ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଆପଲ ଆଇଟ୍ୟୁନ୍ସ ଏବଂ ଗୁଗୁଲ ୟୁଜର୍ସଙ୍କ ପାଇଁ ଏକ କଡ଼ା ଚେତାବନୀ ଜାରି କରାଯାଇଛି । ଇଣ୍ଡିଆନ କମ୍ୟୁଟର ଏମରଜେନ୍ସି ରେସ୍ପନ୍ସ ଟିମ ଏହାର ତ୍ରୁଟିକୁ ନେଇ କହିଛି ଯେ, ହ୍ୟାକର୍ସ ଡିଭାଇସରେ ମେଲବେୟରର ଏଣ୍ଟ୍ରି ମାଧ୍ୟମରେ ୟୁଜର୍ସଙ୍କୁ ଟାର୍ଗେଟ କରିପାରନ୍ତି । ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, କ୍ରୋମ ଡେସ୍କଟପ ୟୁଜର୍ସ ଏବଂ Apple iTunes ୟୁଜର୍ସଙ୍କୁ ସତର୍କ କରାଇଛନ୍ତି।
CERT-In ପକ୍ଷରୁ ଜାରି ହୋଇଥିବା ଆଡଭାଇଜରୀରେ କୁହାଯାଇଛି ଯେ, ଏହି ସଫ୍ଟୱେୟାରରେ ୱିଣ୍ଡୋଜ ପାଇଁ 12.13.2 ପୂର୍ବର Apple iTunes ଭର୍ଜନରେ ସାମିଲ ରହିଛି । ଏଥିରେ ହ୍ୟାକର୍ସ ଟାରଗେଟେଡ ସିଷ୍ଟମକୁ ହ୍ୟାକ କରିବା ପାଇଁ ଚେଷ୍ଟା କରିପାରନ୍ତି । ଯେଉଁଥିରେ ୟୁଜର୍ସଙ୍କ ପାଖେ ରିକ୍ୱେଷ୍ଟ ପଠାଯାଇ ଟାର୍ଗେଟ କରାଯାଇପାରେ । ଏଥି ସହ କୁହାଯାଇଛି ଯେ, ଯେଉଁ ଲୋକେ ୱିଣ୍ଡୋଜ ପାଇଁ 124.0.6367.201/.202 ଭର୍ଜନର ବ୍ୟବହାର କରୁଛନ୍ତି, ସେମାନଙ୍କୁ ସତର୍କ ରହିବାର ଆବଶ୍ୟକ । ଏଥିସହ ଯିଏ 124.0.6367.201 ଲିନକ୍ସ ପାଇଁ ବ୍ୟବହାର କରୁଛନ୍ତି ସେହି ୟୁଜର୍ସଙ୍କୁ ମଧ୍ୟ ଆଲର୍ଟ ଜାରି କରାଯାଇଛି ।
ଆପଲ୍ ଆଇଟ୍ୟୁନ୍ସ: ଆପଲ୍ ଆଇଟ୍ୟୁନ୍ସରେ, ହ୍ୟାକର୍ମାନେ ଏକ ବିଶେଷ ପ୍ରକାରର Request ପଠାଇ ଆପଣଙ୍କୁ ଟାର୍ଗେଟ୍ କରିପାରିବେ। ଯଦି ଆପଣ ଏହି request ଗୁଡିକ ଗ୍ରହଣ କରନ୍ତି, ସେମାନେ ଆପଣଙ୍କ ଡିଭାଇସରେ ମାଲୱେର୍ ଇନଷ୍ଟଲ କରିପାରନ୍ତି।
ଗୁଗୁଲ୍ କ୍ରୋମ୍: ଗୁଗୁଲ୍ କ୍ରୋମ୍ ରେ, ହ୍ୟାକର୍ମାନେ ଆପଣଙ୍କୁ ଏକ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ HTML page ପରିଦର୍ଶନ କରିବାକୁ ପ୍ରେରିତ କରିପାରନ୍ତି। ଯଦି ଆପଣ ଏହି page ଖୋଲନ୍ତି, ହ୍ୟାକର୍ସ ଆପଣଙ୍କ ଡିଭାଇସରେ ମାଲୱେର୍ ଇନଷ୍ଟଲ କରିପାରନ୍ତି।