fbpx

Apple Awas Yojna? ଏଣିକି କର୍ମଚାରୀଙ୍କ ପାଇଁ ଆବାସ ସୁବିଧା ଯୋଗାଇବ ଆପଲ୍ ଇକୋସିଷ୍ଟମ୍: ଚାକିରି ପରେ ଘର ଦେବ କମ୍ପାନୀ…

ନୂଆଦିଲ୍ଲୀ: ଆପଲର ଇକୋସିଷ୍ଟମ କର୍ମଚାରୀମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଯୋଗାଇବାକୁ ପ୍ରୟାସ ଜାରି ରଖିଛି । ଦେଢ ଲକ୍ଷ ସିଧାସଳଖ ଚାକିରି ଯୋଗାଇଦେବା ପାଇଁ ବର୍ତ୍ତମାନ ସେମାନଙ୍କୁ ଆଉ ଏକ ସୁବିଧା ଯୋଗାଇବାକୁ ଯାଉଛି ଆପଲ ଇକୋସିଷ୍ଟମ । କମ୍ପାନୀରେ କାର୍ୟ୍ୟରତ କର୍ମଚାରୀମାନଙ୍କ ପାଇଁ ଆସିକ ଗୃହ ଯୋଗାଇ ଦେବାକୁ ଯୋଜନା କରୁଛି ଏହି କମ୍ପାନୀ । ସରକାରୀ ଅଧିକାରୀଙ୍କ କହିବାନୁସାରେ, ଫକ୍ସକନ୍, ଟାଟା, ଏବଂ ସାଲକମ୍ପ୍ ଭଳି ଆପଲର ଚୁକ୍ତିଭିତ୍ତିକ ଉତ୍ପାଦନକାରୀ ଏବଂ ଯୋଗାଣକାରୀ କମ୍ପାନୀର କର୍ମଚାରୀଙ୍କ ପାଇଁ ଆବାସ ଘର ନିର୍ମାଣ କରି ଯୋଗାଇବା ପାଇଁ ଆଗଭର ହୋଇଛନ୍ତି ।

ପବ୍ଲିକ-ପ୍ରାଇଭେଟ ପାର୍ଟନରସିପ ଯୋଜନା ଅଧୀନରେ ଏହି ପଦକ୍ଷେପ ନିଆଯାଉଥିବା ବେଳେ ଏହା ଭାରତର ସବବୃହତ୍ ପ୍ରାଇଭେଟ ସେକ୍ଟର ଭାବରେ ପରିଚୟ ପାଇଛି । ଏହି ଯୋଜନାରେ ପ୍ରାୟ ୭୮ ହଜାର ୟୁନିଟ ନିର୍ମାଣ କାର୍ୟ୍ୟରେ ଲାଗୁ ହେବାକୁ ଯାଉଛି । ତେବେ ତାମିଲନାଡୁରେ ସର୍ବାଧିକ ୫୮ହଜାର ୟୁନିଟ ଆବଣ୍ଟନ ପାଇବାକୁ ସ୍ଥିର କରାଯାଇଛି । ଗୃହ ନିର୍ମାଣ ୟୁନିଟ୍ ଗୁଡିକ ମୁଖ୍ୟତଃ ଟାଟା ଗ୍ରୁପ୍ ଏବଂ ଏସପିଆର୍ ଇଣ୍ଡିଆର ଅତିରିକ୍ତ ଅବଦାନ ସହିତ ତାମିଲନାଡୁର ଷ୍ଟେଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରମୋସନ୍ କର୍ପୋରେସନ୍ ଦ୍ୱାରା ନିର୍ମାଣ କରାଯାଉଛି । ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ୧୦-୧୫% ଅର୍ଥ ଆସୁଥିବା ବେଳେ ଅବଶିଷ୍ଟାଂଶ ରାଜ୍ୟ ସରକାର ଏବଂ ଉଦ୍ୟୋଗୀ ବହନ କରିବେ । ତେବେ ଚଳିତ ଆର୍ଥିକ ବର୍ଷ ତଥା ମାର୍ଚ୍ଚ ୩୧, ୨୦୨୫ ସୁଦ୍ଧା ନିର୍ମାଣ ପ୍ରକ୍ରିୟା ଶେଷ ହୋଇ ଘରୋଇ କ୍ଷେତ୍ରକୁ ହସ୍ତାନ୍ତର କରାଯିବ ବୋଲି ଆଶା କରାଯାଉଛି ।

କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ସେମାନଙ୍କ ସୁରକ୍ଷା ହେଉଛି ଏହି ଆବାସ ନିର୍ମାଣ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ । ବିଶେଷ କରି ପ୍ରବାସୀ ମହିଳା ଏବଂ ୧୯-୨୪ ବର୍ଷ ବୟସ ବର୍ଗର ଯୁବଗୋଷ୍ଠୀଙ୍କ ପାଇଁ ଏହି ଯୋଜନା ବେଶ୍ ସହାୟକ ହେବ । ବର୍ତ୍ତମାନ ସୁଦ୍ଧା ଅଧିକାଂଶ କର୍ମଚାରୀ ଭଡା ଘରେ ରହିବା ସହ ଏକ ଲମ୍ବା ଯାତ୍ରା କରି ଅଫିସକୁ ଆସୁଛନ୍ତି । ଏଭଳି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ସୁରକ୍ଷା ଏକ ଚ୍ୟାଲେଞ୍ଜ ହୋଇପାରେ । ଶ୍ରମିକମାନଙ୍କ ପାଇଁ ଉତ୍ପାଦକତା ଏବଂ ସାମଗ୍ରିକ କଲ୍ୟାଣ ଫଳାଫଳ ବୃଦ୍ଧି ପାଇଁ କାରଖାନା ନିକଟରେ ଗୁଣାତ୍ମକ ଗୃହ ଯୋଗାଇବାର ଗୁରୁତ୍ୱ ବିଷୟରେ କହିଛନ୍ତି ମେଟି ସଚିବ ଏସ୍ କୃଷ୍ଣନ୍ ।

କର୍ମଚାରୀମାନଙ୍କୁ ଆବାସ ଗୃହ ଯୋଗାଇ ଦେବା ପାଇଁ ଫକ୍ସକନ, ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ସାଲକମ୍ପ ଭଳି କମ୍ପାନୀ ଏହି ଗୃହ ଯୋଜନାରେ ଆଗଭର ହୋଇଛନ୍ତି । ଭାରତର ଏକ ପ୍ରମୁଖ ଆଇଫୋନ୍ ଯୋଗାଣକାରୀ ଫକ୍ସକନ୍ ଏହାର ୪୧,୦୦୦ କର୍ମଚାରୀଙ୍କ ପାଇଁ ହାଉସିଂ ୟୁନିଟ୍ ମଧ୍ୟରୁ ୩୫,୦୦୦ ୟୁନିଟ ବ୍ୟବହାର କରିବ । ତେବେ ସେମାନଙ୍କ ମଧ୍ୟରୁ ୭୫% ମହିଳା କର୍ମଚାରୀ ଏହି ଯୋଜନାରେ ସାମିଲ ରହିଛନ୍ତି । ।

Get real time updates directly on you device, subscribe now.