fbpx

ବଡ଼ ନିଷ୍ପତ୍ତି ନେଲେ ରାଜ୍ୟ ସରକାର: ସମସ୍ତ ଓଡ଼ିଆ ମିଡିୟମ୍ ପ୍ରାଇଭେଟ୍ ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପୁସ୍ତକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଛାତ୍ରଛାତ୍ରୀଙ୍କୁ ମାଗଣାରେ ଖାଇବା, ଡ୍ରେସ, ଲାପଟପ, ବହି ଆଦି ପ୍ରଦାନ କରୁଛନ୍ତି । ତେବେ ଏହା ମଧ୍ୟରେ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ଘରୋଇ ଓ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାଗଣା ପୁସ୍ତକ ମିଳିବ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ସୁବିଧା ପାଇବେ ।

ଏଥିପାଇଁ ସରକାରୀ ସ୍କୁଲରେ ନାମ ଲେଖାଇଥିବା ବା ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ତାଲିକା ପ୍ରଦାନ କରାଯାଇଛି । ଏଥିସହିତ ଓଡ଼ିଆ ମାଧ୍ୟମ ସ୍କୁଲରେ ଶିକ୍ଷାଦାନ କରୁଥିବା ଘରୋଇ ସ୍କୁର ଛାତ୍ରଛାତ୍ରୀଙ୍କର ଏକ ତାଲିକା ଦେବା ପାଇଁ ବିଦ୍ୟାଳୟ ଓ ଗଣଣିକ୍ଷା ବିଭାଗ ପକ୍ଷରୁ ସମ୍ପୃକ୍ତ ସ୍କୁଲକୁ ମଗାଯାଇଛି । ଏନେଇ ଓଡ଼ିଶା ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାର (ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାର (ବିଇଓ)ଙ୍କୁ ପତ୍ର ଲେଖାଯାଇଛି ।

୨୦୨୪-୨୫ ଶିକ୍ଷାବର୍ଷର ପ୍ରଥମରୁ ଅଷ୍ଟମ କ୍ଲାସରେ ଆଡମିଶନ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ପୁସ୍ତକ ବଣ୍ଟନ କରାଯିବ । ସେଥିପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଟେକ୍ସଟ ବୁକ୍ ପ୍ରଡକ୍ସନ ଆଣ୍ଡ ମାର୍କେଟିଂ (ଟିବିପିଏମ)କୁ ପୁସ୍ତକ ଛାପିବା ଓ ବଣ୍ଟନ ଦାୟିତ୍ୱ ଦିଆଯାଇଛି । ଏହି ସଂସ୍ଥା ଉଭୟ ସରକାରୀ ଓ ଘରୋଇ ସ୍କୁଲରେ ପୁସ୍ତକ ବଣ୍ଟନ କରିବ ।

Get real time updates directly on you device, subscribe now.