fbpx

ପୋଷା କୁକୁରଙ୍କ ଡାଏଟରେ ଏହି ଜିନିଷ କରନ୍ତୁ ସାମିଲ, ନିରୋଗ ରହିବ ସ୍ୱାସ୍ଥ୍ୟ

ଓଡ଼ିଶା ଭାସ୍କର: କଥାରେ ଅଛି କୁକୁର ସବୁଠାରୁ ବିଶ୍ୱସ୍ତ ପଶୁ । ସେଥିପାଇଁ ଅଧିକାଂଶ ଲୋକମାନେ କୁକୁରକୁ ପୋଷା ଭାବରେ ରଖିବା ପସନ୍ଦ କରିଥାନ୍ତି । ଘରେ ପୋଷା କୁକୁର ରଖିବା ଯଥେଷ୍ଟ ନୁହେଁ ବରଂ ସେମାନଙ୍କ ଉଚିତ ଦେଖାଶୁଣା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ବିଶେଷ କରି ଖାଦ୍ୟପେୟକୁ ନେଇ ଅଧିକ ଯତ୍ନବାନ ହେବାକୁ ପଡ଼ିଥାଏ । ବଜାରରେ କୁକୁରମାନଙ୍କ ପାଇଁ ଖାଦ୍ୟ ଉପଲବ୍ଧ ଥିଲେ ମଧ୍ୟ ଘରୋଇ ଖାଦ୍ୟ ଦେବା ଉଚିତ । ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାର୍ବୋହାଇଡ୍ରେଟ୍‌, ପ୍ରୋଟିନ୍‌, ପ୍ୟାଟ୍‌, ଓମେଗା-୩, ଫାଇବର, ଭିଟାମିନ୍ ଭଳି ଅନ୍ୟ ପୋଷକ ତତ୍ୱ ଯୁକ୍ତ ଖାଦ୍ୟ ଡାଏଟ୍ ଚାର୍ଟରେ ସାମିଲ କରିବା ଉଚିତ । କିନ୍ତୁ ଅଧିକାଂଶ ଲୋକମାନେ ଏ ବିଷୟରେ ଅନବିଜ୍ଞ ଥା’ନ୍ତି । ତେବେ ଆସନ୍ତୁ ଜାଣିବା ପୋଷା କୁକୁରଙ୍କୁ ଆପଣ କ’ଣ ସବୁ ଖାଇବା ପାଇଁ ଦେଇପାରିବେ ।

୧. ପୋଷା କୁକୁରକୁ ଗାଜର ଦିଅନ୍ତୁ । ଏହା ସେମାନଙ୍କ ଦାନ୍ତ ଏବଂ ମାଢ଼ିକୁ ଶକ୍ତ କରିଥାଏ ।

୨. ଆମିଷ ଭୋଜନରେ ସେମାନଙ୍କୁ ମାଛ ଏବଂ ଚିକେନ ଦେଇପାରିବେ । ସିଝା ମାଛ କିମ୍ବା ଚିକେନ, ଚିକେନ୍ ସୁପ୍‌, ଚିକେନ୍ ବୋନ୍ ରାଇସ୍ ଦେଇପାରିବେ । ମନେରଖିବେ ସେମାନଙ୍କୁ ରନ୍ଧା ହାଡ଼ ପରିବର୍ତ୍ତେ କଞ୍ଚା ହାଡ଼ ଦେଇପାରିବେ । ସେମାନଙ୍କ ପେଟ ଖରାପ ଥିଲେ ଆମିଷ ଭୋଜନ ଦିଅନ୍ତୁ ନାହିଁ ।

୩. ତାଜା ଆପଲ ଏବଂ କଦଳୀ ସେମାନଙ୍କ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ । ଆପଲରେ ଭିଟାମିନ୍ ‘ଏ’, ‘ସି’ ଏବଂ ଡାଇଟୋରୀ ଫାଇବର ଭଳି ପୋଷକ ତତ୍ୱ ରହିଛି ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଖରାପ ଆପଲ ଖାଇବା ଦ୍ୱାରା ସେମାନେ ଆଲକୋହଲ ପଇଜନିଂର ଶିକାର ହୋଇପାରିବେ ।

୪. ଅଳ୍ପ ମାତ୍ରାରେ କ୍ଷୀର, ଦହି, ପନୀର ଏବଂ ଦହି ମଧ୍ୟ ଦେଇପାରିବେ । ପ୍ରୋଟିନ୍ ଏବଂ କ୍ୟାଲସିୟମ ଯୁକ୍ତ ଖାଦ୍ୟ ସେମାନଙ୍କ ହାଡ଼କୁ ମଜବୁତ ରଖିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏଭଳି ଖାଦ୍ୟ ସେମାନେ ସହଜରେ ହଜମ କରିଥାନ୍ତି । ଅଧିକ ମାତ୍ରାରେ ଡାଇଟେରି ଖାଦ୍ୟପେୟ ସେମାନଙ୍କ ପାଚନ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ ।

୫. ସବୁଜ ପନିପରିବାରେ ବୀନ୍ସ ଏବଂ କାକୁଡ଼ି ସେମାନଙ୍କ ଡାଏଟରେ ସାମିଲ କରିପାରିବେ । ଅଧିକ ଓଜନ ଥିବା କୁକୁରଙ୍କ ପାଇଁ କାକୁଡ଼ି ଉତ୍ତମ ବିକଳ୍ପ ।

୬. ସାଧା ଭାତ(ଧଳା) ବା ପ୍ଲେନ୍ ରାଇସ୍ କୁକୁରଙ୍କ ପାଇଁ ଉତ୍ତମ ଖାଦ୍ୟ । ପାଚନ ସମ୍ବନ୍ଧୀୟ ସମସ୍ୟା ଥିଲେ ସେମାନଙ୍କୁ ଅଳ୍ପ ମାତ୍ରାରେ ସାଧା ଭାତ ଦେଇପାରିବେ । ଅଧିକ ମାତ୍ରାରେ ସାଧା ଭାତ ଖାଇବା ଦ୍ୱାରା ସେମାନଙ୍କ ରକ୍ତ ଶର୍କରା ସ୍ତର ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଥାଏ ।

 

 

Get real time updates directly on you device, subscribe now.