୍ଯ୍ୟ କରିବା ନିଷେଧ ଅଟେ ।

୧. ଶନିବାର ମୁଖ୍ୟ ନିର୍ବାଚନ ଆୟୁକ୍ତ ପ୍ରେସ୍ କନଫେରେନ୍ସରେ ସ୍ପଷ୍ଟ କରିଥିଲେ ଯେ ନିର୍ବାଚନରେ ୪ଟି ‘M’ ରୁ ବର୍ତ୍ତିବାର ଅଛି । ତାହା ହେଲା- Muscle power(ବାହୁବଳ), Mis-information(ଫେକ୍ ନ୍ୟୁଜ୍), Money(ଟଙ୍କା) ଏବଂ Model Code of Conduct(ଆଦର୍ଶ ଆଚାର ସଂହିତା) ।

୨. ଫେକ୍ ନ୍ୟୁଜ୍ ଉପରେ ରୋକ୍ ଲଗାଇବା ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ସୋସିଆଲ ମିଡ଼ିଆ ବ୍ୟବହାର ନେଇ ସତର୍କ ରହିବାକୁ ପଡ଼ିବ । ଯଦି କେହି ଫେକ୍ ନ୍ୟୁଜ୍ ପ୍ରଚାର କରୁଥିବାର ଧରା ପଡ଼େ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

୩. ନିର୍ବାଚନ ସମୟରେ ହିଂସା ଭଳି ସ୍ଥିତି ଉପୁଜିଲେ ଏଥିପାଇଁ ଦାୟି ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

୪. ନିର୍ବାଚନ ସମୟରେ ଅର୍ଥ ବ୍ୟବହାରକୁ ନେଇ ନିର୍ବାଚନ କମିଶନର କଠୋରତା ଅବଲମ୍ବନ କରିବ । ବେୟାଇନ୍ ଅନଲାଇନ୍ କ୍ୟାଶ୍ ଟ୍ରାନ୍ସଫର ଏବଂ ପେମେଣ୍ଟ ୱାଲେଟ୍ ମାଧ୍ୟମରେ ସନ୍ଦିଗ୍ଧ ଲେଣଦେଣ ଉପରେ କଡ଼ା ନଜର ରଖିବ ନିର୍ବାଚନ ଆୟୋଗ ।

୫. ରାଜନୈତିକ ଆଲୋଚନାର ସ୍ତର ହ୍ରାସ ପାଇବା ଚିନ୍ତାଜନକ ବିଷୟ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ତେଣୁ ଯେଉଁମାନେ ମଡେଲ ଆଚରଣ ସଂହିତା ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

୬. ବିଜ୍ଞାପନକୁ ସମ୍ବାଦ ଭାବରେ ଦର୍ଶାଇବାର ଅନୁମତି ନାହିଁ । ତେଣୁ ନେତାମାନେ ପରସ୍ପର ଉପରେ ବ୍ୟକ୍ତିଗତ ଆକ୍ରମଣ ଠାରୁ ଦୂରେଇ ରହିବା ଉଚିତ ।

୭. ନିର୍ବାଚନ ପ୍ରଚାର ସମୟରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ଦିବ୍ୟାଙ୍ଗଙ୍କ ପ୍ରତି ସମ୍ମାନଜନକ ବ୍ୟବହାର ପ୍ରଦର୍ଶନ କରିବା ଉଚିତ । କେହି ବି ସେମାନଙ୍କୁ ଅପମାନ କରିପାରିବେ ନାହିଁ ।

୮. ନିର୍ବାଚନ ପ୍ରଚାର ସମୟରେ ପିଲାମାନଙ୍କୁ ବ୍ୟବହାର କରାଯାଇପାରିବ ନାହିଁ । ଯଦି କୌଣସି ନେତା ଏପରି କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

୯. ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ବାହୁବଳର ବ୍ୟବହାର କରୁଥିବା ଲୋକମାନଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ନିର୍ବାଚନ ସମୟରେ ସେମାନଙ୍କ ଉପରେ ତୀକ୍ଷ୍ମ ନଜର ରଖାଯିବ ।

Get real time updates directly on you device, subscribe now.