fbpx
BSKY SKY
BSKY SKY

(Video)ମୋତେ ସ୍ୱାମୀ ଦରକାର, ପ୍ରେମିକ ବି ଦରକାର; ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢି ଯାଇ ଏପରି ଦାବୀ କଲେ ୩ ସନ୍ତାନର ମା’

BSKY

ଗୋରଖପୁର: ଉତ୍ତରପ୍ରଦେଶ ଗୋରଖପୁର ଜିଲ୍ଲାରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ନିଜ ଅବୈଧ ସମ୍ବନ୍ଧ ବିଷୟ ସାମ୍ନାକୁ ଆସିଯିବା ପରେ ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢି ଯାଇଛନ୍ତି । ମହିଳାଙ୍କର ୩ ସନ୍ତାନ ରହିଛନ୍ତି । ଗତ ୭ ବର୍ଷ ତଳୁ ତାଙ୍କର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଅବୈଧ ସଂପର୍କ ରହିଛି । ଯେତେବେଳେ ତାଙ୍କ ସ୍ୱାମୀ ଏ ବିଷୟରେ ଜାଣିଥିଲେ ସେତେବେଳେ ସେ ଏହାର ବିରୋଧ କରିବା ଆରମ୍ଭ କରିଦେଲେ । ଏହାପରେ ମହିଳା ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ ।

ସେ ଏହାପୂର୍ବରୁ ବହୁବାର ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ । ଏକ ମାସ ତଳେ ସେ ୫ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହା ପୂର୍ବରୁ ସେ ରେଳ ଧାରଣାରେ ଶୋଇ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ ।

ତେବେ ମହିଳା ଜଣକ ହାଇ ଟେନସନ୍ ତାରରେ ବନ୍ଧା ବିଦ୍ୟୁତ୍ ଖୁଣ୍ଟରେ ଚଢିଥିବାର ଏକ ଭିଡିଓ ଏବେ ଇଣ୍ଟରନେଟ୍‌ରେ ଭାଇରାଲ୍ ହେଉଛି । ଭିଡିଓରେ ଦେଖିବାକୁ ମିଳୁଛି ସ୍ଥାନୀୟ ଲୋକମାନେ ତାଙ୍କୁ ତଳକୁ ଓହ୍ଲାଇବାକୁ ବୁଝାଉଥିବା ବେଳେ ମହିଳା ତଳକୁ ଓହ୍ଲାଇବାକୁ ମନା କରୁଛନ୍ତି । ମିଳିଥିବା ଖବରରୁ ଜଣାପଡିଛି ପୋଲିସ ପତି-ପତ୍ନୀ ଓ ପ୍ରେମୀଙ୍କ ମଧ୍ୟରେ ଏକ ବୁଝାମଣା କରିବାକୁ ଚେଷ୍ଟା କରୁଛି ।

Get real time updates directly on you device, subscribe now.