fbpx
BSKY
BJD MC SKY
BJD YOUTH SKY

ବିଜେପିର ନିର୍ବାଚନ ଘୋଷଣାପତ୍ର GYAN ଉପରେ ହେବ ଆଧାରିତ, ଜାଣନ୍ତୁ ଏହି ୪ଟି ଶବ୍ଦର ଅର୍ଥ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଆରମ୍ଭ ହେବାରେ ବର୍ତ୍ତମାନ ତିନି ସପ୍ତାହ ବାକି ରହିଛି । ଏହାରି ମଧ୍ୟରେ ରାଜନୈତିକ ଦଳମାନେ ନିଜ ନିଜର ଘୋଷଣାପତ୍ର ଜାରି କରିପାରନ୍ତି । ସୂତ୍ର ମୁତାବକ ବିଜେପିର ଘୋଷଣାପତ୍ର ଜ୍ଞାନ ଉପରେ ଆଧାରିତ ରହିବ । ଜ୍ଞାନର ୪ଟି ଶବ୍ଦର ଅର୍ଥ ହେଉଛି ଜି-ଗରିବ, ୱାଇ-ଯୁବ,ଏ-ଅନ୍ନଦାତା ଏବଂ ଏନ-ନାରୀଶକ୍ତି ଅଟେ । ଆଗାମୀ ୫ ବର୍ଷ ପାଇଁ କ୍ଷମତାରେ ରହିଲେ ବିଜେପି ଗରିବମାନଙ୍କୁ, ଯୁବକଙ୍କୁ, କୃଷକଙ୍କୁ ଏବଂ ମହିଳା ସଶକ୍ତିକରଣ ଉପରେ କାମ କରିବାକୁ ଚାହୁଁଥିଲେ । ବିଜେପି ରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଘୋଷଣାପତ୍ର ସମିତିର ଗଠନ କରିଥିଲେ । ଯେଉଁଥିରେ ବିକଶିତ ଭାରତର ଏଜେଣ୍ଡା ଏବଂ ତାର ରୂପରେଖ ପସ୍ତୁତ କରିବାର କଥା କୁହାଯାଇଥିଲା ।

ବିଜେପିର ନିର୍ବାଚନ ଘୋଷଣାପତ୍ର ସମିତିରେ କେନ୍ଦ୍ର ସରକାରଙ୍କ ଆଠ କେନ୍ଦ୍ରୀୟ ମନ୍ତ୍ରୀମାନେ ଏବଂ ବିଜେପିର ଚାରି ଜଣ ମୁଖ୍ୟମନ୍ତ୍ରୀମାନଙ୍କ ବ୍ୟତୀତ ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । ୧ ଏପ୍ରିଲରେ ଏହି ସମିତିର ପ୬ଥମ ବୈଠକ ବସିଥିଲା । ସେତେବେଳେ କେନ୍ଦ୍ରୀୟ ମନ୍ତ୍ରୀ ପିୟୁଷ ଗୋୟଲ ମିଡିଆ ସହ କଥାବର୍ତ୍ତା ହୋଇ କହିଥିଲେ ଯେ, ବିଜେପିର ମିସ୍‌ଡ କଲ ସେବା ମାଧ୍ୟମରେ ୩.୭୫ ଲକ୍ଷରୁ ଅଧିକ ପରାମର୍ଶ ଗ୍ରହଣ କରାଯାଇଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆପରେ ହାରାହାରି ୧.୭୦ ଲକ୍ଷ

Get real time updates directly on you device, subscribe now.