fbpx

ବିଲେଇକୁ ନେଇ କଣ ରହିଛି ଅନ୍ଧବିଶ୍ୱାସ, ଜାଣି ରଖନ୍ତୁ

ଆଜିକାଲି ଦିନକୁ ଦିନ ଟେକ୍ନୋଲୋଜି ଫାଷ୍ଟ ହେବାରେ ଲାଗିଛି । ଲୋକମାନେ ମଧ୍ୟ ତାହା ସହ ତାଳ ମିଳେଇ ଚାଲୁଛନ୍ତି । ଏହି ସାଇନ୍ସ ଯୁଗରେ ପରମ୍ପରା, ରୀତି, ନୀତି, ସଂସ୍କାର ସଂସ୍କୃତିକୁ ସମସ୍ତେ ଭୁଲିଗଲେଣି । କିନ୍ତୁ ଆଜି ବି କେତେ ଜାଗାରେ ଏହା ଜୀବିତ ଅଛି । କେତେ କେତେ ଜାଗାରେ ମଧ୍ୟ ଅନ୍ଧବିଶ୍ୱାସକୁ ମଧ୍ୟ ଆଜି ଯାଏଁ ମାନୁଛନ୍ତି । ବିଲେଇକୁ ଶୁଭ ଓ ଅଶୁଭର ସୂଚକ ବୋଲି କେତେକ ଯାଗାରେ ମାନିଥାନ୍ତି । ଯେପରିକ ବିଲେଇକୁ ନେଇ ଅନ୍ଧବିଶ୍ୱାସ ମଧ୍ୟ ରହିଅଛି । ଆସନ୍ତୁ ଜାଣିବା କଣ ଅନ୍ଧବିଶ୍ୱାସ ରହିଛି…

କଥାରେ ଅଛି କୌଣସି ସ୍ଥାନକୁ ଭ୍ରମଣ କରିବାକୁ ଗଲାବେଳେ ଯଦି ବିଲେଇ ରାସ୍ତା କାଟିଲା ତେବେ ଅଶୁଭ ହୋଇଥାଏ ।
ଘର ପାଖରେ ଯଦି ଦୁଇଟି ବିଲେଇ କଳି ଲାଗନ୍ତି ତେବେ ଘରେ ଅଶାନ୍ତି ଦେଖାଦେବ ।
ବିଲେଇ ଯଦି ଡ଼ାହାଣରୁ ବାମକୁ ରାସ୍ତା କାଟେ ତେବେ ଏହା ଅଶୁଭ ହୋଇଥାଏ । କିନ୍ତୁ ବାମରୁ ଡାହାଣକୁ ରାସ୍ତା କାଟେ କୁହାଯାଏ ବିପଦ ଟଳିଯାଏ ବୋଲି ।
ଯଦି ବିଲେଇକୁ ବାଡ଼େଇବା ଫଳରେ ତା ଦେହରୁ ରୂମ ଝଡ଼େ ତାହାଲେ ଅପଣଙ୍କ ଆୟୁଷ ହାନି ହୋଇଥାଏ ।ବିଲେଇ ଯଦି ତା ପଞ୍ଜାରେ ମୁହଁ ପୋଛୁଥାଏ ତେବେ ଆପଣଙ୍କୁ ଘରକୁ କୁଣିଆ ଆସିବେ ।
ଯଦି ଆପଣ କୁଆଡ଼େ ଯିବା ବେଳେ ବିଲେଇ ଛିଙ୍କିଥାଏ ତେବେ ଅଶୁଭ ହୋଇଥାଏ କିନ୍ତୁ ଏମିତି ଘରେ ଥିବା ବେଳେ ସେପରି କାର୍ଯ୍ୟକଳାପ କଲେ ଏହା ଶୁଭ ହୋଇଥାଏ ।
ବିଲେଇ ଯଦି ତଳକୁ ଆମ୍ପୁଡ଼େ ତେବେ ପରିବାରରେ କୌଣସି ଲୋକର ଶରୀର ଅସୁସ୍ଥ ହୋଇପାରେ ।
ଧଳା ଓ କଳା ବିଲେଇ ମଧ୍ୟରେ ତଫାତ ଥାଏ । କଥାରେ ଅଛି କଳା ବିଲେଇ ଘରେ ରହିଲେ ପ୍ରେତ ବାସ କରିଥାଏ ।
ବିଲେଇ ଲାଞ୍ଜ ପିଟିଲେ ଘରେ ଚୋରି ହେବାର ଆଶଙ୍କା ରହିଥାଏ ।
ବିଲେଇ ଘର ଦ୍ୱାର ମୁହଁରେ ଗଡ଼େଇ ତଡ଼େଇ ହେଲେ ଖରାପ ହୋଇଥାଏ ।
ବିଲେଇ ରାସ୍ତା କାଟିଲେ ଦୁର୍ଘଟଣା ହୋଇଥାଏ ବୋଲି ଅନ୍ଧବିଶ୍ୱାସ ରହିଅଛି ।
ବିଲେଇ ଯଦି ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଘର ମୁରବି ପ୍ରତି ଅଘଟଣ ଥାଏ ।

Get real time updates directly on you device, subscribe now.