fbpx

ଶପଥ ଗ୍ରହଣ ପୂର୍ବରୁ ଅନେକ ନେତାଙ୍କ ପାଖକୁ PMOରୁ ଗଲା ଫୋନ୍ କଲ୍: ଓଡ଼ିଶାରୁ କାହାକୁ ମିଳିଲା ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ସନ୍ଧ୍ୟା ୭.୧୫ ସମୟରେ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବେ । ତେବେ କେନ୍ଦ୍ର କ୍ୟାବିନେଟ ଶପଥ ଗ୍ରହଣ ପୂର୍ବରୁ ଅନେକ ନେତାଙ୍କ ପାଖକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରୁ ଫୋନ୍ କଲ୍ ଯାଇଛି । ମୋଦୀଙ୍କ ୩ୟ କାର୍ଯ୍ୟକାଳର କ୍ୟାବିନେଟରେ କେଉଁମାନେ ମନ୍ତ୍ରୀ ଭାବେ ସ୍ଥାନ ପାଇବେ ତାହାକୁ ନେଇ ଏବେ ନେତାଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି । ଓଡ଼ିଶାର କେଉଁ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ ମିଳିବ ସେନେଇ ମଧ୍ୟ ଚର୍ଚ୍ଚା ଦେଖିବାକୁ ମିଳିଛି ।

ତେବେ ସୂଚନା ମୁତାବକ, ଯେଉଁ ନେତାମାନେ କେନ୍ଦ୍ରରେ ମନ୍ତ୍ରୀ ହେବେ ସେମାନଙ୍କ ନିକଟକୁ ପିଏମଓରୁ ଫୋନ୍ କଲ୍ ଯାଉଛି । ସେହି ନେତାଙ୍କ ମଧ୍ୟରେ ରହିଛନ୍ତି ରାଜନାଥ ସିଂହ, ନୀତିନ ଗଡ଼କରୀ, ପ୍ରହଲ୍ଲାଦ ଯୋଶୀ, ଜୀତନରାମ ମାଂଝୀ, ଜୟନ୍ତ ଚୌଧରୀ, ଅନୁପ୍ରିୟା ପଟେଲ, ଅର୍ଜୁନରାମ ମେଘୱାଲ, ଚିରାଗ ପାଶୱାନ, ଜେଡିୟୁର ରାମନାଥ ଠାକୁର, ଟିଡିପିର ରାମମୋହନ ନାଇଡ଼ୁ ଓ ଡ. ଚନ୍ଦ୍ରଶେଖରଙ୍କ ନିକଟକୁ ଫୋନ୍ କଲ୍ ଯାଇଥିବା ସୂଚନା ମିଳିଛି । ଓଡ଼ିଶାର କେଉଁ ନେତାଙ୍କ ନିକଟକୁ ଫୋନ୍ କଲ୍ ଆସିଛି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ଖବର ସାମ୍ନାକୁ ଆସିନାହିଁ । ଆଗକୁ ଏ ବାବଦରେ ସବୁକିଛି ସ୍ପଷ୍ଟ ହୋଇଯିବ ।

Get real time updates directly on you device, subscribe now.