(Video) ରାଜନୀତିରେ ବି ସିଦ୍ଧାନ୍ତ-ରଚନାଙ୍କ ବାଜିମାତ୍: ଅଭିନୟ ପରେ ଏବେ ରାଜନୀତିରେ ଦେଖାଇବେ କମାଲ୍

ଓଡ଼ିଶା ଭାସ୍କର: ଓଡ଼ିଆ ସିନେମାରେ ଏଭରଗ୍ରୀନ ହିଟ୍ ଯୋଡ଼ି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ । ୯୦ ଦଶକରେ ଅନେକ ସୁପରହିଟ ଚଳଚ୍ଚିତ୍ର ଦେଇ ଏହି ଯୋଡ଼ି ଓଲିଉଡରେ ରାଜ କରୁଥିଲେ । ଏବେ ରାଜନୀତି ଜଗତରେ ବି ସୁପରହିଟ ସାବ୍ୟସ୍ତ ହୋଇଛି ଉଭୟଙ୍କ ରଣନୀତି । ନିର୍ବାଚନ ଲଢେଇରେ ସିଦ୍ଧାନ୍ତ ଏବଂ ରଚନା ଉଭୟ ବିଜୟଲାଭ କରିଛନ୍ତି । ଓଡ଼ିଶାର ଦିଗପହଣ୍ଡି ବିଧାନସଭା ଆସନରୁ ସିଦ୍ଧାନ୍ତ ମହାପାତ୍ର(ବିଜେପି)ବିଜୟ ହାସଲ କରିଥିବା ବେଳେ ପଶ୍ଚିମବଙ୍ଗର ହୁଗୁଳୀ ଲୋକସଭା ଆସନରୁ ରଚନା ବାନାର୍ଜୀ(ତୃଣମୂଳ କଂଗ୍ରେସ) ବିଜୟଲାଭ କରିଛନ୍ତି ।

ଏପଟେ ଜିତିଗଲେ ସିଦ୍ଧାନ୍ତ ଆଉ ସେପଟେ ଜିତିଗଲେ ରଚନା । ନିର୍ବାଚନରେ ଜିତିବା ପାଇଁ ଉଭୟଙ୍କର ସ୍ଟ୍ରାଟେଜୀ ସକ୍ସେସ ହୋଇଛି । ଚଳଚିତ୍ର ଜଗତରେ ଉଭୟ ଯେମିତି ସଫଳତା ପାଇଥିଲେ, ସେହିପରି ରାଜନୀତିରେ ମଧ୍ୟ ଉଭୟ ସଫଳତା ପାଇଛନ୍ତି । ଦିଗପହଣ୍ଡିରୁ ସିଦ୍ଧାନ୍ତ ୧୬୬୪୩ ହଜାରରୁ ଅଧିକ ଭୋଟରେ ଜିତି ଯାଇଛନ୍ତି, ଆଉ ସେପଟେ ରଚନା ବାନାର୍ଜୀ ୭୫୮୩୬ ଖଣ୍ଡ ଭୋଟରେ ଜିତି ଯାଇଛନ୍ତି । ଉଭୟଙ୍କର କଣ ଷ୍ଟ୍ରାଟେଜି ଥିଲା ଆସନ୍ତୁ ଜାଣିବା ।

ତେବେ ପ୍ରଥମେ ଜାଣିବା ବିଜେପି ନେତା ସିଦ୍ଧାନ୍ତ ମହାପାତ୍ରଙ୍କର କଣ ରଣନୀତି ଥିଲା । ସିଦ୍ଧାନ୍ତ ମହାପାତ୍ର ଆଗରୁ ବ୍ରହ୍ମପୁରରେ ଦୁଇ ଦୁଇ ଥର ସାଂସଦ ଭାବରେ ନିର୍ବାଚିତ ହୋଇ ସାରିଛନ୍ତି । ସେ ଅତି ନିକଟରୁ ଦେଖିଛନ୍ତି, ରାଜନୀତି କେମିତି ହୁଏ ? ସେତେବେଳେ ବ୍ରମହପୁର ବାସୀଙ୍କ ମନ ଜିଣି ପାରି ଦୁଇ ଦୁଇ ଥର ସଂସଦ ହୋଇଥିଲେ । ଏହାପରେ ଲୋକଙ୍କ ସାଥିରେ ସବୁବେଳେ ରହିଥିଲେ । ଲୋକଙ୍କ ସେବା କରିବାକୁ, ଏଥର ମଧ୍ୟ ମନ ବଳାଇଥିଲେ ସିଦ୍ଧାନ୍ତ । ହେଲେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ଲୋକଙ୍କ ସେବା କରିବା ପାଇଁ ସେ ବିଜେପିରେ ମିଶିଥିଲେ । ବିଜେପିରୁ ଟିକେଟ ପାଇବା ପରେ, ଦିଗପହଣ୍ଡିରେ ପ୍ରଚାର ପ୍ରସାର ଆରମ୍ଭ କରିଥିଲେ, ଆଉ ଲୋକଙ୍କ ସେବା କରିବା ପାଇଁ, ଘର ଘର ବୁଲି ଭୋଟ ମାଗିଥିଲେ । ଏବେ ଦିଗପହଣ୍ଡି ବାସୀ ତାଙ୍କୁ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଛନ୍ତି ।

ସେହିପରି ୱେଷ୍ଟବେଙ୍ଗଲର ହୁଗୁଳୀ ନିର୍ବାଚନ ମଣ୍ଡଳୀରେ ମଧ୍ୟ, ଲୋକଙ୍କ ସେବା କରିବାକୁ ରଚନା ବାନାର୍ଜୀ ଘର ଘର ବୁଲି ଭୋଟ ମାଗିଥିଲେ । ତୃଣମୂଳ କଂଗ୍ରେସ ତରଫରୁ ଟିକେଟ ପାଇ ନିର୍ବାଚନ ଲଢେଇରେ ଡ୍ରିମ ଡେବ୍ୟୁ କରିଥିଲେ ରଚନା ବାନାର୍ଜୀ । ତେବେ ସିନେ ଜଗତର ଲୋକପ୍ରିୟତା ତାଙ୍କୁ ଏହି ନିର୍ବାଚନରେ ଖୁବ ସହାୟକ ହୋଇଛି । ରଚନାଙ୍କ ପ୍ରତି ଲୋକଙ୍କର ଥିବା ଭଲପାଇବା ଏବଂ ସ୍ନେହ ତାଙ୍କ ତାଙ୍କ ପାଇଁ ବ୍ରହ୍ମାସ୍ତ୍ର ପାଲଟିଛି । ଆଉ ଏବେ ହୁଗୁଳୀ ବାସୀ ତାଙ୍କୁ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଛନ୍ତି । ଉଭୟ ରଚନା ଓ ସିଦ୍ଧାନ୍ତ ନିର୍ବାଚନରେ ଜିତି ଯାଇଛନ୍ତି ।