fbpx

ସ୍ୱାସ୍ଥ୍ୟ ପାଇଁ ସେଓ କେତେ ଜରୁରୀ? ଜାଣନ୍ତୁ ଏହାର ଫାଇଦା

କୁହାଯାଏ ଯେ, ଦିନକୁ ଗୋଟିଏ ସେଓ ଖାଇବା ଦ୍ୱାରା ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ନାହିଁ । ଅର୍ଥାତ୍ ସେଓରେ ଭରପୂର ମାତ୍ରାରେ ଥିବା ପୋଷକ ତତ୍ୱ ଶରୀରକୁ ବିଭିନ୍ନ ରୋଗଠାରୁ ଦୂରେଇ ରଖିଥାଏ । ହାର୍ଟ ଜନିତ ସମସ୍ୟାଠାରୁ ଆରମ୍ଭ କରି ମାଂସପେଶୀ ପର୍ଯ୍ୟନ୍ତ ସେଓ ଅତ୍ୟନ୍ତ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ଶରୀର ପାଇଁ ସେଓର ଫାଇଦା..

– ନିୟମିତ ଭାବରେ ସବୁଜ ସେଓ ଖାଇବା ଦ୍ଵାରା ରକ୍ତ ବିଶୁଦ୍ଧ ହେବା ସହ ଷ୍ଟ୍ରୋକ ହେବାର ଆଶଙ୍କା କମ୍ ଥାଏ ।

– ସେଓ ଖାଇବା ଦ୍ୱାରା ଟାଇପ୍‌-୨ ଡାଇବେଟିସ୍‌ର ଆଶଙ୍କା ଦୂର ହୋଇଥାଏ।

– ଏକ ଗବେଷଣାରୁ ଜଣାପଡିଛି, ସବୁଜ ସେଓରେ ଫ୍ଲାବୋନଏଡ୍ସ ରହିଛି। ଯାହା ଶ୍ବାସରୋଗୀ ପାଇଁ ଭଲ।

– ସବୁଜ ସେଓ ନିୟମିତ ସେବନ କରିବା ଦ୍ବାରା କର୍କଟ ରୋଗ ହେବାର ଆଶଙ୍କା କମ୍ ଥାଏ ।

– ସେଓ ମସ୍ତିଷ୍କକୁ ସୁସ୍ଥ ରଖିବା ସହ ଶରୀରରୁ କୋଲେଷ୍ଟ୍ରଲ୍‌ କମ୍‌ କରିଥାଏ। ଏଥିରେ ଥିବା ଫ୍ଲାବୋନଏଡ୍ସ ହୃଦଘାତ୍ ଜନିତ ରୋଗକୁ କମ୍ କରୁଥିବାର ବିଶେଷଜ୍ଞଙ୍କ ମତ ।

– ସବୁଜ ସେଓରେ ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ। ଏହାକୁ ନିୟମିତ ସେବନ କରିବା ଦ୍ଵାରା ଚେହେରାରେ ଚମକ ଆସେ ।

– ସବୁଜ ସେଓରେ ଭିଟାମିନ୍ ଏ, କ୍ୟାଲସିୟମ, ଫାଇବର ଓ ଅନେକ ପୋଷକ ତତ୍ତ୍ବ ରହିଛି। ଏହାକୁ ନିୟମିତ ସେବନ କରିବା ଦ୍ଵାରା ହାଡ ଜନିତ ସମସ୍ୟା ଏବଂ ଅଷ୍ଟିଓପୋରୋସିସ୍ ଭଳି ରୋଗ ହେବାର ଆଶଙ୍କା କମ୍ ଥାଏ ।

– ଏହାକୁ ନିୟମିତ ସେବନ ଦ୍ବାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ। ଏହା ସହ ରୋଗ ପ୍ରତିରୋଧକ ପ୍ରକ୍ରିୟା ସଠିକ୍ ରହିଥାଏ ।

– ପ୍ରତିଦିନ ଖାଦ୍ୟରେ ସେଓ ସାମିଲ କଲେ ଦାନ୍ତ ସୁସ୍ଥ ରହିଥାଏ ।

– ନିୟମିତ ସବୁଜ ସେଓ ଖାଇବା ଦ୍ଵାରା ଆଖି ଜ୍ୟୋତି ବୃଦ୍ଧି ହୋଇଥାଏ ଏବଂ ମାନସିକ ଚିନ୍ତା ମଧ୍ୟ କମ୍ ହୋଇଥାଏ ।

Get real time updates directly on you device, subscribe now.