fbpx

ଟଙ୍କା ନେଇ ପ୍ରଶ୍ନ ପଚାରିବା ଘଟଣାରେ TMC ନେତ୍ରୀ ମହୁଆ ମୈଇତ୍ରାଙ୍କ ବିରୋଧରେ FIR ରୁଜୁ କଲା CBI

କୋଲକାତା : ଟଙ୍କା ପାଇଁ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ତୃଣମୂଳ କଂଗ୍ରେସ ନେତ୍ରୀ ମହୁଆ ମୋଇତ୍ରାଙ୍କ ବିରୋଧରେ ସିବିଆଇ ଏଫ୍ଆଇଆର୍ ରୁଜୁ କରିଛି । ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲୋକପାଳଙ୍କ ନିର୍ଦ୍ଦେଶକ୍ରମେ ମହୁଆ ମୋଇତ୍ରାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଛି । ବିଜେପି ନେତା ତଥା ଲୋକସଭା ସାଂସଦ ନିଶିକାନ୍ତ ଦୁବେ ଟଙ୍କା ପାଇଁ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ଆଣିବା ପରେ ସିବିଆଇ ମହୁଆ ମୋଇତ୍ରାଙ୍କ ବିରୋଧରେ ପ୍ରାଥମିକ ତଦନ୍ତ (ପିଇ) ଆରମ୍ଭ କରିଥିଲା । ତଦନ୍ତରିପୋର୍ଟ ଆସିବା ପରେ ଲୋକପାଳ ସିବିଆଇକୁ ମହୁଆ ମୋଇତ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ ।

ଅଭିଯୋଗର ସମସ୍ତ ଦିଗକୁ ଯାଞ୍ଚ କରିବା ପରେ ୬ ମାସ ମଧ୍ୟରେ ମହୁଆଙ୍କୁ ରିପୋର୍ଟ ଦାଖଲ କରିବାକୁ ଲୋକପାଳ ସିବିଆଇକୁ କହିଥିଲେ । ଗତ ବର୍ଷ ଡିସେମ୍ବରମାସରେ ମହୁଆ ମୈତ୍ରଙ୍କୁ ଅନୈତିକ ଆଚରଣ ଅଭିଯୋଗରେ ଲୋକସଭାରୁ ବହିଷ୍କାର କରାଯାଇଥିଲା । ମହୁଆ ମୋଇତ୍ରା ତାଙ୍କ ବହିଷ୍କାରକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ପଶ୍ଚିମବଙ୍ଗର କୃଷ୍ଣନଗର ଆସନରୁ ମହୁଆ ମୋଇତ୍ରା ପୁଣି ଥରେ ଦଳୀୟ ଟିକେଟରେ ନିର୍ବାଚନ ଲଢୁଛନ୍ତି ।

Get real time updates directly on you device, subscribe now.