fbpx
BJD SKY
BJD SKY

ଗତକାଲି ଭେଜ୍ ଗ୍ରାହକଙ୍କ ଲାଗି ଜୋମାଟୋ କରିଥିଲା ବିଶେଷ ଘୋଷଣା, ଆଜି ବଦଳିଗଲା ନିଷ୍ପତ୍ତି

BJD

ନୂଆଦିଲ୍ଲୀ:ଲୋକପ୍ରିୟ ଅନଲାଇନ୍ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋ ଗତ ମଙ୍ଗଳବାର ଏହାର ଭେଜ୍ କଷ୍ଟମରଙ୍କ ପାଇଁ ଏକ ଖାସ୍ ସେବା ଘୋଷଣା କରିଥିଲା । ଏହି ଖାସ୍ ସେବା ସେହି ଲୋକମାନଙ୍କ ପାଇଁ ଥିଲା ଯେଉଁମାନେ ଶୁଦ୍ଧ ଶାକାହାରୀ । କମ୍ପାନୀର ପ୍ରତିଷ୍ଠାତା ଓ ସିଇଓ ଦୀପିନ୍ଦର ଗୋଏଲ୍ ଏହି ପ୍ୟୁର ଭେଜ୍ ମୋଡ୍ ସର୍ଭିସ୍ ଲଞ୍ଚ କରିବାକୁ ଘୋଷଣା କରିଥିଲେ । ଗୋଏଲ୍ ଏହି ନୂଆ ସେବା ବିଷୟରେ ସୂଚନା ଦେଇ କହିଥିଲେ ଶୁଦ୍ଧ ଶାକାହାରୀ ଗ୍ରାହକଙ୍କ ଲାଗି ପ୍ୟୁର ଭେଜ୍ ଫ୍ଲିଟ୍ ଆରମ୍ଭ କରୁଛି । ସେ କହିଥିଲେ ଭାରତରେ କିଛି ଲୋକ ପ୍ୟୁର ଭେଜ୍ ସର୍ଭିସ୍ ଦିଆଯାଉ ବୋଲି ଦାବୀ କରିଥିଲେ ।

ଗୋଏଲ୍ କହିଛନ୍ତି ବିଶ୍ୱରେ ସବୁଠାରୁ ଅଧିକ ଶାକାହାରୀ ଲୋକ ଭାରତରେ ଅଛନ୍ତି । ଆମେ ଏହି ନୂଆ ସେବା ଲୋକଙ୍କ ଫିଡବ୍ୟାକ୍ ଆଧାରରେ ହିଁ ଆରମ୍ଭ କରିଥିଲୁ । ଏହା ସହିତ ଭେଜ୍ କଷ୍ଟମର୍ସଙ୍କ ପାଇଁ ଲାଲ୍ ରଙ୍ଗର ଡବା ପରିବର୍ତ୍ତେ ଜୋମାଟୋ ସବୁଜ ରଙ୍ଗର ଡବା ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଖାଦ୍ୟ ଶୁଦ୍ଧ ଶାକାହାରୀ ଭୋଜନାଳୟରୁ ଆସିବ । କିନ୍ତୁ ମଙ୍ଗଳବାର ଜୋମାଟୋର ଏହି ଘୋଷଣା ପରେ ଲୋକମାନେ ଏହାକୁ ଜୋରଦାର ବିରୋଧ କରିଥିଲେ ।

ବହୁ ଲୋକ ଜୋମୋଟୋର ଏପରି ନିଷ୍ପତ୍ତିକୁ ନେଇ ଭୀଷଣ ଭାବେ ରାଗି ଯାଇଥିଲେ । ବହୁ ୟୁଜର ଲେଖିଥିଲେ ଏହାଦ୍ୱାରା ଆମେ କ’ଣ ଖାଇଛୁ ତାହା ଆମ ସୋସାଇଟି ଲୋକ ଜାଣିଯିବେ । ଖାଇବାଟା ପୁରା ବ୍ୟକ୍ତିଗତ ଜିନିଷ ହୋଇଥିବା ବେଳେ ଏହି ନିଷ୍ପତ୍ତି ଭୁଲ୍ ବୋଲି କହି ବିରୋଧର ସ୍ୱର ଉଠିଥିଲା । ଏହାପରେ ବୁଧବାର କାଳ ବିଳମ୍ବ ନ କରି ଗୋଏଲ୍ ତାଙ୍କ ନିଷ୍ପତ୍ତିକୁ ବଦଳାଇବାକୁ ବାଧ୍ୟ ହୋଇଛନ୍ତି ।

ଗୋଏଲ୍ ଟୁଇଟ୍ କରି ଲେଖିଛନ୍ତି ଆମେ ଶାକାହାରୀ ଗ୍ରାହକଙ୍କ ଲାଗି ଫ୍ଲିଟ୍ ଜାରି ରଖିବୁ । କିନ୍ତୁ ଏଥିପାଇଁ ଗ୍ରୀନ୍ ଡବା ଓ ଡେଲିଭରୀ ପାର୍ଟନରଙ୍କ ଗ୍ରୀନ୍ ଟି’ ସାର୍ଟ ନିଷ୍ପତ୍ତିକୁ ଫେରାଇ ନେଇଛୁ । ଆମର ସମସ୍ତ ରାଇଡର ଲାଲ୍ ସାର୍ଟ ହିଁ ପିନ୍ଧିବେ । ସେ ଲେଖିଛନ୍ତି ଆମର ଏପରି ନିଷ୍ପତ୍ତି ଦ୍ୱାରା ଆମର କୌଣସି ଗ୍ରାହକ ଅସୁବିଧାରେ ପଡିବେ ତାହା ଆମେ ଚାହୁଁନାହୁଁ ।

Get real time updates directly on you device, subscribe now.