fbpx
BJD SKY
BJD SKY

ବାଂସୁରୀ ସ୍ୱରାଜ ଆହତ: ନିର୍ବାଚନ ପ୍ରଚାର ସମୟରେ ଆଖିରେ ଲାଗିଲା ଆଘାତ

BJD

ନୂଆଦିଲ୍ଲୀ: ଆସନ୍ତା ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏଥିସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ସିକିମ ଓ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଜୁନ ୨ରେ ପ୍ରକାଶ ପାଇବ । ଲୋକସଭା ଓ ଅନ୍ୟ ୨ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଜୁନ ୪ରେ ପ୍ରକାଶ ପାଇବ । ତେବେ ନିର୍ବାଚନର ମତଦାନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି ।

ଯେଉଁ ସବୁ ଆସନଗୁଡ଼ିକରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ସେହି ଆସନଗୁଡ଼ିକରେ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ତେବେ ପ୍ରଚାର କରୁଥିବା ସମୟରେ ଘଟିଛି ଏକ ଅଘଟଣ । ନୂଆଦିଲ୍ଲୀ ଲୋକସଭା ଆସନରୁ ବିଜେପି ତରଫରୁ ପ୍ରାର୍ଥୀ ହୋଇଥିବା ବାଂସୁରୀ ସ୍ୱରାଜ ଆହତ ହୋଇଛନ୍ତି । ପ୍ରଚାର ସମୟରେ ବାଂସୁରୀଙ୍କ ଆଖିରେ ଆଘାତ ଲାଗିଛି । ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଚାନ୍ଦନୀ ଚୌକରୁ ବିଜେପି ପ୍ରାର୍ଥୀ ହୋଇଥିବା ପ୍ରବୀଣ ଖଣ୍ଡେଲୱାଲ ମଧ୍ୟ ଆହତ ହୋଇଥିଲେ । ତାଙ୍କର ପାଦ ଭାଙ୍ଗିଯାଇଥିଲେ ହେଁ ସେ ପ୍ରଚାର ଜାରି ରଖିଛନ୍ତି ।

Get real time updates directly on you device, subscribe now.