fbpx

Video; ‘ଯଦି ଏଭଳି କାମ ନ ହୁଏ ତେବେ ଭୁଶୁଡ଼ିଯିବ ଶ୍ରୀମନ୍ଦିର’; ଐତିହ୍ୟ ବିଶେଷଜ୍ଞ ଅନୀଲ ଧୀର

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଶହ ଶହ ବର୍ଷର ଶ୍ରୀମନ୍ଦିର ଏବେ ବିପଦରେ ଅଗାକୁ ଭୁଶୁଡ଼ିଯାଇପାରେ ବୋଲି କହିଛନ୍ତି ଏୈତିହ୍ୟ ବିଷେଶଜ୍ଞ । କାହିଁକି ଏମିତି ଦିନ ଆସିଲା, କାହିଁକି ଜଗନ୍ନାଥ ମନ୍ଦିର ଚାରି ପାର୍ଶରେ ମାଟି ଦୁର୍ବଳ ହୋଇଗଲା, ଯାହାକୁ ନେଇ ଆଗକୁ ମନ୍ଦିର ଭୁସୁଡ଼ିଯିବା ନେଇ କୁହାଯାଉଛି । ଯଦି ଏମିତି କିଛି ନକରାଯାଏ ତାହେଲେ ସତକୁ ସତ କଣ ଭୁଶୁଡ଼ିଯିବ ଶ୍ରିମନ୍ଦିର ।

ତେବେ ଶ୍ରୀ ମନ୍ଦୀରକୁ ଏବେଠୁ ସୁରକ୍ଷା ନକରିଲେ ଆଗକୁ ଏମିତି କିଛି ହୋଇପାରେ ବୋଲି କହିଛନ୍ତି ବିଷଶଜ୍ଞ ଅନିଲ ଧିର। ତେବେ ଐତିହ ବିଷେଶଜ୍ଞ ଅନିଲ ଧିର କହିଛନ୍ତି ରତ୍ନ ଭଣ୍ଡାର ଖୋଲିବା ଯେତେ ବଡ଼ କଥା ନୁହେଁ ତାହାଠାରୁ ବଡ଼ କଥା ଶ୍ରୀମନ୍ଦୀର ସୁରକ୍ଷା ଆଉ ମରାମତି । ନଚେତ୍ ଶ୍ରୀ ମନ୍ଦିର ଭୁଶିଡ଼ିଯିବାର ସମ୍ବବନା ରହିଛି । ଯେହେତୁ ଲୋକଙ୍କ ମନରେ ପ୍ରଭୁ ଜଗନ୍ନାଥଙ୍କ ରତ୍ନ ଅଳଙ୍କାର ସୁରକ୍ଷିତି ଅଜିବି ଅଛି ନା କଣ ହୋଇଛି ତାକୁ ନେଇ ଦ୍ୱନ୍ଦ୍ୱ ରହିଛି ।

ରତ୍ନ ଭଣ୍ଡାର ଖୋଲିବା ଦରକାର କିନ୍ତୁ ତାଠାରୁ ଅଧିକ ଦରକାର ମରାମତି, ରତ୍ନ ଭଣ୍ଡାର ଭିତର ମରାମତି ନିତ୍ୟାନ୍ତ ଆବଶ୍ୟକ ରହିଛି ଯେହେତୁ ମନ୍ଦିର ତଳେ ରହିଛି ରତ୍ନ ଭଣ୍ଡାର ଆଉ ରତ୍ନ ଭଣ୍ଡାର କାନ୍ଥରେ ପାଣି ଝରୁଥିବାବି କୁହାଯାଉଛି। ସେପଟେ ମନ୍ଦିର ଚାରି ପାର୍ଶ୍ଚରେ ଖନ ଖନନ ଦ୍ୱରା ମନ୍ଦିର ଚାରି ପାଶ୍ୱର ମାଟି ଦୁର୍ବଳ ହୋଇପଡ଼ିଥିବ ।

ଏମିତିରେ ଶ୍ରୀମନ୍ଦିର ଭୁଶୁଡ଼ିଯିବାର ସମ୍ବବନା ରହିଥିବା କହାଯାଉଛି । ତେବେ ଭାରତିୟ ପତ୍ନତତ୍ୱବିତ୍ ମାନେ ବହୁସମୟରେ ଚେଷ୍ଟା କରିଛନ୍ତି ଶ୍ରୀମନ୍ଦୀର କେଉଁ ଅବସ୍ତାନରେ ରହିଛି ଜାଣିବାକୁ । ରତ୍ନ ଭଣ୍ଡାର ଗୃହ କେମିତି ରହିଛି କାନ୍ଥ କେତେେ ନଷ୍ଠ ହୋଇଛି ଜାଣିବାକୁ କିନ୍ତୁ ରତ୍ନ ଭଣ୍ଡାର ଖୋଲିଲେ ତାହା ସମ୍ବବ । ଆଉ ସବୁଠାରୁ ବଡ଼ କଥା ହେଉଛି ରତ୍ନ ଭଣ୍ଡାରରୁ ସବୁ ରତ୍ନ ଖାଲି କରିବାକୁ ପଡ଼ିବ ଯେଉଁଥିରେ ଏଏସ୍‌ଆଇ ଚାହିଁଲେ । ରତ୍ନ ଭଣ୍ଡାରର ମରାମତି କରିପାରିବ । ଏହି ଉପାୟରେ ଶ୍ରୀମନ୍ଦୀର ସୁରକ୍ଷା ରହିବା ସହ ମନ୍ଦିରର ମଜବୁତି ପରକ୍ଷା ଯାଇପାରିବ ।

ତେବେ ବିଶେଷଜ୍ଞ କହିବା କଥା ୫୦ ବର୍ଷରୁ ଉର୍ଧ ସମୟ ହେଲାଣି ଦେଖି ଆସିଛନ୍ତି ଯେ ପୁରୀ ଶ୍ରୀମନ୍ଦିର କଣ୍ଡିସନ ଖରାପ ହୋଇ ଆସିଲାଣି । ଆଉ ଏଭିତରେ ଜଳବାୟୁର ପରିବର୍ତ୍ତନ ଯୋଗୁ ଶ୍ରୀଘ୍ର ନଷ୍ଟ ହେଉଛି ତାହାସହ ଆଖ ପାଖରେ ଖନନ କରାଯାଇଛି । ଯାହା ଫଳରେ ଚିନ୍ତା ବଢୁଛି ଏହାକୁ ଶ୍ରୀଘ ଜାଞ୍ଚ କରି ମରାମତି ନକଲେ ମନ୍ଦିର ଅଗକୁ ଭୁଶୁଡ଼ିଯାଇପାରେ । ତେବେ ଦେଖିବାକୁ ବାକି ରହିଲା ଆଗକୁ ଯାଇ କେବେ ରତ୍ନ ଭଣ୍ଡାର ଖୋଲା ହେଉଛି ମରାମତି କାର୍ଯ୍ୟ ।

Get real time updates directly on you device, subscribe now.