fbpx

ଫଟୋ ଶେୟାର କରିବା ପୂର୍ବରୁ ସାବଧାନ ! ହୋଇପାରନ୍ତି Spyର ଶିକାର, ଏପରି ନଷ୍ଟ କରନ୍ତୁ ପ୍ରମାଣ

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍ । ଅଧିକାଂଶ ଲୋକଙ୍କ ମଧ୍ୟରେ ରହିଛି ସୋସିଆଲ ମିଡିଆର କ୍ରେଜ୍ । ଫୋଟୋ କ୍ଲିକ୍ କରିବା ଏବଂ ଶେୟାର କରିବା ସାଧାରଣ କଥା । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଫଟୋ ମାଧ୍ୟମରେ ଆପଣ ଜାସୁସୀ ବା Spyର ଶିକାର ହୋଇପାରିବେ ।

ସୋସିଆଲ ମିଡିଆ ଯୁଗରେ ବିଶେଷ କରି ଯୁବପିଢ଼ି ପପୁଲାର ହେବା ପାଇଁ ରୀଲ୍ସ, ଫଟୋ ଏବଂ ଭିଡ଼ିଓର ସାହାରା ନେଇଥାନ୍ତି । ଏହି ସବୁ ସେମାନେ ବିଭିନ୍ନ ଅନଲାଇନ୍ ଏବଂ ଅଫଲାଇନ୍ ସାଙ୍ଗସାଥୀଙ୍କ ସହ ଶେୟାର କରିଥାନ୍ତି । ତେବେ ବହୁତ କମ୍ ଲୋକମାନେ ଜାଣିଥିବେ ଯେ ଏହି ଫଟୋ ଶେୟାରିଂ ମାଧ୍ୟମରେ ଆପଣ Spyର ଶିକାର ହୋଇପାରନ୍ତି । ଏହି ଫଟୋ ମାଧ୍ୟମରେ ଆପଣଙ୍କ ବିଷୟରେ ଅନେକ ତଥ୍ୟ ଲିକ୍ ହେବାର ସମ୍ଭାବନା ରହିଛି । ବାସ୍ତବରେ ଆମେ ଯେତେବେଳେ ଡିଜିଟାଲ୍ ଇମେଜ କ୍ଲିକ୍ କରିଥାଉ ସେଥିରେ ଏକ୍ସଚେଞ୍ଜେବଲ ଇମେଜ୍ ଫାଇଲ ଫର୍ମାଟ (EXIF) ଡିଟେଲ ରହିଥାଏ । ଏହା ଡିଜିଟାଲ ଇମେଜରେ ମେଟା ଡାଟା ଗଚ୍ଛିତ କରିବାର ଏକ ଷ୍ଟାଣ୍ଡାର୍ଡ଼ ଉପାୟ । ଫଟୋ କ୍ଲିକ୍ କରିବା ପରେ ଏହି ଡାଟା ମାଧ୍ୟମରେ ଫଟୋର ପ୍ରପର୍ଟିଜ୍ ଅଟୋମେଟିକ୍ ସେଭ୍ ହୋଇଯାଏ । ଏଥିରେ ଅନେକ ଡିଟେଲ ଯେପରି ରିଜଲ୍ୟୁସନ୍‌, କଲର ସ୍ପେସ୍‌, ଫାଇଲ ସାଇଜ୍‌, ତାରିଖ, ସମୟ, ସ୍ଥାନ, ଶଟର ସ୍ପୀଡ୍‌, ଆଇଏସ୍‌ଓ, ଡିଭାଇସ୍ ନାମ, ଏକ୍ସପୋଜର ଲେବୁଲ ଆଦି ।

ଫୋନରୁ ଏପରି ଡିଲିଟ୍ କରନ୍ତୁ ଡାଟା: କାହାକୁ ଫଟୋ ପଠାଇବା ପୂର୍ବରୁ ପ୍ରଥମେ ଫୋନ୍ ଗ୍ୟାଲେରିକୁ ଯା’ନ୍ତୁ । ଯେଉଁ ଫଟୋ ସମ୍ପନ୍ଧୀୟ ଡାଟା ଡିଲିଟ କରିବାକୁ ଚାହୁଁଛନ୍ତି ତା’କୁ ସିଲେକ୍ଟ କରନ୍ତୁ । ଏହି ଇମେଜରେ ମାଧ୍ୟମରେ ଡିଟେଲ୍ସକୁ ଯାଇ ଏଡିଟ୍ ଅପସନ୍ ଉପରେ କ୍ଲିକ୍ କରନ୍ତୁ । ଏଥିରେ ତାରିଖ, ସ୍ଥାନ, ଆଦି ସହ ଜଡ଼ିତ ଅନ୍ୟ ଡିଟେଲ୍ସ ଡିଲିଟ୍ କିମ୍ବା ବଦଳାଇ ପାରିବେ । ଆପଣ ଚାହିଁଲେ କ୍ୟାମେରା ଆପରୁ ଲୋକେସନ୍ ସେଟିଙ୍ଗକୁ ଯାଇ ଫଟୋ ସମ୍ବନ୍ଧୀୟ ଡିଟେଲ୍ସ ଏଡିଟ୍ କରିପାରିବେ ।

ଲାପଟପରୁ ଏମିତି ଡିଲିଟ୍ କରନ୍ତୁ ଡାଟା: ପ୍ରଥମେ ଆପଣଙ୍କ ଲାପଟପରେ ଫୋଲଡରରେ ଥିବା ଫଟୋ ଉପରେ ରାଇଟ୍ କ୍ଲିକ୍ କରନ୍ତୁ । ଏହା ପରେ ପ୍ରପର୍ଟିକୁ ଯାଇ ଡିଟେଲ୍ସ ଉପରେ କ୍ଲିକ୍ କରନ୍ତୁ । ଏଥିରେ ରିମୁଭ୍ ପ୍ରପର୍ଟିଜ୍ ଏବଂ ପର୍ସନାଲ ଇନଫରମେସନ୍ ସିଲେକ୍ଟ କରନ୍ତୁ । ଏଥିରେ ଆପଣଙ୍କୁ କେଉଁ ଡାଟା ଡିଲିଟ୍ କରିବା, ଡାଟାଗୁଡ଼ିକର କପି ତିଆରି କରିବା ଏବଂ ମାନୁଆଲି କାହାକୁ ଡିଲିଟ୍ କରିବା ଭଳି ବିଭିନ୍ନ ବିକଳ୍ପ ରହିଛି । ନିଜ ପସନ୍ଦ ଅନୁଯାୟୀ ବିକଳ୍ପ ଚୟନ କରନ୍ତୁ । ଏହା ପରେ ଓକେ କ୍ଲିକ୍ କରନ୍ତୁ ।

Get real time updates directly on you device, subscribe now.