ଆଇସ୍ ବିରିୟାନୀ ଠାରୁ ଆଇସ୍ ମ୍ୟାଗି ପର୍ଯ୍ୟନ୍ତ, ଗରମରୁ ଆରାମ ଦେବାକୁ AI ପ୍ରସ୍ତୁତ କଲା ଏହିସବୁ ଖାଦ୍ୟ

ନୂଆଦିଲ୍ଲୀ: ଏବେ ଭାରତର ବହୁ ସହରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଗରମରୁ ଆରାମ ପାଇବା ଲାଗି ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ଥଣ୍ଡା ଖାଦ୍ୟ ଖାଉଛନ୍ତି । ଆଜି ଆମେ ଆପଣଙ୍କୁ କିଛି ଏପରି ଇମେଜ୍ ଦେଖାଉଛୁ ଯାହା AI ନିର୍ମାଣ କରିଛି । ଏଥିରେ ଆଇସ୍ ମ୍ୟାଗି ଠାରୁ ଆରମ୍ଭ କରି ଆଇସ୍ ବିରିୟାନୀ ପର୍ଯ୍ୟନ୍ତ ରହିଛି ।

AI ଜାରି କରିଥିବା ଏକ ଫଟୋରେ ଜଣେ ବୟସ୍କ ବ୍ୟକ୍ତି ନିଜ ଦୋକାନରେ ଆଇସ୍ ମ୍ୟାଗି ତିଆରି କରୁଛନ୍ତି । ସେହିପରି ଆଉ ଏକ ଫଟୋରେ ଆଇସ୍ ବିରିୟାନୀ ଦେଖିବାକୁ ମିଳୁଛି ଯାହାର ଆନନ୍ଦ ଜଣେ ଯୁବକ ଉଠାଉଛନ୍ତି । ସେହିପରି ଅନ୍ୟ ଏକ ଫଟୋରେ ଜଣେ ରୋଷେୟା ଆଇସ୍ ପକୋଡା ତିଆରି କରୁଛନ୍ତି । ଆଇସ୍ କ୍ୟୁବ୍ ସହ ସେ ପକୋଡା ପ୍ରସ୍ତୁତ କରୁଛନ୍ତି ।

ଆପଣ ବିଭିନ୍ନ ପ୍ରକାର କବାବ୍ ବିଷୟରେ ଶୁଣିଥିବେ ଓ ଏହାର ମଜା ବି ଉଠାଇଥିବେ । କିନ୍ତୁ ଏଠି AI ଆଇସ୍ କବାବ ପ୍ରସ୍ତୁତ କରିଛି । ଦକ୍ଷିଣ ଭାରତରୁ ଆସିଥିବା ଦୋସା ସମସ୍ତଙ୍କର ବେଶ୍ ପସନ୍ଦ । କିନ୍ତୁ ଏଠି AI ଗରମରୁ ଆରାମ ଦେବା ପାଇଁ ଆଇସ୍ ଦୋସା ପ୍ରସ୍ତୁତ କରିଛି । ଏହି ସମସ୍ତ ଫଟୋ ଇନଷ୍ଟାଗ୍ରାମ ୟୁଜର ସାହିଦ୍ ଏସକେ ସେୟାର କରିଛନ୍ତି ଓ ଏହାସବୁ AI ଦ୍ୱାରା ସୃଷ୍ଟ ଇମେଜ୍ ବୋଲି ଲେଖିଛନ୍ତି ।