fbpx
BJD SKY
BJD SKY

Defence Minister ହେବେ କେ.ଏଲ ରାହୁଲ… ଅଧିନାୟକଙ୍କ ମଜାକ୍ ଉଡ଼ାଇଲା LSG: ଭିଡିଓ ଭାଇରାଲ

BJD

ନୂଆଦିଲ୍ଲୀ: ରୋମାଞ୍ଚକର ରୂପ ନେଇ ସାରିଛି ଆଇପିଏଲ-୨୦୨୪ । ଗୁଜୁରାଟ ବିପକ୍ଷରେ ୩୩ ରନର ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଉପରକୁ ଉଠିଛି କେ.ଏଲ ରାହୁଲଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ । ତେବେ ଏହି ବିଜୟ ପରେ ରାହୁଲଙ୍କୁ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ରାହୁଲ ଦେଶର ପରବର୍ତ୍ତୀ ରକ୍ଷାମନ୍ତ୍ରୀ ହେବା ନେଇ କୁହାଯାଇଛି । ତେବେ ଦେଶର ପରବର୍ତ୍ତୀ ରକ୍ଷାମନ୍ତ୍ରୀ ହେବା ପାଇଁ ତାଙ୍କୁ ଶୁଭକାମନା ମଧ୍ୟ ଦିଆଯାଇଛି ।

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜରେ ଲାଗିଥିବା ଆହତ ସମସ୍ୟାରୁ ଫେରି ଦମଦାର ବ୍ୟାଟିଂ କରିଛନ୍ତି ସୁପର ଜିଆଣ୍ଟସ ଅଧିନାୟକ କେ.ଏଲ ରାହୁଲ । ତେବେ ଗୁଜୁରାଟ ବିପକ୍ଷରେ ରାହୁଲ ୩୧ ବଲରୁ ମାତ୍ର ୩୩ ରନ୍ କରି ଆଉଟ ହୋଇଥିଲେ । ରାହୁଲଙ୍କ ଟିମ୍ ସୁପର ଜିଆଣ୍ଟସ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଭିଡିଓ ପୋଷ୍ଟ କରିଛି । ଭିଡିଓରେ ଦେଖାଯାଇଛି ଯେ, ମ୍ୟାଚ ପରେ ରାହୁଲ ବିଶ୍ରମ କରୁଥିବା ବେଳେ ତାଙ୍କୁ ସାକ୍ଷାତ କରିବା ପାଇଁ ଜଣେ ଫ୍ୟାନ୍ ସେଠାକୁ ଆସିଛନ୍ତି । ଏହି ଫ୍ୟାନ୍ ହେଉଛନ୍ତି ଅଭିନେତା ଶୁଭମ ଗିରି । ସେ ରାହୁଲଙ୍କୁ କହିଛନ୍ତି ଯେ, ରାହୁଲ ଭାଇ ମୋତେ ଲାଗୁଛି ଆପଣଙ୍କୁ ଭାରତରର ପରବର୍ତ୍ତୀ ରକ୍ଷାମନ୍ତ୍ରୀ(ଡିଫେନ୍ସ ମିନିଷ୍ଟର) ହେବା ଉଚିତ୍ ।

ପ୍ରଥମେ କେ.ଏଲ ରାହୁଲ ଏହି କଥାକୁ ବୁଝି ପାରିନାହାନ୍ତି ଏବଂ ଏହାକୁ ସେ ତାଙ୍କ ମଜାକ ଉଡ଼ାଉଥିବା ଭାବିଥିଲେ । ତେବେ ଶୁଭମଙ୍କ ଏହି କଥାରେ ରାହୁଲ କହିଛନ୍ତି ଯେ, ଏବେ ତୁ ମଧ୍ୟ ଷ୍ଟ୍ରାଇକ ରେଟର ମଜାକ ଉଡ଼ାଇବୁ? ତେବେ ଏହାର କାରଣ କହିଛନ୍ତି ଶୁଭମ । ସେ କହିଛନ୍ତି ଯେ, ନାଁ ଭାଇ ଆପଣ ବାରମ୍ବାର ୧୬୦ ରନ୍ ଡିଫେଣ୍ଡ କରି ନେଉଛନ୍ତି । ତେଣୁ ଆପଣଙ୍କୁ ଭାରତର ରକ୍ଷାମନ୍ତ୍ରୀ ହେବା ଉଚିତ ବୋଲି କହିଛନ୍ତି ଶୁଭମ । ଆଇପିଏଲରେ ୧୩ ମ୍ୟାଚରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୧୬୦ କିମ୍ବା ଅଧିକ ସ୍କୋର କରିଥିବା ବେଳେ ବିଜୟ ହାସଲ କରିଛି ସୁପର ଜିଆଣ୍ଟସ ।

ଏପ୍ରିଲ ୭ ତାରିଖରେ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ୧୬୩ ରନ୍ କରିଥିଲା ସୁପର ଜିଆଣ୍ଟସ । ତେବେ ଏହାକୁ ପିଛା କରି ଗୁଜୁରାଟ ମାତ୍ର ୧୩୦ ରନରେ ଅଲ ଆଉଟ ହୋଇଛି । ଫଳରେ ଲକ୍ଷ୍ନୌ ଏହି ମ୍ୟାଚକୁ ୩୩ ରନରେ ବିଜୟୀ ହୋଇଛି । ତେବେ ଏହି ମ୍ୟାଚରେ ଅଧିନାୟକ ରାହୁଲ ୩୧ ବଲରୁ ୧୦୬.୪୫ ଷ୍ଟ୍ରାଇକ ରେଟ୍ ସହ ୩୩ ରନ୍ କରିଥିବା ବେଳେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ୧୨୮.୫୭ ଷ୍ଟ୍ରାଇକ ରେଟରେ ୧୨୬ ରନ୍ ସଂଗ୍ରହ କରିଛନ୍ତି ।

Get real time updates directly on you device, subscribe now.