ନୂଆଦିଲ୍ଲୀ: ଭାରତର କହାକାଶ ଅନୁସନ୍ଧାନ ସଂଗଠନ(ଇସ୍ରୋ)କୁ ମିଳିଛି ଆଉ ଏକ ବଡ଼ ସଫଳତା । କର୍ଣ୍ଣାଟକର ଏରୋନଟିକାଲ ଟେଷ୍ଟ ରେଞ୍ଜରୁ ଆରଏଲଭିର ଲ୍ୟାଣ୍ଡିଂ ମିଶନ୍ ‘ପୁଷ୍ପକ’କୁ ସଫଳତାର ସହ କାର୍ଯ୍ୟକାରୀ କରିଛି ଇସ୍ରୋ । ସକାଳ ପ୍ରାୟ ୭ଟାରୁ ଚଲାକେରେ ରନୱେରୁ ଏହାକୁ ଲଞ୍ଚ୍ କରାଯାଇଥିଲା । ଇସ୍ରୋ ତରଫରୁ ଏହା ତୃତୀୟ ଆରଏଲଭିର ଲ୍ୟାଣ୍ଡିଂ ମିଶନ୍ ସଫଳତାର ଶିଖର ଛୁଇଁଛି । ପୂର୍ବରୁ ୨୦୧୬ ଏବଂ ଗତବର୍ଷ ଏପ୍ରିଲରେ ଦ୍ୱିତୀୟ ଲ୍ୟାଣ୍ଡିଂ ମିଶନ୍ ପରୀକ୍ଷା କରାଯାଇଥିଲା । ପ୍ରଥମେ ଏହାକୁ ବାୟୁସେନାର ହେଲିକପ୍ଟର ଯୋଗେ ପ୍ରାୟ ୪.୫ କି.ମି ଉଚ୍ଚକୁ ନିଆଯାଇଥିଲା । ଏହାପରେ ପୂର୍ବ ନିର୍ଦ୍ଧାରିତ ପିଲବକ୍ସ ପାରାମିଟର ପାଇବା ପରେ ଏହାକୁ ଲଞ୍ଚ୍ କରାଯାଇଛି ।
ଇସ୍ରୋ ଅନୁସାରେ, କମ୍ ଖର୍ଚ୍ଚରେ ସ୍ପେସକୁ ପ୍ରବେଶ ସକ୍ଷମ କରାଇବାକୁ ଆରଏଲଭି ପାଇଁ ଅତ୍ୟାବଶ୍ୟକ ଟେକନୋଲୋଜିର ବିକାଶ ଉଦ୍ଦେଶ୍ୟରେ ଏହି ମିଶନ୍ ଆରମ୍ଭ କରାଯାଇଛି । କମ୍ ଖର୍ଚ୍ଚରେ ମହାକାଶରେ ପହଞ୍ଚିବା ପାଇଁ ଭାରତର ଏକ ବଡ଼ ପ୍ରୟାସ ଭାବରେ ଉଭା ହୋଇଛି ‘ପୁଷ୍ପକ’ ଲଞ୍ଚ୍ ଭେହିକିଲ । ଏହା ଭାରତ ପାଇଁ ଆରଏଲଭିର ଭବିଷ୍ୟତ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରୋନିକ୍ସକୁ ନେଇ ଗଠିତ ଆରଏଲଭିର ଉପର ଭାଗ ଖୁବ ମହଙ୍ଗା ହୋଇଥିବା ବେଳେ ଏହା ସୁରକ୍ଷିତ ଭାବରେ ପୃଥିବୀକୁ ଫେରାଇ ଆଣିହେବ । ଏହାପରେ ଏହି ଟେକ୍ନୋଲୋଜି ସମ୍ଭବତ ଇନ-ଅର୍ବିଟ ଉପଗ୍ରହଗୁଡ଼ିକର ରିଫିଲିଂକୁ ସକ୍ଷମ କରିପାରିବ କିମ୍ବା ନବୀକରଣ ପାଇଁ ଉପଗ୍ରହଗୁଡିକ ପୁନରୁଦ୍ଧାର କରିପାରିବ, ଯାହା ସ୍ପେସ୍ ଆବର୍ଜନାକୁ କମ୍ କରିବାରେ ସାହାଯ୍ୟ କରିବ ।
RLV-LEX-02 Experiment:
🇮🇳ISRO nails it again!🎯Pushpak (RLV-TD), the winged vehicle, landed autonomously with precision on the runway after being released from an off-nominal position.
🚁@IAF_MCC pic.twitter.com/IHNoSOUdRx
— ISRO (@isro) March 22, 2024
ରିପୋର୍ଟ ଅନୁସାରେ, ‘ପୁଷ୍ପକ’ ଆରଏଲଭି ସମ୍ପୂର୍ଣ୍ଣ ରିୟୁଜେବଲ ସିଙ୍ଗଲ-ଷ୍ଟେଜ-ଟୁ-ଅର୍ବିଟ ଯାନ ଭାବରେ ଡିଜାଇନ୍ କରାଯାଇଛି । ଏଥିରେ ଏକ୍ସ-୩୩ ଅତ୍ୟାଦୁନିକ ଟେକନୋଲୋଜି ଡେମଷ୍ଟ୍ରେଟର, ଏକ୍ସ-୩୪ ଟେଷ୍ଟବେଡ ଟେକନୋଲୋଜି ଡେମନଷ୍ଟ୍ରେଟର ଏବଂ ବିକଶିତ ଡିସି-ଏକ୍ସଏ ଫ୍ଲାଇଟ ଡେମନଷ୍ଟ୍ରେଟର ଭଳି ଉପାଦାନ ସାମିଲ ରହିଛି । ଏକ ଫ୍ୟୁଜଲେଜ୍, ନୋଜ୍ କ୍ୟାପ୍, ଡବଲ ଡେଲଟା ୱିଙ୍ଗ ଏବଂ ଟ୍ୱି ଭର୍ଟିକାଲ ଟେଲ୍ସକୁ ନେଇ ପ୍ରସ୍ତୁତ ହୋଇଛି ‘ପୁଷ୍ପକ’ । ଏଥିରେ ଇଲେଭନ୍ସ ଏବଂ ରଡର୍ସ ନାମକ ଆକ୍ଟିଭ କଣ୍ଟ୍ରୋଲ ସରଫେସକୁ ମଧ୍ୟ ସ୍ଥାନ ଦିଆଯାଇଛି ।