fbpx

ଝାରପଡ଼ା ଜେଲରୁ ମିଳୁଛି ଗଞ୍ଜେଇ-ଚିଲମ: ବିଭିନ୍ନ ନିଶାଦ୍ରବ୍ୟ ଜବତ କଲା ପୋଲିସ

ଭୁବନେଶ୍ୱର: ଝାରପଡ଼ା ଜେଲ୍ ଏବେ ମାଫିଆଙ୍କ ନିଶାର ହବ୍ ପାଲଟି ଯାଇଛି । ଜେଲ୍ ଭିତରୁ ହିଁ ଜବତ ହୋଇଛି ଗଞ୍ଜେଇ, ଖଇନି ଭଳି ଅନେକ ନିଶାଦ୍ରବ୍ୟ । ଯାହା ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଜେଲ୍ ପରିସରରେ ଗଣ୍ଡଗୋଳ ଘଟଣା ପରେ କମିଶନରେଟ୍ ପୋଲିସ ଝାରପଡ଼ା ଜେଲରେ ରେଡ୍ କରିଛି । ରେଡ୍ ସମୟରେ ଜେଲ୍ ଭିତରୁ ଗଞ୍ଜେଇ, ଚିଲମ, ଖଇନି ଏବଂ ବିଡ଼ି ଭଳି ବିଭିନ୍ନ ନିଶାଦ୍ରବ୍ୟ ଜବତ କରିଛି କମିଶନରେଟ୍ ପୋଲିସ । ଏ ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ତେବେ ପୋଲିସର ନାକ ତଳେ ଜେଲ୍ ପରିସର ଭିତରୁ ଏଭଳି ନିଶାଦ୍ରବ୍ୟ ଜବତ ହେବା ପରେ ଏବେ ପୋଲିସ ବିଭାଗକୁ ନେଇ ପ୍ରଶ୍ନ ଉଠିଛି । ତେଣୁ ନିଶା କାରବାର ରୋକିବାକୁ ସୁରକ୍ଷା ବ୍ୟବସ୍ଥା କରାଯିବ ବୋଲି ଡିସିପି ପ୍ରକାଶ କରିଛନ୍ତି । ଏହାପରେ ଆଗାମୀ ଦିନରେ ରେଗୁଲାର ଜେଲ୍ ଭିଜିଟ କରାଯବା ନେଇ ସେ ପ୍ରକାଶ କରିଛନ୍ତି । ଏହାସହିତ ଜେଲରେ ହୋଇଥିବା ଏହି ଗ୍ୟାଙ୍ଗୱାର ମାମଲାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.