fbpx

Border-2ରେ ଭାରତୀୟ ସେନାର ‘ବିଜୟଗାଥା’… କେଉଁ ଯୁଦ୍ଧ କାହାଣୀ କହିବ Film? ପୁଣି ଶୁଭିବ ପାକିସ୍ତାନ ମୁର୍ଦାବାଦ୍…

ମୁମ୍ବାଇ: ଗଦର-୨ର ବିରାଟ ସଫଳତା ପରେ ବର୍ତ୍ତମାନ ସନ୍ନି ଦେଓଲଙ୍କ ବର୍ଡର-୨କୁ ଅପେକ୍ଷା କରି ରହିଛନ୍ତି କୋଟି କୋଟି ସିନେପ୍ରେମୀ । ରେ ଭାରତୀୟ ସେନାର ଲୋଞ୍ଜୱାଲା ଯୁଦ୍ଧ(୧୯୭୧)କୁ ଆଧାର କରି ନିର୍ମାଣ ହୋଇଥିଲା ବର୍ଡର ସିନେମା । ଏହି ସିନେମାକୁ ଲୋକେ ଖୁବ ପସନ୍ଦ କରିଥିଲେ ଏବଂ ଏହା ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା । ତେଣୁ ଏହାର ଦ୍ୱିତୀୟ ପାର୍ଟ ପ୍ରସ୍ତୁତ କରିବା ପାଇଁ ଯାଉଛନ୍ତି ଏହାର ନିର୍ମାତା ଜେପି ଦତ୍ତା । ତେଣୁ ଏହି ସିନେମାକୁ ବର୍ତ୍ତମାନ ସିନେପ୍ରେମୀ ଅପେକ୍ଷା କରି ରହିଛନ୍ତି । ଏହା ଭିତରେ ବର୍ଡର-୨ର ଷ୍ଟୋରୀ ବିଷୟରେ ଫିଲ୍ମର ନିର୍ମାତା ସୂଚନା ଦେଇଛନ୍ତି ।

ବର୍ଡର-୨ ସିନେମାର କାହାଣୀ ଏବଂ ଏଥିରେ ଭାରତୀୟ ସେନାର କେଉଁ ବୀରତ୍ୱର ଗାଥାକୁ ସ୍ଥାନ ଦିଆଯାଇଛଇ, ତାହାର ପୂର୍ବଭାଷ ମିଳି ସାରିଛି । ଫିଲ୍ମର କାହାଣୀକୁ ନେଇ ଜେପି ଦତ୍ତା କହିଛନ୍ତି ଯେ, ୧୯୭୧ ମସିହାରେ ଭାରତୀୟ ସେନାର ଆଉ ଏକ ଯୁଦ୍ଧ କାହାଣୀ ଉପରେ ଆଧାରିତ ହୋଇଛି ଏହି ବର୍ଡର-୨ ସିନେମା । ସେନାର ବାହାଦୂରୀ, ସାହସିକତା ଏବଂ ଦେଶଭକ୍ତିର କାହାଣୀ ଲୋକେ ଖୁବ ପସନ୍ଦ କରୁଛନ୍ତି ଏବଂ ଏହା ହୃଦୟସ୍ପର୍ଶୀ ରହିଥାଏ । ତେଣୁ ବର୍ଡର-୨ରେ ମଧ୍ୟ ପୁଣିଥରେ ଇଣ୍ଡିଆନ୍ଆର୍ମିର ଆଉ ଏକ ବିଜୟ କାହାଣୀ ଦେଖିବାକୁ ପାଇବେ ଦର୍ଶକ । ବର୍ଡର ସିନେମାରେ ଅଭିନୟ କରିଥିବା ସମସ୍ତ ଅଭିନେତା ଖୁବ ସୁନ୍ଦର ଏବଂ ବାସ୍ତବବାଦୀ ଅଭିନୟ କରିଥିଲେ । ସମସ୍ତ ଚରିତ୍ରକୁ ଅଭିନେତାମାନେ ଖୁବ ପ୍ରାଞ୍ଜଳ ଭାବରେ ଦର୍ଶାଇ ପାରିଥିଲେ । ତେଣୁ ଏହା ଦର୍ଶକଙ୍କ ହୃଦୟକୁ ଛୁଇଁପାରିଛି ।

ବର୍ଡର ସିନେମା ଭଳି ବର୍ଡର-୨ ସିନେମାରେ ମଧ୍ୟ ସମ୍ବେଦନଶୀଳତାକୁ ଧ୍ୟାନ ଦିଆଯିବ । ଏହାକୁ ଦେଖି ଭାରତୀୟ ସେନା ଏବଂ ସେମାନଙ୍କ କର୍ତ୍ତବ୍ୟ, ଜୀବନଯାପନ ଏବଂ ତ୍ୟାଗ ଇତ୍ୟାଦି ଦର୍ଶକଙ୍କ ହୃଦୟକୁ ଛୁଇଁପାରିବ । ଏଥିରେ ସେନାର ଅସୁମାରୀ ଦେଶଭକ୍ତି ଏବଂ ସାହସକୁ ଦର୍ଶାଯାଇଛି । ବର୍ଡର-୨ରେ ବାୟୁସେନା ଭଳି ସେନାର ଅନ୍ୟାନ୍ୟ ବିଭାଗର ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିବ । ଏହି ସିନେମାର ନିର୍ଦ୍ଦେଶନାରେ ଅନୁରାଗ ସିଂହ ରହିଛନ୍ତି । ତେବେ ସନ୍ନି ଦେଓଲଙ୍କ ସହ ଆୟୁଷ୍ମାନ ଖୁରାନା ଏହି ସିନେମାର ମୁଖ୍ୟ ଭୂମିକାରେ ରହିଛନ୍ତି ।

Get real time updates directly on you device, subscribe now.