fbpx

ପୂର୍ଣ୍ଣ ହେବ ସବୁ ମନସ୍କାମନା, କେବଳ ସୋମବାର ଦିନ କରନ୍ତୁ ଏମିତି ଶିବଙ୍କ ପୂଜା

ଓଡ଼ିଶା ଭାସ୍କର: ସୋମବାର ହେଉଛି ଭଗବାନ ଶିବଶଙ୍କର ବାର । ଏହି ଦିନ ଭଗବାନ ଭୋଳାନାଥଙ୍କୁ କିଛି ସ୍ୱତନ୍ତ୍ର ଉପାୟରେ ପୂଜା କଲେ ଅନେକ ସମସ୍ୟା ଦୂର ହୋଇ ଶୁଭଫଳ ପ୍ରାପ୍ତି ହୋଇଥାଏ । ତେବେ ଜୀବନରେ ଥିବା ସମସ୍ୟାର ସମାଧାନ ତଥା ବିଶେଷ କୃପା ପାଇଁ କିଛି ସରଳ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ ।

– କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ ଭଗବାନ ଶଙ୍କରଙ୍କୁ ବେଲପତ୍ରରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ଅର୍ପଣ କରନ୍ତୁ । ଏହାଦ୍ୱାରା ଶୁଭଫଳ ମିଳିବା ସହ ସଫଳତା ମିଳିଥାଏ ।

– ଧାର୍ମିକ ମାନ୍ୟତା ଅନୁଯାୟୀ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରଭୁ ଶିବଶଙ୍କର ମନ୍ତ୍ର ଜପ କରିବା ବେଶ ଲାଭଦାୟକ । ନିୟମିତ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରିବା ଦ୍ୱାରା ଉତ୍ତମ ସ୍ୱାସ୍ଥ୍ୟ, ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ । ଯେଉଁମାନଙ୍କୁ ଅଧିକ କ୍ରୋଧ ଆସିଥାଏ, ସେମାନେ ମଧ୍ୟ ଏହି ମନ୍ତ୍ର ଜପ କରିବା ଉଚିତ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ବହୁ ଶୁଭଫଳ ମଧ୍ୟ ପ୍ରାପ୍ତି ହେବା ସହ ଅନେକ ସମସ୍ୟାର ସମାଧାନ ହୋଇଥାଏ ।

– ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗି ରହୁଥିଲେ କିମ୍ବା ବାରମ୍ବାର ରୋଗଗ୍ରସ୍ତ ହେଉଥିଲେ, ଭଗବାନ ଶଙ୍କରଙ୍କ ମହାମୃତ୍ୟୁଞ୍ଜୟ ମନ୍ତ୍ର ନିଶ୍ଚୟ ଜପ କରନ୍ତୁ । ଏହି ମନ୍ତ୍ର ଜପ ଦ୍ୱାରା ଅସାଧ୍ୟ ରୋଗ ଓ ଅକାଳ ମୃତ୍ୟୁର ସଙ୍କଟ ମଧ୍ୟ ଦୂର ହୋଇଥାଏ । ବିଭିନ୍ନ ପ୍ରକାର ଗ୍ରହ ଦୋଷରୁ ମୁକ୍ତି ପାଇବାକୁ ଧନସମ୍ପତ୍ତି, ବୈଭବ ଆଦି ପୂରଣ ପାଇଁ ନିୟମିତ ମହାମୃତ୍ୟୁଞ୍ଜୟ ମନ୍ତ୍ରର ଜପ କରନ୍ତୁ ।

– ଯେଉଁମାନଙ୍କ ବିବାହରେ ବିଳମ୍ବ ହେଉଛି, ସୋମବାର ଦିନ ବ୍ରତ ଧାରଣ କରନ୍ତୁ । ଭଗବାନ ଶଙ୍କର ଓ ମାତା ପାର୍ବତୀଙ୍କୁ ବିଧି ସହ ପୂଜା କରନ୍ତୁ । ମା’ଗୌରୀଙ୍କୁ ଓଢଣୀ ଅର୍ପଣ କରନ୍ତୁ । ବିବାହରେ ଥିବା ସମସ୍ୟା ଦୂର ହୋଇଥାଏ ।

-ଦାମ୍ପତ୍ୟ ଜୀବନରେ ସମସ୍ୟା ଥିଲେ, ପତି-ପତ୍ନୀ ସୋମବାର ଦିନ ଏକାସହ ଭଗବାନ ଭୋଳାଶଙ୍କର ସହ ମା’ଗୌରୀଙ୍କର ପୂଜା କରନ୍ତୁ । ମାତା ପାର୍ବତୀଙ୍କୁ ୧୬ ଶୃଙ୍ଗାର ଅର୍ପଣ କରନ୍ତୁ । ଏହାଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ । ପତିଙ୍କ ଦୀର୍ଘାୟୁ ପାଇଁ ସୋମବାର ଦିନ ବ୍ରତ ନିଶ୍ଚୟ ରଖନ୍ତୁ । ଏହି ଦିନ ପୂଜା କରିବା ସମୟରେ ମାତା ପାର୍ବତୀଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ । ବ୍ରତ କଥା ଶୁଣନ୍ତୁ । ମାତା ପାର୍ବତୀଙ୍କ କୃପାରୁ ସୌଭାଗ୍ୟ ପ୍ରାପ୍ତି ହେବ ।

– ଜାତକରେ ଚନ୍ଦ୍ର ଦୋଷ ରହିଥିଲେ, ଭଗବାନ ଶିବଶଙ୍କରଙ୍କୁ ବିଧିରେ ପୂଜା କରନ୍ତୁ । ସୋମବାର ବ୍ରତ ରଖନ୍ତୁ । ଏହାଦ୍ୱାରା ଚନ୍ଦ୍ରଙ୍କ ଦୋଷ ଦୂର ହୋଇଥାଏ । ସୁଖସମୃଦ୍ଧି ପ୍ରାପ୍ତି ହୋଇଥାଏ । କାଳସର୍ପ ଦୋଷ ଥିଲେ, ଭଗବାନ ଶଙ୍କରଙ୍କୁ ପୂଜା କରନ୍ତୁ । ଏହାଦ୍ୱାରା ସମସ୍ତ ପ୍ରକାର ଦୋଷ ଦୂର ହୋଇଥାଏ ।

Get real time updates directly on you device, subscribe now.