fbpx

ଖରାରେ ଶୁଖାଉଛନ୍ତି କି ଓଦା କେଶ? ସାବଧାନ! ଆଗକୁ ହୋଇପାରେ ଏହି ସବୁ ସମସ୍ୟା

କେଶ ସବୁବେଳେ ମଣିଷର ସୌନ୍ଦର୍ଯ୍ୟକୁ ବଢାଇଥାଏ । କେଶ ଲମ୍ବା କିମ୍ବା ଛୋଟ ହେଉ, ଏହାର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ତେବେ ଖରାଦିନେ ଅତ୍ୟଧିକ ଗରମ କାରଣରୁ ଅନେକ ଜଣ ଦିନକୁ ୨ ରୁ ୩ଥର ଲେଖାଏଁ ମୁଣ୍ଡ ଧୋଇ ଗାଧୋଇଥା’ନ୍ତି । କିନ୍ତୁ ଏଥିରେ ଅଧିକାଂଶ ମହିଳା କେଶ ଶୁଖାଇବା ପାଇଁ ସୂର୍ଯ୍ୟକିରଣରେ ବସିଥାନ୍ତି । ହେଲେ ଏହି ସୂର୍ଯ୍ୟକିରଣ ସେମାନଙ୍କ କେଶ ଝଡ଼ିବା ସମସ୍ୟାର କାରଣ ହୋଇପାରେ । କାରଣ ସୂର୍ଯ୍ୟକିରଣରେ କେଶ ଶୁଖାଇବା ଦ୍ୱାରା କେଶ ଦୁର୍ବଳ ହୋଇଯାଏ । ଓଦା କେଶକୁ ପ୍ରାକୃତିକ ଭାବରେ ଶୁଖିବାକୁ ଦେବା ଉଚିତ୍ । ମନେ ରଖିବା ଦରକାର କେଶ ଧୋଇବା ପରେ ଓଦା କେଶକୁ କୁଣ୍ଡାଇବା ଉଚିତ୍ ନୁହେଁ । ଯଦି ଆପଣ ଏହା କରୁଛନ୍ତି ତେବେ ଏହା କେଶ ନଷ୍ଟ କରିପାରେ ।

ଗାଧୋଇବା ପରେ ଓଦା କେଶରେ ଡ୍ରାୟର୍ ବ୍ୟବହାର ନକରିବାକୁ ଚେଷ୍ଟା କରନ୍ତୁ । ମନେରଖନ୍ତୁ ଯେ ପ୍ରଥମେ କେଶକୁ ହାଲୁକା ଶୁଖିବାକୁ ଦିଅନ୍ତୁ ଏବଂ ତା’ପରେ ହିଁ ଡ୍ରାୟର୍ ବ୍ୟବହାର କରନ୍ତୁ । କେଶରେ ଡ୍ରାୟର୍ ବ୍ୟବହାର କରିବାବେଳେ, ସର୍ବଦା ଡ୍ରାୟର ମଧ୍ୟମ ସ୍ତରରେ ସେଟିଂ ରଖନ୍ତୁ । ଓଦା କେଶ ବାନ୍ଧିବା ମଧ୍ୟ ଆପଣଙ୍କ କେଶ ଝଡ଼ିବାର କାରଣ ହୋଇପାରେ । ଆପଣ ଓଦା କେଶକୁ ବାନ୍ଧି ରଖିବାକୁ ପସନ୍ଦ କରୁଥିଲେ ମଧ୍ୟ ଏହା କେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ ।

ସର୍ବଦା ଧ୍ୟାନରେ ରଖିବା ଉଚିତ୍ ଯେ ଓଦା କେଶକୁ କେବେବି ବ୍ରଶ କରାଯିବା ଉଚିତ୍ ନୁହେଁ । ଅନେକ ଲୋକ ଭାବନ୍ତି ଯେ କେଶକୁ ଅଲଗା କରିବାର ସହଜ ଉପାୟ ହେଉଛି ଓଦା କେଶକୁ କୁଣ୍ଡାଇବା ଏହା ଦ୍ୱାରା କେଶ ଅଲଗା ହୋଇପାରେ । କିନ୍ତୁ ଏହି ଅଭ୍ୟାସ ଆପଣଙ୍କ କେଶକୁ ଝଡ଼ିବାରେ ସାହାଯ୍ୟ କରେ । ଯଦି ଆପଣ ମଧ୍ୟ କେଶକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମୋଟା ରଖିବାକୁ ଚାହାଁନ୍ତି, ତେବେ ଓଦା କେଶ ସହିତ ଏହି କାମ ଆଦୌ କରନ୍ତୁ ନାହିଁ ।

Get real time updates directly on you device, subscribe now.