fbpx

Team India କେମିତି ବାଣ୍ଟିବ ୧୨୫ କୋଟି? କେଉଁ ଖେଳାଳି ପାଇବେ ଅଧିକ ଟଙ୍କା? Prize Moneyରୁ କେତେ କଟିବ Tax…..

ଓଡ଼ିଶା ଭାସ୍କର: ବିଶ୍ୱ ଚମ୍ପିଆନ୍ ହେବା ପରେ ବର୍ତ୍ତମାନ ଭାରତରେ ଏହି ବିଜୟକୁ ସେଲିବ୍ରେଟ କରୁଛି ଟିମ ଇଣ୍ଡିଆ । ଗତକାଲି ଭାରତରେ ପହଞ୍ଚିବା ପରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟ କରିବା ସହ ପରେ ମୁମ୍ବାଇରେ ବିଜୟୀ ପରେଡ କରିଥିଲା ଟିମ ଇଣ୍ଡିଆ । ୱାନଖେଡ଼େ ଷ୍ଟାଡିୟମରେ ବିଶ୍ୱବିଜୟୀ ଟିମ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଛି ଭାରତୀୟ କ୍ରିକେଟ ବୋର୍ଡ । ତେବେ ବର୍ତ୍ତମାନ ଅନେକ କ୍ରୀଡ଼ାପ୍ରେମୀଙ୍କ ମନରେ ପ୍ରଶ୍ନ ରହିଛି ଯେ, ଏହି ପୁରସ୍କାର ରାଶି ଦଳରେ କିପରି ଭାଗ ହେବ? କେଉଁ ଖେଳାଳିଙ୍କୁ ମିଳିବ ଅଧିକ ଟଙ୍କା?

ଭାରତୀୟ ଟିମକୁ ବିସିସିଆଇ ବ୍ୟତୀତ ଆଇସିସି ମଧ୍ୟ ପ୍ରାୟ ୨୦ କୋଟି ଟଙ୍କା ପୁରସ୍କାର ରାଶି(ବିଶ୍ୱକପ୍ ବିଜେତା ଦଳ ଭାବରେ) ପ୍ରଦାନ କରିଛି । ଏକ ରିପୋର୍ଟ ଅନୁସାରେ, ଖେଳାଳିମାନଙ୍କୁ ୨ ପ୍ରକାରରେ ଟଙ୍କା ପ୍ରଦାନ କରାଯାଏ । ଯଦି ଖେଳାଳିଙ୍କୁ ଏହି ଟଙ୍କା ସେମାନଙ୍କ ଫିସ୍ ସହ ପ୍ରଫେସନାଲ ଫିସ୍ ଭାବରେ ପ୍ରଦାନ କରାଯାଏ, ତେବେ ଏହି ଟଙ୍କାରେ ୦ ପ୍ରତିଶତ ଡିଡିଏସ କାଟି ନିଆଯିବ । ସେକ୍ସନ ୧୯୪JB ଅନୁସାରେ, ଏହି ଟଙ୍କାରେ ଟିଡିଏସ କଟାଯିବ । ଏହାପରେ ଏହି ଟଙ୍କା ଖେଳାଳିଙ୍କ ରୋଜଗାରରେ ଦେଖାଯିବ ଏବଂ ଆଇଟିଆରରେ ଇନକମ୍ ଟାକ୍ସ ହିସାବରେ ନିଷ୍ପତ୍ତି ନିଆଯିବ ।

ଅନ୍ୟ ପକ୍ଷରେ ଯଦି ଏହି ଟଙ୍କା ଖେଳାଳିଙ୍କୁ ପ୍ରାଇଜ ମନି ହିସାବରେ ପ୍ରଦାନ କରାଯାଏ, ତେବେ ଏଥିରେ ସେହି ଅନୁସାରେ ଟାକ୍ସ ଲାଗୁ ହେବ । ପ୍ରାଇଜ ମନି ଉପରେ ପ୍ରଥମରୁ ୩ ପ୍ରତିଶତ ଟିଡିଏସ ଲାଗୁ ହେବ । ଏହାପରେ ଏହି ପରିସ୍ଥିତିରେ ଆମାଉଣ୍ଟ ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ଟାକ୍ସ କାଟି ନିଆଯିବ ଏବଂ ବଳକା ଟଙ୍କା ଖେଳାଳିଙ୍କୁ ପ୍ରଦାନ କରାଯିବ ।

ରିପୋର୍ଟ ଅନୁସାରେ, ବିସିସିଆଇ ତରଫରୁ ମିଳିଥିବା ୧୨୫ କୋଟିର ପୁରସ୍କାର ରାଶିକୁ ଟିମର ୧୫ ଜଣ ସଦସ୍ୟ, ୪ ଜଣ ରିଜର୍ଭ ଖେଳାଳି ଏବଂ ଦଳର ସପୋର୍ଟ ଷ୍ଟାଫ(୧୫) ଜଣ ସଦସ୍ୟଙ୍କ ମଧ୍ୟରେ ଭାଗ ହେବ । ଏଥିରେ ଦଳର ମୁଖ୍ୟ ୧୫ ଜଣ ଖେଳାଳିଙ୍କୁ ପ୍ରାୟ ୫-୫ କୋଟି ଲେଖାଏଁ ଟଙ୍କା ମିଳିପାରେ । ଏହାବ୍ୟତୀତ ସପୋର୍ଟ ଷ୍ଟାଫ ଏବଂ ଅନ୍ୟ ୪ ଜଣ ରିଜର୍ଭ ଖେଳାଳିଙ୍କୁ ୧-୧ କୋଟି ଲେଖାଏଁ ଟଙ୍କା ପ୍ରଦାନ କରା ଯାଇପାରେ ।

Get real time updates directly on you device, subscribe now.