fbpx

ରାଜ୍ୟ କୃଷି ବିଭାଗରେ ନିଯୁକ୍ତି: ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ କ୍ଲାସ-୨ (ଗ୍ରୁପ)ବି)ରେ ନିଯୁକ୍ତି ଦିଆଯିବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲାଇ ୧୬ରୁ ଅଗଷ୍ଟ ୧୬ ତାରିଖ ମଧ୍ୟରେ ଏଥିପାଇଁ ଅନଲାଇନରେ ଆବେଦନ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ ୱେବସାଇଟକୁ ପରିଦର୍ଶନ କରି ଏହି ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ ।

ମୋଟ ୮୧ଟି ପଦ ଖାଲି ରହିଥିବା ବେଳେ ସେଥିମଧ୍ୟରୁ ୨୭ଟି ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଅଣସଂରକ୍ଷିତଙ୍କ ପାଇଁ ୪୫ଟି, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି)ଙ୍କ ପାଇଁ ୧୧ଟି, ଅନୁସୂଚିତ ଜାତି (ଏସସି)ଙ୍କ ପାଇଁ ୮ଟି, ଅନୁସୂଚିତ ଜନଜାତି (ଏସଟି)ଙ୍କ ପାଇଁ ୧୭ଟି ପଦ ସଂରକ୍ଷିତ ରହିଛି । ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଶିକ୍ଷାନୁଷ୍ଠାନରୁ ବ୍ୟାଚେଲର ଅଫ୍ ସାଇନ୍ସ ଡିଗ୍ରୀ ଇନ୍ ଏଗ୍ରୀକଲଚର / ବ୍ୟାଚେଲର ଅଫ୍ ସାଇନ୍ସ ଡିଗ୍ରୀ ଇନ ହର୍ଟିକଲଚର / ବ୍ୟାଚେଲର ଡିଗ୍ରୀ ଇନ ଏଗ୍ରୀକଲଚର ଇଞ୍ଜିନିୟରିଂ / ବ୍ୟାଚେଲର ଇନ୍ ସାଇନ୍ସ ଇନ୍ ଫରେଷ୍ଟ୍ରି ଡିଗ୍ରୀ ହାସଲ କରିଥିବେ ।

ଏଥିପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ କୌଣସି ଆବେଦନ ଫିସ୍ ଜମା କରିବାକୁ ପଡ଼ିବ ନାହିଁ । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ସେ ଓଡ଼ିଆ ଭାଷାରେ ଲେଖିବ, ପଢ଼ିବା ଓ କହିବା ଜାଣିଥିବେ । ପ୍ରାର୍ଥୀ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ / ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମଧ୍ୟ ଇଂରାଜୀ ଷ୍ଟାଣ୍ଡାର୍ଡରେ ଓଡ଼ିଆ ପରୀକ୍ଷା ପାସ୍ କରିଥିବେ ।

Get real time updates directly on you device, subscribe now.