fbpx

ATMର ନୂଆ ନିୟମ! ଏତିକି ଟଙ୍କାରୁ ଅଧିକ ଉଠାଇଲେ ଚାର୍ଜ, ଜାଣନ୍ତୁ କେତେ

ଏଟିଏମର ଟଙ୍କା ଉଠାଣକୁ ନେଇ ନୂଆ ନିୟମ କରିଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ନୂଆ ନିୟମ ଅନୁସାରେ, ଏଣିକି ଏଟିମରୁ ମାତ୍ର ୫ ହଜାର ଟଙ୍କା ଉଠାଇ ହେବ । ଅଧିକ ଉଠାଇଲେ ଚାର୍ଜ ଲାଗିବ ବୋଲି ଆରଟିଆଇ ମାଧ୍ୟମରେ ସୂଚନା ମିଳିଛି ।

ଏଟିଏମ ଉଠାଣ ୫୦୦୦ ରୁ ଅଧିକ ହେଲେ ଚାର୍ଜ ଲାଗିବ ବୋଲି ଗତବର୍ଷ ଅକ୍ଟୋବର ୨୨ରେ ଇଣ୍ଡିଆନ୍ ବ୍ୟାଙ୍କ ଆସୋସିଏସନ୍ ପକ୍ଷରୁ ସ୍ଥିର ହୋଇଥିଲା । ଏହାର ରିପୋର୍ଟ ଆରବିଆଇକୁ ଦିଆଯାଇଥିଲା । ଏହା ସହ ରିପୋର୍ଟରେ କୁହାଯାଇଥିଲା ଯେ, ଏଟିଏମ ଅପରେଟିଂରେ ଅଧିକ ଖର୍ଚ୍ଚ ହେଉଛି । ଗ୍ରାହକଙ୍କ ଏଟିଏମ ଉପଯୋଗ ଉପରେ ଇଣ୍ଟରଚେଞ୍ଜ୍ ଫିସକୁ ୨୦୧୨ ପରେ ଆଉ ସମୀକ୍ଷା କରାଯାଇ ନାହିଁ । ଆରଟିଆଇ କାର୍ଯ୍ୟକର୍ତ୍ତା ଶ୍ରୀକାନ୍ତଙ୍କ ଆବେଦନକୁ ପବ୍ଲିକ ଇନପରମେସନ ଅଫିସରରେ ଖାରଜ କରାଯାଇଥିଲା । କିନ୍ତୁ ଶ୍ରୀକାନ୍ତ ପୁଣି ଥରେ ଆବେଦନ କରିଥିଲେ । ଏହା ପରେ ଆରବିଆଇ ଏଟିଏମ ଟଙ୍କା ଉଠାଣ ନେଇ ସୂଚନା ଦେଇଥିଲା ।

Get real time updates directly on you device, subscribe now.