fbpx

ଦିଲ୍ଲୀରେ ୫ ଦିନ ବନ୍ଦ ରହିବ ମଦ ଦୋକାନ, ନିର୍ଦ୍ଦେଶ ଜାରି କଲେ ସରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ମଦ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଏପ୍ରିଲ ମାସରେ ୫ ଦିନ ‘ଡ୍ରାଇ ଡେ’ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର । ଅପରପକ୍ଷରେ ଅବକାରୀ ବିଭାଗ ଏହାର ତାରିଖ ମଧ୍ୟ ଘୋଷଣା କରିଛି । ଏହି ୫ ଦିନ ମଦ କ୍ରୟ ଏବଂ ବିକ୍ରୟ ସମ୍ପୂର୍ଣ୍ଣ ନିଷେଧ ରହିବ । ଆଦେଶ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଦିଲ୍ଲର ସରକାରର ଅବକାରି ବିଭାଗ ତରଫରୁ ଜାରି କରାଯାଇଥିବା ଏହି ଆଦେଶ ଅନୁଯାୟୀ ଏପ୍ରିଲ ୧୧(ଇଦ୍‌), ଏପ୍ରିଲ ୧୭(ରାମନବମୀ), ଏପ୍ରିଲ ୨୧(ମହାବୀର ଜୟନ୍ତୀ) ଅବସରରେ ଦିଲ୍ଲୀରେ ‘ଡ୍ରାଇ ଡେ’ ପାଳନ ହେବ । ଏହା ବ୍ୟତୀତ ଦିଲ୍ଲୀ ସୀମାବର୍ତ୍ତୀ ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏପ୍ରିଲ ୨୪ ସନ୍ଧ୍ୟା ୬ଟାରୁ ଏପ୍ରିଲ ୨୬ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଡ୍ରାଇ ଡେ ଘୋଷଣା କରାଯାଇଛି । ଏନେଇ ଏଏନଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି । ସେହିପରି ମେ ୨୩(ବୁଦ୍ଧ ପୂର୍ଣ୍ଣିମା) ଏବଂ ଜୁନ୍ ୧୭(ବକରୀଦ୍‌) ଅବସରରେ ଦିଲ୍ଲୀରେ ଡ୍ରାଇ ଡେ ପାଳନ ହେବ । ଏହିପରି ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ମୋଟ୍ ୭ ଦିନ ଦିଲ୍ଲୀରେ ମଦ ଦୋକାନ ବନ୍ଦ ରହିବ । କହିରଖୁଛୁ ପର୍ବ ପର୍ବାଣୀ କିମ୍ବା ନିର୍ବାଚନ ସମୟରେ ରାଜ୍ୟ ସରକାର କିମ୍ବା ପ୍ରଶାସନ ପକ୍ଷରୁ ଡ୍ରାଇ ଡେ ଘୋଷଣା କରାଯାଇଥାଏ ।

Get real time updates directly on you device, subscribe now.