fbpx

(Video) କେଉଁ ବୟସରେ ବାପା-ମା’ ହେବା ଠିକ? ଦମ୍ପତି ଜାଣି ରଖନ୍ତୁ ଏହାର ଉତ୍ତର…

ଓଡିଶା ଭାସ୍କର: ବିବାହ ପରେ ବାପା ମା’ ହେବା ସବୁ ଦମ୍ପତ୍ତିଙ୍କ ଇଚ୍ଛା ଥାଏ । ହେଲେ ଆଜିକାଲି ଅଧିକାଂଶ ଦମ୍ପତି ବ୍ୟସ୍ତ ବହୁଳ ଜୀବନଯାପନ କରୁଛନ୍ତି । ତେଣୁ ବିବାହର ୪-୫ବର୍ଷ ପରେ ମଧ୍ୟ ପିଲା ଜନ୍ମ କରିବା କଥା ଚିନ୍ତା କରନ୍ତି ନାହିଁ । କିନ୍ତୁ ଏହା ଏକ ଭୁଲ ନିଷ୍ପତ୍ତି ବୋଲି ଅନେକ ଡାକ୍ତରୀ ତଥ୍ୟରେ କୁହାଯାଇଛି । ସନ୍ତାନ ଜାତ କରିବା ପାଇଁ ଏକ ସଠିକ ସମୟ ଏବଂ ବୟସ ରହିଛି । ଏହାକୁ ପାଳନ କରିବା ଉଚିତ୍ । ତେବେ ବାପା-ମା’ ହେବା ପାଇଁ ସଠିକ୍ ବୟସ କେତେ ଜାଣିଛନ୍ତି କି ? ବିଳମ୍ବରେ ପିତାମାତା ହେବାର ନିଷ୍ପତ୍ତି ନେଉଛନ୍ତି କି? ତେବେ ଏହି ରିପୋର୍ଟରେ ସବୁ ପ୍ରଶ୍ନର ଉତ୍ତର ଆପଣ ପାଇପାରିବେ…

ଭାରତରେ ପୁରୁଷଙ୍କ ପାଇଁ ସର୍ବନିମ୍ନ ବିବାହ ବୟସ ୨୧ ବର୍ଷ ହୋଇଥିବା ବେଳେ ମହିଳାମାନଙ୍କ ପାଇଁ ଏହା ୧୮ ବର୍ଷ ଥିଲା । ବର୍ତ୍ତମାନ ବିବାହ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ କରିବା ପାଇଁ ଏକ ବିଲ୍ ପାରିତ ହୋଇଛି । ବିବାହ ପାଇଁ ସଠିକ୍ ବୟସ କ’ଣ ବୋଲି ପ୍ରଶ୍ନ ଉପରେ ଅନେକ ଆଲୋଚନା ହୋଇଛି, କିନ୍ତୁ ମହିଳା ଓ ପୁରୁଷ ବାପା-ମା’ ହେବା ପାଇଁ ସଠିକ୍ ବୟସ କ’ଣ ତାହା ଉପରେ ଅପେକ୍ଷାକୃତ କମ୍ ଆଲୋଚନା ହୋଇଛି । ସାଧାରଣତଃ ଦମ୍ପତିମାନେ ବିବାହର ଏକରୁ ଦୁଇ ବର୍ଷ ମଧ୍ୟରେ ପରିବାର ଯୋଜନା କରନ୍ତି । କିନ୍ତୁ ଏହା ଜଣେ କାର୍ଯ୍ୟରତ ମହିଳାଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି କରେ । ଏହି ନିଷ୍ପତ୍ତିରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କର ଭୂମିକା ରହିଛି ।

ଝିଅମାନେ ମା ହେବା ପାଇଁ ଏକ ବୟସ ରହିଛି । କାରଣ ଡିମ୍ବାଣୁ ଉତ୍ପାଦନର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ଅଛି । କିନ୍ତୁ ପୁରୁଷମାନଙ୍କ ଠାରେ ଶୁକ୍ରାଣୁ ଉତ୍ପାଦନ ପାଇଁ କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ । ତଥାପି, ପୁରୁଷଙ୍କ ବୟସ ବଢି଼ବା ସହିତ ଶୁକ୍ରାଣୁ ଗଣନା ଏବଂ ଗୁଣ କମିଯାଏ । ସ୍ତ୍ରୀ ବିଶେଷଜ୍ଞଙ୍କୁ ଅଧିକ ପଚରା ଯାଏ ଏହି ପ୍ରଶ୍ନ । ଡାକ୍ତରଙ୍କ ଅନୁଯାୟୀ, ୧୮ ରୁ ୩୦ ବର୍ଷ ମଧ୍ୟରେ ମହିଳାଙ୍କ ଫର୍ଟିଲିଟି ପିଲା ଜନ୍ମ କରିବାକୁ ଉପଯୁକ୍ତ । ୩୦ ବର୍ଷ ବୟସ ପରେ ଫର୍ଟିଲିଟି ହ୍ରାସ ପାଇବା ଆରମ୍ଭ କରେ ।

ବିଶେଷଜ୍ଞଙ୍କ ଅନୁଯାୟୀ, ପୁରୁଷଙ୍କ ଏହି କ୍ଷମତା ୨୫ ରୁ ୩୫ ବର୍ଷ ମଧ୍ୟରେ ସର୍ବୋତ୍ତମ ୩୫ ପରେ ପିତା ହେବା କଷ୍ଟକର । ମାନୋପାଜ୍ ହାରାହାରି ବୟସ ୫୧ ବର୍ଷ । ଏହା ମଧ୍ୟ ସତ୍ୟ ଯେ ୫୦ ବର୍ଷରୁ ଅଧିକ ବୟସ୍କ ପୁରୁଷମାନେ ମଧ୍ୟ ସନ୍ତାନ ପ୍ରସବ କରିବାରେ ସକ୍ଷମ ଅଟନ୍ତି । କାରଣ, ଶରୀରରେ ଶୁକ୍ରାଣୁ ଗଠନ ପ୍ରକ୍ରିୟା କଦାପି ବନ୍ଦ ହୁଏ ନାହିଁ । ଏଥି ସହିତ, ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ ବୟସ ସହିତ ଶୁକ୍ରାଣୁରେ ଜେନେଟିକ ପରିବର୍ତ୍ତନ ମଧ୍ୟ ହୋଇପାରେ । ଫଳସ୍ୱରୂପ, ଶୁକ୍ରାଣୁ ଊଘଇ ନଷ୍ଟ ହେବାର ଆଶଙ୍କା ବଢ଼ିଯାଏ ।

ସନ୍ତାନ ଜନ୍ମ ନିରାପଦ ବୟସ ୨୩ ରୁ ୩୨ । ବିଶେଷଜ୍ଞଙ୍କ ଅନୁଯାୟୀ, ପୁରୁଷମାନଙ୍କର ଅଧିକ ବୟସ ହେତୁ ଶିଶୁର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ । ବିଶେଷକରି ସ୍ନାୟୁ ପ୍ରଣାଳୀର ବିଭିନ୍ନ ରୋଗ ହେବାର ଆଶଙ୍କା ରହିଥାଏ । ୩୦ ପରେ ଶାରୀରିକ ମାନସିକ ସ୍ୱାସ୍ଥ୍ୟ ହ୍ରାସ ପାଏ ।

Get real time updates directly on you device, subscribe now.