ଓଡ଼ିଶା ଭାସ୍କର: ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ କିଛି ନାଁ କିଛି ନିର୍ଦ୍ଦିଷ୍ଟ ସମୟ ରହିଛି। ସେଥିପାଇଁ ପ୍ରତ୍ୟେକ କାର୍ଯ୍ୟ କରିବା ଆଗରୁ ସମସ୍ତେ ଶୁଭ ବେଳା ବା ଶୁଭ ସମୟ ଖୋଜି’ଥାନ୍ତି। କାରଣ ଭୁଲ ସମୟରେ ଭୁଲ କାର୍ଯ୍ୟ କରିବା ଦ୍ୱାରା ଫଳ ସବୁବେଳେ ଭୁଲ ହିଁ ହୋଇଥାଏ। ଏଣୁ ଯେକୌଣସି ବି କାର୍ଯ୍ୟ କରିବା ଆଗରୁ କାର୍ଯ୍ୟ ସେହି ପାଇଁ ସମୟ ଠିକ୍ କି ନାହିଁ ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ । ନଚେତ ଭୁଲ ସମୟରେ କାମ କରିବା ଦ୍ୱାରା ଆପଣଙ୍କୁ ପଛରେ ଖୁବ ପସ୍ତେଇବାକୁ ପଡିବ। ତେବେ, ଆସନ୍ତୁ ଜାଣିବା କେଉଁ ସମୟରେ କେଉଁ କାର୍ଯ୍ୟ କରିବା ଦ୍ୱାରା ଫଳ ଠିକ୍ ହୋଇନଥାଏ…
୧-ସୂର୍ଯ୍ୟାସ୍ତ ସମୟରେ ଭୋଜନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆଗାମୀ ଜନ୍ମରେ ପଶୁ ଭାବେ ଜନ୍ମ ହେବାର ଯୋଗ ରହିଛି ।
୨- ସେହିପରି ଯଦି ଆପଣ ନିଜ ପରିବାରର ଖୁସି ଚାହୁଁଛନ୍ତି, ତେବେ ରାତିର ସମୟରେ ରୋଷେଇ ଘରେ କୌଣସି ଅଇଁଠା ବାସନ ରଖନ୍ତୁ ନାହିଁ । ଶୋଇବା ପୂର୍ବରୁ ଅଇଁଠା ବାସନ ସର୍ବଦା ସଫା କରିନିଅନ୍ତୁ । ଏହା ଦ୍ୱାରା ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ପରିବାର ସହ ରହିବ ।
୩-ସନ୍ଧ୍ୟା ସମୟରେ ଛୋଟ ପିଲା ଓ ରୋଗୀ ଲୋକଙ୍କୁ ଛାଡି ଅନ୍ୟମାନେ ଶୋଇବା କଥା ନୁହେଁ । କାହିଁକି ନା ଏହି ସମୟରେ ଶୋଇବା ଦ୍ୱାରା ଲୋକେ ରୋଗଗ୍ରସ୍ତ ହୁଅନ୍ତି ଓ ମା ଲକ୍ଷ୍ମୀ ମଧ୍ୟ ରାଗିଥାନ୍ତି ।
୪- ଅନ୍ୟପଟେ ସନ୍ଧ୍ୟା ସମୟରେ ବେଦ ଓ ଶାସ୍ତ୍ରର ଅଧ୍ୟୟନ କରିବାକୁ କଥା ନୁହେଁ । ଏହି ସମୟରେ କେବଳ ଧ୍ୟାନ ଓ ସାଧନା କରିବା ଲାଭପ୍ରଦ ହୋଇଥାଏ ।
୫-ସୂର୍ଯ୍ୟସ୍ତ ସମୟରେ ଧ୍ୟାନ ଓ ସାଧନା କରିବାର ସମୟ । ଏହି ସମୟରେ କାମ ଭାବକୁ ନିୟନ୍ତ୍ରଣ ରଖିବା ଜରୁରୀ । ଏହି ସମୟରେ ସ୍ତ୍ରୀ-ପୁରୁଷ ପ୍ରସଙ୍ଗ ବା ଶାରରୀକ ସମ୍ପର୍କରୁ ଦୂରେଇ ରୁହନ୍ତୁ । ଏହି ସମୟରେ ଗର୍ଭଧାରଣରୁ ଉତ୍ପନ୍ନ ଶିଶୁ ସଂସ୍କାରି ହୋଇନଥାଏ ।