fbpx

ଲୋକସଭା ନିର୍ବାଚନ: ବିଜେଡି ଘୋଷଣା କଲା ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ଓଡ଼ିଶାରେ ମେ ୧୩ରୁ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ପୂର୍ବରୁ ବିଜେଡି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବଲାଙ୍ଗିର ସଂସଦୀୟ କ୍ଷେତ୍ରରୁ ସୁରେନ୍ଦ୍ର ସିଂହ ଭୋଇ, ଭଦ୍ରକ ଆସନରୁ ମଞ୍ଜୁଲତା ମଣ୍ଡଳ, ବରଗଡ଼ ଆସନରୁ ପରୀନିତା ମିଶ୍ର, ବ୍ରହ୍ମପୁର ଆସନରୁ ଭୃଗୁ ବକ୍ସିପାତ୍ର, କେଉଁଝର ଆସନରୁ ଧନୁର୍ଜୟ ସିଦ୍ଧୁ ଲୋକସଭା ନିର୍ବାଚନ ଲଢ଼ିବେ । ଆଜି ୫ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ଦଳ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ସମ୍ବଲପୁରରୁ ପ୍ରଣବ ପ୍ରକାଶ ଦାସ, ସୁନ୍ଦରଗଡ଼ରୁ ଦିଲ୍ଲୀପ ତିର୍କୀ, କଳାହାଣ୍ଡିରୁ ଲମ୍ବୋଦର ନିଆଲ, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି, ନବରଙ୍ଗପୁରରୁ ପ୍ରଦୀପ ମାଝୀ, ଭୁବନେଶ୍ୱରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ହିକକା, ଆସିକାରୁ ରଞ୍ଜିତା ସାହୁ ଲୋକସଭା ନିର୍ବାଚନ ଲଢ଼ିବେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା । ପୁରୀରୁ ଅରୂପ ପଟ୍ଟନାୟକ, କଟକରୁ ସଂତୃପ୍ତ ମିଶ୍ର, କନ୍ଧମାଳରୁ ଅଚ୍ୟୁତ ସାମନ୍ତ, ଯାଜପୁରରୁ ଶର୍ମିଷ୍ଠା ସେଠି, ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକ ଲୋକସଭା ନିର୍ବାଚନ ଲଢ଼ିବେ ।

Get real time updates directly on you device, subscribe now.