fbpx

ମେଦବହୁଳତାକୁ କୁହନ୍ତୁ ବାଏ ବାଏ, ସକାଳୁ ପିଅନ୍ତୁ ପାନମହୁରୀ ମିଶ୍ରିତ ପାଣି

ଓଡ଼ିଶା ଭାସ୍କର: ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଲୋକମାନେ ଖାଦ୍ୟ ପେୟକୁ ନେଇ ବେଶି ଚିନ୍ତିତ । ଫାଷ୍ଟଫୁଡ଼୍‌, ତେଲ-ମସଲା ଖାଦ୍ୟ ଅଧିକ ଖାଇବା ଦ୍ୱାରା ମୋଟାପଣ ସମସ୍ୟା ଦେଖାଦେଇଥାଏ । ତେଣୁ ସୁସ୍ଥ ଜୀବନଶୈଳୀ ପାଇଁ ଲୋକମାନେ ବ୍ୟାୟାମ, ଯୋଗାସନ, ମେଡିଟେସନ୍‌, କମ୍ ତେଲ-ମସଲା ଯୁକ୍ତ ଖାଦ୍ୟ ଇତ୍ୟାଦି ଉପରେ ଧ୍ୟାନ ଦେଇଥାନ୍ତି । ଆମ ରୋଷେଇ ଘରେ ଥିବା ମସଲା ମଧ୍ୟରେ ପାନମହୁରୀ ହେଉଛି ଏପରି ଏକ ଜିନିଷ ଯେଉଁଥିରେ ଅନେକ ଔଷଧୀୟ ଗୁଣ ରହିଛି । ଏଥିରେ ପୋଟାଶିୟମ, ମାନଗାନିଜ୍‌, ଜିଙ୍କ୍‌, ଲୌହ, ତମ୍ବା, ଭିଟାମିନ୍‌, ମିନେରାଲ୍ସ, ଫାଇବର ଇତ୍ୟାଦି ପୋଷକ ତତ୍ୱ ରହିଛି । ପାନମହଚରୀ ଖାଦ୍ୟର ସ୍ୱାଦ ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ । ତେଣୁ ପାନମହୁରୀକୁ ଦୈନନ୍ଦିନ ଖାଦ୍ୟପେୟରେ ସାମିଲ କରିବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଫାଇଦା ମିଳିଥାଏ । ଖରା ଦିନରେ ନିଜକୁ ହାଇଡ୍ରେଟ୍ ରଖିବା ପାଇଁ ପାନମହୁରୀ ମିଶ୍ରିତ ଜଳ ଏକ ଉତ୍ତମ ବିକଳ୍ପ । ସେହିପରି ନିୟମିତ ସକାଳେ ଖାଲି ପେଟରେ ପାନମହୁରୀ ମିଶ୍ରିତ ଜଳର ସେବନ କରିବା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପାଇଁ ଲାଭଦାୟକ ଅଟେ ।

୧- ହଜମ ପ୍ରକ୍ରିୟା: ପାନମହୁରୀ ପାଣି ସେବନ କରିବା ଦ୍ୱାରା ହଜମ ପ୍ରକ୍ରିୟା ଠିକ୍ ରହିଥାଏ । ଏସିଡିଟି, ଗ୍ୟାସ୍‌, ବଦହଜମୀ ଭଳି ସମସ୍ୟାରୁ ଉପସମ ଉପସମ ଦେଇଥାଏ ।

୨- ସୁସ୍ଥ ତ୍ୱଚା: ଏଣ୍ଟିଅକ୍ସିଡେଣ୍ଟ ଗୁଣରେ ଭରପୁର ପାନମହୁରୀ । ତେଣୁ ପାନମହୁରୀ ଜଳର ନିୟମିତ ସେବନ କରିବା ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂରେଇ ରହିଥାଏ । ଏହା ତ୍ୱଚାର ଉଜ୍ଜ୍ୱଳତାକୁ ବୃଦ୍ଧି କରିଥାଏ ।

୩- ଓଜନ ହ୍ରାସ: ପାନମହୁରୀରେ ଥିବା ଫାଇବର ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ଜଳରେ ପାନମହୁରୀ ମିଶାଇ ସେବନ କରିବା ଦ୍ୱାରା ଅଧିକ ଖାଇବା (ଓଭରଇଟିଂ) ଅଭ୍ୟାସ ଠାରୁ ଦୂରେଇ ରହିପାରିବା ।

୪- ଶରୀରକୁ ଡିଟକ୍ସ କରେ: ପାନମହୁରୀ ପାଣିର ନିୟମିତ ସେବନ ଦ୍ୱାରା ଶରୀରରୁ ଟକ୍ସିନ୍ସ ବାହାର କରିବାରେ ସହାୟକ ହୋଇଥାଏ । ଏହା ଶରୀରକୁ ଡିଟକ୍ସିଫାଇ କରି ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ।

୫- ଦୃଷ୍ଟିଶକ୍ତି: ପାନମହୁରୀରେ ଭିଟାମିନ୍‌- ‘ସି’ ରହିଛି ଯାହା ଆଖିର ଦୃଷ୍ଟିଶକ୍ତି ପ୍ରଖର କରିବାରେ ସହାୟକ ହୋଇଥାଏ ।

୬- ନିୟନ୍ତ୍ରିତ ରକ୍ତଚାପ: ପାନମହୁରୀରେ ପୋଟାଶିୟମ ରହିଛି ଯାହା ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ । ଏହା ସହ ହୃଦସ୍ପନ୍ଦନକୁ ନିୟନ୍ତ୍ରିତ ରଖିଥାଏ । ତେଣୁ ନିୟମିତ ପାନମହୁରୀ ମିଶ୍ରିତ ଜଳର ସେବନ କରିବା ଉଚିତ ।

୭- ଇମ୍ୟୁନିଟି: ପାନମହୁରୀରେ ଥିବା ଜିଙ୍କ୍ ଏବଂ ଭିଟାମିନ୍‌-‘ସି’ ଭଳି ପୋଷକ ତତ୍ୱ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।

Get real time updates directly on you device, subscribe now.