ଭାରତ ଛାଡ଼ିଲେ ବିରାଟ-ଅନୁଷ୍କା! ଲଣ୍ଡନରେ ରହିବେ କି ବିରୁଷ୍କା ଯୋଡ଼ି? ଚିନ୍ତାରେ ଫ୍ୟାନ୍ସ

ନୂଆଦିଲ୍ଲୀ: ଭାରତରେ ଟି-୨୦ ବିଶ୍ୱକପ ବିଜୟର ସେଲିବ୍ରେସନ ସରିବା ମାତ୍ରେ ଲଣ୍ଡନ ଯାଇଛନ୍ତି ଷ୍ଟାର ବ୍ୟାଟର ବିରାଟ କୋହଲି । ପତ୍ନୀ ଅନୁଷ୍କା ଏବଂ ବିରାଟଙ୍କ ଦୁଇ ସନ୍ତାନ ସେଠାରେ ରହୁଥିବା ଜାଣିବାକୁ ମିଳିଛି । ତେବେ ସେଲିବ୍ରେସନର ତୁରନ୍ତ ପରେ ବିରାଟଙ୍କ ଲଣ୍ଡନ ଗସ୍ତ ସମସ୍ତଙ୍କୁ ଆଚମ୍ବିତ କରିଛି । ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଭାରତ ଛାଡ଼ି ଲଣ୍ଡନ ସିଫ୍ଟ ହେଉଥିବା ଚର୍ଚ୍ଚା ହେଉଛି । ବିରୁଷ୍କା ଯୋଡ଼ି ଏଣିକି ସବୁ ଦିନ ପାଇଁ ଲଣ୍ଡନରେ ରହିବେ ବୋଲି ଆଲୋଚନା ହେବା ଆରମ୍ଭ ହେଲାଣି । ସୋସିଆଲ ମିଡିଆରେ ଏହି ଖବରକୁ ନେଇ ଖୁବ ଚର୍ଚ୍ଚା ହେଉଛି ।

ୱେଷ୍ଟଇଣ୍ଡିଜରେ ଟି-୨୦ ବିଶ୍ୱକପ ଜିତିବା ପରେ ଟି-୨୦ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ବିରାଟ କୋହଲି । ଏହାପରେ ଭାରତ ଫେରି ସାରା ଟିମ ଇଣ୍ଡିଆ ବିଶ୍ୱବିଜୟୀ ହେବାର ସେଲିବ୍ରେସନ ମଧ୍ୟ କରିଥିଲେ । କିନ୍ତୁ ସେଲିବ୍ରେସନ୍ ପରେ ବିରାଟ ଫ୍ଲାଇଟ ଧରି ପରିବାରକୁ ଭେଟିବା ପାଇଁ ସିଧା ଲଣ୍ଡନକୁ ଚାଲି ଯାଇଛନ୍ତି । ତେବେ ବାରମ୍ବାର ଲଣ୍ଡନ ଗସ୍ତ ଏବଂ ପତ୍ନୀ ଅନୁଷ୍କା ସେଠାରେ ରହିବା ଘଟଣା ବିରୁଷ୍କା ଫ୍ୟାନ୍ସଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଛି । ଜଣେ ମହିଳା ପ୍ରଶଂସକ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ଟ୍ୱିଟର)ରେ ଏ ନେଇ ବିରାଟଙ୍କୁ ପ୍ରଶ୍ନ କରିଛନ୍ତି । ସେ ପଚାରିଛନ୍ତି ଯେ, ସନ୍ନ୍ୟାସ ପରେ ବିରାଟ କୋହଲି ଲଣ୍ଡନ ସିଫ୍ଟ ହୋଇଯିବେ କି? ଏହି ପ୍ରଶ୍ନ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

विराट की फीमेल फैन ने अपने एक्स पोस्ट पर पूछा है कि क्या संन्यास के बाद विराट कोहली लंदन शिफ्ट हो जाएंगे? फीमेल फैन के इस पोस्ट ने क्रिकेट से लेकर बॉलीवुड में हलचल मचा दी है. उसके पोस्ट पर कपल के फैंस निराश हो गए हैं. वहीं सोशल मीडिया पर ये अटकलें और भी तेज हो गई हैं कि अनुष्का-विराट अब लंदन ही रहेंगे.

ତାନିୟା ନାମକ ଫ୍ୟାନଙ୍କ ଏହି ପୋଷ୍ଟ କ୍ରିକେଟରୁ ବଲିଉଡ ଜଗତ ପର୍ଯ୍ୟନ୍ତ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ବିରୁଷ୍କା ଫ୍ୟାନ୍ସମାନେ ମଧ୍ୟ ଏହି ପୋଷ୍ଟରେ ଖୁବ ନିରାଶ ଜାହିର କରିଛନ୍ତି । ବିରାୋଟ ଏବଂ ଅନୁଷ୍କା ନିଜ ଦ୍ୱିତୀୟ ସନ୍ତାନ ଅକାୟଙ୍କ ଜନ୍ମ ସମୟରୁ ଲଣ୍ଡନ ସିଫ୍ଟ ହେବାକୁ ନେଇ ଅନୁମାନ କରାଯାଉଛି । ଏହାବ୍ୟତୀତ ଅକାୟ ଜନ୍ମ ପୂର୍ବରୁ ମଧ୍ୟ ବିରୁଷ୍କା ଯୋଡ଼ି ଲଣ୍ଡନରେ ସମୟ ଅତିବାହିତ କରୁଥିଲେ । ଏହାପରେ ମଧ୍ୟ ଉଭୟ ଅକାୟଙ୍କ ସହ ଅନେକ ଦିନ ପର୍ଯ୍ୟନ୍ତ ଲଣ୍ଡନରେ ରହିଥିଲେ । ଫଳରେ ବିରାଟ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରୁ ଦୂରେଇ ରହିଥିଲେ ।

ତେବେ ପରିବାରର ବ୍ୟକ୍ତିଗତ କାରଣ ଦର୍ଶାଇ ସେମାନେ ଲଣ୍ଡନରେ ରହୁଥିବା ପ୍ରକାଶ କରିଛନ୍ତି । ପିଲାମାନଙ୍କୁ ଷ୍ଟାରଡମରୁ ଦୂରେଇ ରଖିବା ପାଇଁ ବିରୁଷ୍କା ଯୋଡ଼ି ଏହି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି । ବିରାଟ ଏବଂ ଅନୁଷ୍କା ଭାରତର ବଡ଼ ସେଲିବ୍ରିଟି ହୋଇଥିବାରୁ ଉଭୟଙ୍କ ଚାରିପାଖରେ ମିଡିଆ ରହିଥାନ୍ତି । ତେଣୁ ଏସବୁରୁ ଦୂରେଇ ରହିବା ପାଇଁ ବବିରୁଷ୍କା ଯୋଡ଼ି ଲଣ୍ଡନରେ ପିଲାଙ୍କ ପାଳନପୋଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।