fbpx

ଓଡ଼ିଶାରେ ଜାଲ ସାର୍ଟିଫିକେଟ ଦୁର୍ନିୀତି, ସବୁଠି ସିବିଆଇ ରେଡ୍‌

ଭୁବନେଶ୍ୱର: ସାରା ରାଜ୍ୟରେ ଚାଲିଛି ବଡ ଧରଣର ସିବିଆଇ ରେଡ । ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲିଆତି ନେଇ ସିବିଆଇ ରେଡ କରିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୭ଟି ସ୍ଥାନରେ ରେଡ ଚାଲିଛି ।
ଖବର ଅନୁସାରେ, ବାଲେଶ୍ୱର, ଭଦ୍ରକ,କଳାହାଣ୍ଡି, ନୂଆପଡା, ରାୟଗଡା ଅଞ୍ଚଳରେ ରେଡ ଚାଲିଛି । ଏହି ଚଢଉରେ ୧୨୨ ସିବିଆଇ ଅଫିସରଙ୍କ ସହ ଅନ୍ୟ ୨୦୪ ଅଫିସର ନିଯୁକ୍ତ ହୋଇଛନ୍ତି । ଏହି ଜାଲ ସାର୍ଟିଫିକେଟ ଅଭିଯୋଗରେ ୬୩ ଜଣ ଜାଲ ସାର୍ଟିଫିକେଟ ଦେଇଥିବାର ଅଭିଯୋଗ ହୋଇଛି । ସିବିଆଇ ପାଖରେ ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି ।

Get real time updates directly on you device, subscribe now.