fbpx

ଭାରତୀ ହେକ୍ସାକମ୍ IPO ମାଧ୍ୟମରେ କରିପାରିବ ପୁଞ୍ଜି ସଂଗ୍ରହ, ଅନୁମୋଦନ କଲା SEBI

ନୂଆଦିଲ୍ଲୀ: ଭାରତୀ ଏୟାରଟେଲର ସହାୟକ କମ୍ପାନୀ ଭାରତୀ ହେକ୍ସାକମ୍(Bharati Hexacom) ଇନିସିଆଲ ପବ୍ଲିକ୍ ଅଫରିଂ(IPO) ମାଧ୍ୟମରେ ପୁଞ୍ଜି ସଂଗ୍ରହ ପାଇଁ SEBI ପକ୍ଷରୁ ଅନୁମୋଦନ ମିଳିଛି । ଭାରତୀ ହେକ୍ସାକମର IPOରେ କୌଣସି ନୂତନ ଶେୟାର ଜାରି କରାଯିବ ନାହିଁ ଏବଂ ଏହା ଅଫର ଫର୍ ସେଲ୍(OFS) ଉପରେ ଆଧାରିତ ହେବ । OFS ଅଧୀନରେ ଟେଲିକମ୍ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ ଦ୍ୱାରା ୧୦ କୋଟି ଶେୟାର ବିକ୍ରି ହେବ ।

ସୂଚନାରୁ ପ୍ରକାର ଭାରତୀ ହେକ୍ସାକମ୍ ଜାନୁଆରୀରେ SEBIରେ IPO ପାଇଁ ନିଜ ଡକ୍ୟୁମେଣ୍ଟ ଦାଖଲ କରିଥିଲା । କମ୍ପାନୀକୁ ମାର୍ଚ୍ଚ ୧୧ରେ observation paper ବା ନିଷ୍କର୍ଷ ପତ୍ର ମିଳିଯାଇଥିଲା । କୌଣସି କମ୍ପାନୀକୁ IPO ଲଞ୍ଚ୍ କରିବା ପାଇଁ ଝଋଈଓର କ୍ଟଭଗ୍ଦରକ୍ସଙ୍ଖବଗ୍ଧସକ୍ଟଦ୍ଭ କ୍ଟ୍ରବକ୍ଟ୍ରରକ୍ସ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହା ପବ୍ଲିକ୍ ଇସ୍ୟୁ ଜାରି କରିବା ପାଇଁ ଆଗକୁ ବଢ଼ିବା । ଭାରତୀ ଏୟାରଟେଲ ପାଖରେ ଭାରତୀ ହେକ୍ସାକମର ୭୦% ଶେୟାର ରହିଛି । ଅପରପକ୍ଷରେ ସରକାରଙ୍କ ପାଖରେ ଟେଲିକମ୍ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ ମାଧ୍ୟମରେ ଏହାର ୩୦% ଶେୟାର ରହିଛି । ଭାରତୀ ହେକ୍ସାକମ୍ ରାଜସ୍ଥାନ ଏବଂ ଉତ୍ତର ପୂର୍ବ ସର୍କଲରେ ଗ୍ରାହକଙ୍କୁ ମୋବାଇଲ ସେବା, ଫିକ୍ସଡ୍ ଲାଇନ୍ ଟେଲିଫୋନ୍ ଏବଂ ବ୍ରଡବ୍ୟାଣ୍ଡ୍ ସେବା ଉପଲବ୍ଧ କରାଇଥାଏ । ୨୦୨୩ରେ କମ୍ପାନୀକୁ ୫୪୯.୨ କୋଟି ଟଙ୍କାର ଲାଭ ହୋଇଥିଲା । କହିରଖୁଛୁ ଭାରତୀ ଏୟାରଟେଲ ହେଉଛି ଶ୍ରେଷ୍ଠ ଗ୍ଲୋବାଲ ମୋବାଇଲ ଅପରେଟର ମଧ୍ୟରୁ ଅନ୍ୟତମ । ୨୦୨୩ ପର୍ଯ୍ୟନ୍ତ ଏହି କମ୍ପାନୀ ଦେଶର ସବୁଠାରୁ ବଡ଼ ଇଣ୍ଟେଗ୍ରେଟେଡ୍ କମ୍ୟୁନିକେସନ୍ ସଲ୍ୟୁସନ୍‌ସ ପ୍ରୋଭାଇଡର ରହିଛି ।

 

Get real time updates directly on you device, subscribe now.