fbpx

Video; ଭକ୍ତଙ୍କ ଆଖିରେ ଲୁହକୁ ଦେଖି କାନ୍ଦିଲା କାଳିଆ; ଚକା ଆଖିରୁ ବୋହି ପଡ଼ିଲା ଧାର ଧାର ଲୁହ

ପୁରୀ: (ଓଡ଼ିଶା ଭାସ୍କର) ଭକ୍ତଙ୍କ ଆଖିରେ ଲୁହକୁ ଦେଖି କାନ୍ଦିଲା କାଳିଆ । ଚକା ଆଖିରୁ ବୋହି ପଡ଼ିଲା ଧାର ଧାର ଲୁହ । ଲୁହରେ ବୋହି ଗଲା ଆଖିର କଳା । ତୁ କାନ୍ଦେନା କାଳିଆ ଶାଆନ୍ତ ତୁ କାନ୍ଦେତା । ତୁ କାନ୍ଦିଲେ ଏ ଜଗତ କାନ୍ଦିବ । ତୁ ପରା ଓଡ଼ିଆଙ୍କ ମଉଡ଼ମଣୀ ତୁ କେମିତି କନ୍ଦୁଛୁରେ । ତୋ ଆଖିରେ ଲୁହ ସୋଭା ପାଉନିରେ । ତୁ ପରା ଜଗତର ନାଥ ଜଗନ୍ନାଥ । ତୁ କାନ୍ଦିଲେ ପରା ଏ ଜଗତ କାନ୍ଦେ। ହେଲେ ସେ କାହାରି କଥାକୁ ଶୁଣୁନାହିଁ ।

ଆଖିରୁ ବୋହି ଯାଉଛି ଧାର ଧାର ଲୁହ । ଆଖିର କଜଳ ବୋହି ଆସି ମୁହଁରେ ନେସି ହୋଇଯାଇଛି । ଭକ୍ତର ଦୁଃଖକୁ ଦେଖି ଆଜି ସହି ପାରୁନି ଭକ୍ତର ଠାକୁର । ସ୍ନାନଯାତ୍ରାରେ ଭକ୍ତଙ୍କ ପାଇଁ ବାହାରକୁ ଛୁଟଇ ଆସିଛନ୍ତି ଚତୁର୍ଦ୍ଧା ମରତ୍ତି । ସ୍ନନବେଦୀରେ ବସି କୋଟି କୋଟି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଚତୁର୍ଦ୍ଧା ମୂରତ୍ତି ସିନା ବଶିଛନ୍ତି । କିନ୍ତୁ କେବଳ କାନ୍ଦୁଛି କାଳିଆ । ନା ବଡ଼ ଭାଇ ବଳଭଦ୍ରା କାନ୍ଦୁଛନ୍ତି ନା ଭଉଣୀ ସୁଭଦ୍ରା । କେବଳ କାଳିଆର କଜଳ ନେସି ହୋଇଛି ।

କାଳିଆକୁ ଭାବର ଠାକୁର କୁହାଯାଏ । ସେଥିପାଇଁ ଆଜି କାଳିଆ ଭକ୍ତର ଭାବକୁ ବୁଝିପାରି କାନ୍ଦି ପକାଇଛି । କାଳିଆକୁ ବାହାରେ ପାଇ ଭକ୍ତ ଆଜି ଭାବବିହ୍ୱଳିତ । କାଳିଆର ପାଦ ତଳେ ସବୁ ଦୁଃଖକୁ ଓଜାଡ଼ି ପକାଇଛନ୍ତି ଭକ୍ତ ମାନେ । ମନର ଦୁଃଖକୁ କାଳିଆ ଆଗରେ ସବୁ କହି ପକାଇଛନ୍ତି । ଆକୁ ଦେଖିଲେ ଆଖିର ଲୁହ ଆଖିରେ ରହୁ ନାହିଁ । ମନ କାନ୍ଦିପକାଉଛି । ଆଖି କହୁଛି ମୁଁ କାଳିଆର ଲୁହକୁ ଦେଖି ସହିପାରୁନି । ଆଉ ସେପଟେ ଭକ୍ତର ଦୁଃଖ ଦେଖି ଆଜି କାଳିଆ ସାଆନ୍ତ ଦୁଃଖରେ ଜର୍ଜରିତ ।

ତା ଭକ୍ତର ଦୁଃଖକୁ ସହିପାରୁ ନାହିଁ କାଳିଆ । କେମିତି ବା ସହିବ । ବର୍ଷକ ପରେ ପରା ତା ଭକ୍ତ ମାନଙ୍କୁ ଦେଖୁଛି ବାହାରକୁ ଆସି । ଭାବର ରଙ୍କୁଣା ପରା ସେ । କେମିିତି ସହିବ ଦୁଃଖ । କାଳିଆ କାନ୍ଦିବାର ଦୃଶ୍ୟ ଆଜି ସମସ୍ତଙ୍କୁ କନ୍ଦାଇ ଦେଇଛି ।

Get real time updates directly on you device, subscribe now.