fbpx

KKR ମ୍ୟାଚରେ ରୋହିତ ଶର୍ମାଙ୍କୁ ଦଳରୁ ବାଦ୍ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା : Playing-11ରେ ବଡ଼ ପରିବର୍ତ୍ତନ

ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମରେ ଆଜି ମୁହାଁମୁହିଁ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଅଦିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ଆଜିର ମ୍ୟାଚରେ ପ୍ଲେଇଙ୍ଗ-୧୧କୁ ନେଇ ସେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କୋଲକାତା ବିପକ୍ଷରେ ପୂର୍ବତନ ଅଧିନାୟକଙ୍କୁ ପ୍ଲେଇଙ୍ଗ-୧୧ରୁ ବାଦ୍ ଦେଇଛନ୍ତି ହାର୍ଦ୍ଦିକ । ରୋହିତଙ୍କୁ ଦଳରୁ ବାଦ୍ ଦେଇ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ଏହାବ୍ୟତୀତ ମହମ୍ମଦ ନାବୀଙ୍କ ସ୍ଥାନରେ ନମନ ଧୀରଙ୍କୁ ଦଳରେ ସୁଯୋଗ ଦେଇଛନ୍ତି କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା । ତେବେ ହାର୍ଦ୍ଦିକଙ୍କ ଏହି ନିଷ୍ପତ୍ତି ବର୍ତ୍ତମାନ ‘ରୋହିତ-ହାର୍ଦ୍ଦିକ ନେତୃତ୍ୱ’ ବିବାଦକୁ ଆହୁରି ବଢାଇ ଦେଇଛି ।

ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମା ଏବେ ଚର୍ଚ୍ଚାରେ । ଦଳକୁ ୫ ଥର ଚମ୍ପିଆନ୍ କରାଇଥିବା ରୋହିତ ଚଳିତ ସିଜନର ଆରମ୍ଭରୁ ନିଜ ନେତୃତ୍ୱ ହରାଇଥିଲେ । ତାଙ୍କ ସ୍ଥାନରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଦିନାୟକ ପଦ ଦେଇଥିଲା ମୁମ୍ବାଇ । ଏହାପରେ ଆଜି କୋଲକାତା ବିପକ୍ଷରେ ପ୍ଲେଇଙ୍ଗ-୧୧ରୁ ମଧ୍ୟ ବାଦ୍ ପଡ଼ିଛନ୍ତି ରୋହିତ । ୱାଙ୍ଖେଡ଼େ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ଏହି ମ୍ୟାଚରେ ରୋହିତ ଶର୍ମା ଦଳରୁ ବାଦ୍ ପଡ଼ିଛନ୍ତି । ତେବେ ଏଭୂି ଏକ ନିଷ୍ପତ୍ତିକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାନ୍ତି ଅଧିନାୟକ ହାର୍ଦ୍ଦିକ କିମ୍ବା ଟିମ ମ୍ୟାନେଜମେଣ୍ଟ । ତେବେ ଏହା ମୁମ୍ବାଇର ନୂଆ ରଣନୀତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ରୋହିତ ବର୍ତ୍ତମାନ ପ୍ଲେଇଙ୍ଗ-୧୧ରୁ ବାଦ୍ ପଡ଼ିଥିଲେ ମଧ୍ୟ ତାଙ୍କୁ ଇମ୍ପାକ୍ଟ ପ୍ଲେୟର ତାଲିକାରେ ସାମିଲ କରାଯାଇଛି । ତେବେ ଆଇପିଏଲ-୨୦୨୪ରୁ ମୁମ୍ବାଇ ପ୍ରାୟତଃ ବାଦ୍ ପଡ଼ି ସାରିଥିବା ବେଳେ ଆଗାମୀ ବିଶ୍ୱକପ ପାଇଁ ରୋହିତଙ୍କୁ ସୁରକ୍ଷିତ ରଖିବାକୁ ଚାହୁଁଛି ମୁମ୍ବାଇ । ତେଣୁ କୋଲକାତା ବିପକ୍ଷ ମ୍ୟାଚରେ ଏଭଳି ନିଷ୍ପତ୍ତି ନିଆ ଯାଇଥିବା ମଧ୍ୟ କୁହାଯାଉଛି । ତେବେ ରୋହିତଙ୍କୁ ପ୍ଲେଇଙ୍ଗ-୧୧ରୁ ବାଦ୍ ଦିଆଯିବା ନେଇ ବର୍ତ୍ତମାନ ଅନେକ ପ୍ରଶ୍ନ ଉଠିଛି । ରୋହିତଙ୍କ ସ୍ଥାନରେ ନମନ ଦୀର ଦଳରେ ସୁଯୋଗ ପାଇଥିବା ବେଳେ ମହମ୍ମଦ ନବୀ ଦଳରୁ ବାଦ୍ ପଡ଼ିଛନ୍ତି ।

ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେଇଙ୍ଗ-୧୧: ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଇଶାନ୍ କିଶାନ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ନେହାଲ ୱାଧେରା, ନମନ ଧୀର, ଟିମ ଡାଭିଡ, ଗେରାଲ୍ଡ କୋଏଟଜୀ, ପିୟୁଷ ଚାୱଲା, ଯଶପ୍ରୀତ ବୁମରାହ, ନୁଆନ ତୁଷାରା ।

Get real time updates directly on you device, subscribe now.