fbpx

ପୋଷ୍ଟ ଅଫିସର ଏହି ସ୍କିମରେ କୋଟିପତି ହେବେ ମହିଳା: ୨ ବର୍ଷ ପାଇଁ ଦମଦାର ଯୋଜନା, କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଅର୍ଥନିବେଶ କରିବା ପାଇଁ ସରକାରୀ ଯୋଜନା ସବୁଠାରୁ ସୁରକ୍ଷିତ ବୋଲି କୁହାଯାଏ ।ଏଥିରେ ଅଧିକ ଲାଭ ମିଳିବା ସାଙ୍ଗକୁ ବିପଦର ଆଶଙ୍କା ମଧ୍ୟ କମ୍ ଥାଏ । ଏହି ସରକାରୀ ଯୋଜନା ମାନ ବିଶେଷ କରି ମଧ୍ୟବିତ୍ତ ତଥା ଗରିବ ପରିବାରର ଲୋକମାନଙ୍କ ପାଇଁ ଲାଗୁ ହୋଇଥାଏ । ଏବେ ପୋଷ୍ଟ ଅଫିସ ତରଫରୁ କିଛି ଯୋଜନା ଲାଗୁ ହୋଇଛି, ଏହା ଛୋଟ ସଞ୍ଚୟ ଯୋଜନା ଅଧୀନରେ ଆସୁଥିବା ଡାକ ବିଭାଗ ଅଧୀନରେ ଏହିପରି କିଛି ଯୋଜନା ପ୍ରଦାନ କରାଯାଇଛି। ଏହି ଯୋଜନା ମାତ୍ର ୨ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ଜମା କରିବାରେ ସାହାଯ୍ୟ କରିବ ।

ପୋଷ୍ଟ ଅଫିସ ଦ୍ୱାରା ପରିଚାଳିତ ଏହି ଯୋଜନା ମହିଳାମାନଙ୍କ ପାଇଁ ରହିଛି । ଏହା ୨ ବର୍ଷରେ ମ୍ୟାଚୁରିଟି ପିରିୟଡ ପ୍ରଦାନ କରିଥାଏ । ଅର୍ଥାତ୍ ଏହି ଯୋଜନାରେ ଗ୍ରାହକ କେବଳ ୨ ବର୍ଷ ପର୍ଯ୍ୟନ୍ତ ନିବେଶ କରିପାରିବେ । ପୋଷ୍ଟ ଅଫିସର ‘ମହିଳା ସମ୍ମାନ ସେଭିଙ୍ଗ ସର୍ଟିଫିକେଟ’ରେ ଜଣେ ମହିଳା ଏକାଧିକ ଆକାଉଣ୍ଟ ଖୋଲି ବ୍ୟବହାର କରିପାରିବେ । ୨୦୨୩ ମସିହାରେ ‘ମହିଳା ସମ୍ମାନ ସେଭିଙ୍ଗ ସର୍ଟିଫିକେଟ’ ଯୋଜନାକୁ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଯୋଜନାରେ ଅଧିକ ଲାଭ ମିଳିବାରୁ ଖୁବ କମ୍ ସମୟରେ ଏହା ପୋଷ୍ଟ ଅଫିସର ଫେମସ୍ ଯୋଜନାଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛି । ଅନେକ ମହିଳାଙ୍କ ପାଇଁ ଏହି ଯୋଜନା ବେଶ୍ ଲାଭଦାୟକ ହୋଇପାରିଛି । ଏହି ଯୋଜନା ଅଧୀନରେ ସରକାର ୭୫ ପ୍ରତିଶତ ସୁଧ ପ୍ରଦାନ କରିଥାନ୍ତି । ଏହି ସ୍ମଲ ସେଭିଙ୍ଗ ସ୍କିମ୍ ରେ ମାତ୍ର ୨ ବର୍ଷ ପାଇଁ ନିବେଶ କରିପାରିବେ ମହିଳା । ତେବେ ଏହି ଯୋଜନାରେ ସର୍ବାଧିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ ।

ଟାକ୍ସ ଛାଡ଼:

ମହିଳାମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ନିବେଶ ଉପରେ ୭୫ ପ୍ରତିଶତ ସୁଧ ଦେବା ସହିତ ଏଥିରେ ଟିଡିଏସ ମଧ୍ୟ ଛାଡ଼ ହୋଇଥାଏ । ସିବିଡିଟି ମୁତାବିକ, ସିନିୟର ସିଟିଜେନଙ୍କ ମାମଲାରେ ଟିଡିଏସ ଏହି ଯୋଜନାରେ ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ, ଆର୍ଥିକ ବର୍ଷରେ ମିଳିଥିବା ସୁଧ ୪୦ ରୁ ୫୦ ହଜାର ଟଙ୍କା ଥିବାବେଳେ ଏହି ଯୋଜନା ଉପରେ TDS ଲାଗୁ ହେବ ।

କେଉଁମାନେ ଆକାଉଣ୍ଟ ଖୋଲିପାରିବେ?

ଏହି ସ୍କିମରେ ୧୦ ବର୍ଷ ବା ଏଥିରୁ କମ୍ ବୟସର ଝିଅମାନେ ମଧ୍ୟ ଖାତା ଖୋଲିପାରିବେ । ଏହାବ୍ୟତୀତ ଭାରତୀୟ ନିବାସୀ କୌଣସି ମହିଳା ଏଥିରେ ନିବେଶ କରିପାରିବେ ।

କିପରି ମିଳିବ ଲକ୍ଷାଧିକ ଟଙ୍କା?

ଏହି ସ୍କିମର ଲାଭ ଉଠାଇବା ପାଇଁ ପୋଷ୍ଟ ଅଫିସ ଜରିଆରେ ନିବେଶ କରିବାକୁ ପଡ଼ିବ । ମହିଳା ସମ୍ମାନ ସେଭିଙ୍ଗ ସର୍ଟିଫିକେଟ ଯୋଜନାରେ ୨ ବର୍ଷ ପାଇଁ ସର୍ବାଧିକ ୨ ଲକ୍ଷ ଟଙ୍କା ନିବେଶ କଲେ, ୨ ବର୍ଷରେ ସୁଧରୁ ପ୍ରାୟ ୩୨,୦୪୪ ଟଙ୍କା ପାଇପାରିବେ ଗ୍ରହିତା । ସେହିପରି ମୋଟ ଆମାଉଣ୍ଟ ୨,୩୨,୦୪୪ ଟଙ୍କା ହୋଇପାରିବ । ଏହାପରେ ଆପଣ ଆକାଉଣ୍ଟ କ୍ଲୋଜ କରି ଏହି ଟଙ୍କା ଉଠାଇପାରିବେ । ଖାତା ଖୋଲିବା ପାଇଁ ଆଧାର କାର୍ଡ, ପାନ୍ କାର୍ଡ, କେୱାଇସି ଏବଂ ଏକ ଚେକ୍ ଦେବାକୁ ପଡ଼ିବ ।

Get real time updates directly on you device, subscribe now.