ନୂଆଦିଲ୍ଲୀ: ଝାଡଖଣ୍ଡରେ ବଡ ରାଜନୈତିକ ବିଶୃଙ୍ଖଳା ଦେଖିବାକୁ ମିଳିଛି । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ବିଧାୟିକା ସୀତା ସୋରେନ ବିଧାନସଭାର ସଦସ୍ୟତା ସହିତ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋ ଶିବୁ ସୋରେନଙ୍କୁ ଶ୍ରୀମତୀ ସୀତା ସୋରେନ ଇସ୍ତଫା ପତ୍ର ପଠାଇଛନ୍ତି ।
ସୀତା ସୋରେନ ଜେଏମଏମର ପ୍ରାଥମିକ ସଦସ୍ୟତାରୁ ପାର୍ଟି ସୁପ୍ରିମୋ ଶିବୁ ସୋରେନଙ୍କୁ ଇସ୍ତଫା ପତ୍ର ପଠାଇଥିଲେ । ଯଦି ଦଳ ସୂତ୍ରକୁ ବିଶ୍ୱାସ କରାଯାଏ, ତେବେ ଚମ୍ପାଇ ସୋରେନ ସରକାରରେ ମନ୍ତ୍ରୀ ନ ହୋଇ ସୀତା ସୋରେନ କ୍ରୋଧିତ ହୋଇଥିଲେ ।
ସୀତା ସୋରେନ ଜେଏମଏମ କେନ୍ଦ୍ରୀୟ ସଭାପତି ଶିବୁ ସୋରେନଙ୍କ ପୁଅ ସ୍ୱର୍ଗତ ଦୁର୍ଗା ସୋରେନଙ୍କ ପତ୍ନୀ । ସେ ଜେଏମଏମ ଟିକେଟରେ ତିନିଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ସେ ବିଜେପିରେ ଯୋଗଦେବାର କିଛି ଘଣ୍ଟା ପୂର୍ବରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଛାଡି ରାଜ୍ୟର ଶାସକ ଦଳରେ ତାଙ୍କୁ ଅବହେଳା କରାଯାଉଥିବାର ଦାବି କରିଥିଲେ । ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ ଝାଡଖଣ୍ଡର ନିର୍ବାଚନ ଦାୟିତ୍ୱରେ ଥିବା ଲକ୍ଷ୍ମୀକାନ୍ତ ବାଜପେୟୀଙ୍କ ଉପସ୍ଥିତିରେ ସୋରେନ ବିଜେପିରେ ସାମିଲ ହୋଇଛନ୍ତି ।