fbpx

ନୂଆ ପିଢ଼ିର ବାଲିଷ୍ଟିକ ମିସାଇଲ୍ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ: DRDO ଓ SFCକୁ ଅଭିନନ୍ଦନ ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ :ଡିଆରଡିଓ ସହଯୋଗରେ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (ଏସଏଫସି) ବୁଧବାର ସନ୍ଧ୍ୟା ୭ଟାରେ ଓଡ଼ିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ନୂଆ ପିଢ଼ିର ବାଲିଷ୍ଟିକ ମିସାଇଲ୍ ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ କରିଛି ।

ପ୍ରତିରକ୍ଷା ମନ୍ତ୍ରଣାଳୟ ଏହି ପରୀକ୍ଷାକୁ ନିଶ୍ଚିତ କରିଛି:-

ଏହି ଲଞ୍ଚ ଅବସରରେ ଡିଫେନ୍ସ ଷ୍ଟାଫ୍ ଜେନେରାଲ୍ ଅନିଲ ଚୌହ୍ୱାନ, ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ମୁଖ୍ୟ , ଡିଆରଡିଓ ଏବଂ ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆରଡିଓ, ଏସଏଫସି ଏବଂ ସଶସ୍ତ୍ର ବାହିନୀକୁ ଅଭିନନ୍ଦନ ଜଣାଇଛନ୍ତି ।

ଅଗ୍ନି-ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ଉଡାଣ ପରୀକ୍ଷଣ

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ଡିଆରଡିଓ ସହଯୋଗରେ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡ (ଏସଏଫସି) ଏପ୍ରିଲ୍ ୩ ରେ ଓଡିଶା ଉପକୂଳରୁ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ନୂତନ ପିଢ଼ିର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମର ସଫଳତାର ସହ ଉଡାଣ ପରୀକ୍ଷଣ କରାଯାଇଛି ।

Get real time updates directly on you device, subscribe now.