fbpx

ସୁଶାନ୍ତ ୧୦ ଦିନ ପୂର୍ବରୁ ମା’ଙ୍କ ନାଁରେ ଲେଖିଥିଲେ ଶେଷ ପୋଷ୍ଟ

ବଲିଉଡ ଜଗତର ସଫଳ ଅଭିନେତା ମଧ୍ୟରେ ସାମିଲ ଥିବା ସୁଶାନ୍ତ ସିଂ ରାଜପୁତ ଆଜି ଆତ୍ମହତ୍ୟା କରିଛନ୍ତି । ଆଜି ତାଙ୍କର ମୃତ ଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଛି । ଏନେଇ ସୁଶାନ୍ତଙ୍କ ଜଣେ ଚାକର ପୋଲିସକୁ ଫୋନ୍ କରି ସୂଚନା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟାର କାରଣ ଜଣାପଡିନାହିଁ । ଏହି ଅଭିନେତା ଜଣକ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ଥିବା ବେଳେ ତାଙ୍କର ଶେଷ ପୋଷ୍ଟ ତାଙ୍କ ମାଆଙ୍କ ନାଁରେ ଅଛି ।

ସେ ଲେଖିଥିଲେ ଯେ , ‘Blurred past evaporating from teardrops Unending dreams carving an arc of smile And a fleeting life, negotiating between the two… #माँ’।

ତେବେ ସୁଶାନ୍ତଙ୍କ ମାଙ୍କର ବହୁ ପୂର୍ବରୁ ମୃତ୍ୟୁ ଘଟିଛି । ଯେତେବେଳେ ସୁଶାନ୍ତ ୧୬ ବର୍ଷର ଥିଲେ ,ସେବେ ତାଙ୍କ ମାଙ୍କର ଦେହାନ୍ତ ହୋଇଥିଲା । ସେ ଅନେକ ଥର ସୋସିଆଲ ମିଡିଆରେ ନିଜ ମା’ଙ୍କ ପ୍ରତି ପ୍ରେମ ବ୍ୟକ୍ତ କରିଛନ୍ତି ।

ଅନ୍ୟପଟେ ସୁଶାନ୍ତ ମୁମ୍ବାଇ ବାନ୍ଦ୍ରାରେ ସ୍ଥିତ ଘରେ ଏକୁଟିଆ ରହୁଥିଲେ । ତାଙ୍କ ମୃତ୍ୟୁ ସମ୍ପର୍କରେ ପୋଲିସ ପଡୋଶୀମାନଙ୍କୁ ପଚରାଉଚରା କରୁଛି । ଜଣାପଡିଛି ଯେ, ସୁଶାନ୍ତ ଗତ ୬ ମାସ ଧରି ଡିପ୍ରେସନରରେ ଥିଲେ । କିନ୍ତୁ ଆତ୍ମହତ୍ୟା ଭଳି ପଦକ୍ଷେପ ନେବେ ବୋଲି ଜଣାନଥିଲା । ଖବର ପାଇ ତାଙ୍କ ସାଙ୍ଗମାନେ କବାଟ ଭାଙ୍ଗି ଘର ଭିତରକୁ ଯାଇଥିଲେ ।

Get real time updates directly on you device, subscribe now.