fbpx

ଟି-୨୦ କ୍ରିକେଟରୁ ଅବସର ପରେ ବଦଳିଲା ରୋହିତଙ୍କ DP: ୩ ଘଣ୍ଟାରେ ମିଲିୟନ୍ ଲାଇକ୍ସ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଜିତିବା ପରେ କ୍ରିକେଟରୁ ଅବସର ନେଇଛନ୍ତି ଅଧିନାୟକ ରୋହିତ ଶର୍ମା । ରୋହିତଙ୍କ ସହ ବିରାଟ ମଧ୍ୟ ଏହି ଫର୍ମାଟରୁ ଅବସର ନେଇଛନ୍ତି । ତେବେ ଚମ୍ପିଆନ୍ ହେବା ପରେ ଭାରତୀୟ ଦଳ ଦେଶକୁ ଫେରି ଏହାର ସେଲିବ୍ରେସନ୍ କରିଛି ଟିମ ଇଣ୍ଡିଆ । ପ୍ରଧାନମନ୍ତ୍ରୀଙ୍କ ସହ ବିଜୟ ସେଲିବ୍ରେସନ କରିବା ପରେ ମୁମ୍ବାଇର ମରୀନ ଡ୍ରାଇଭରୁ ୱାନଖେଡ଼େ ଷ୍ଟାଡିୟମ ପର୍ଯ୍ୟନ୍ତ ପରେଡ କରିଥିଲା ରୋହିତ ସେନା । ତେବେ ଟି-୨୦ କ୍ରିକେଟରୁ ବିଦାୟ ନେବା ପରେ ନିଜ ସୋସିଆଲ ଆକାଉଣ୍ଟରେ ଡିପି ପରିବର୍ତ୍ତନ କରିଛନ୍ତି ରୋହିତ ଶର୍ମା ।

ଆଇସିସି ଟି-୨୦ ବିଶ୍ୱକପରେ ଭାରତକୁ ଚମ୍ପିଆନ୍ କରାଇବା ପରେ ବିଦାୟ ନେଇଛନ୍ତି ରୋହିତ ଶର୍ମା । ଏହାପରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରିଛନ୍ତି ରୋହିତ । ଆଜି ଅପରାହ୍ନରେ ଭାରତୀୟ ଅଧିନାୟକ ନିଜ ପ୍ରୋଫାଇଲ ବଦଳାଇଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିଶ୍ୱକପ ଫାଇନାଲରେ ବିଜୟ ହାସଲ କରିବା ପରେ ରୋହିତ ଭାରତୀୟ ପତାକାକୁ ଉତ୍ତୋଳନ କରିଛନ୍ତି । ୱେଷ୍ଟଇଣ୍ଡିଜ ମାଟିରେ ଚମ୍ପିଆନ୍ ଭାରତର ପତାକା ଉତ୍ତୋଳନ କରି ସାରା ଭାରତକୁ ଗୌରବ ଆଣିଛନ୍ତି ରୋହିତ । ତାଙ୍କର ଏହି ଫଟୋକୁ ବର୍ତ୍ତମାନ ସେ ନିଜ ପ୍ରୋଫାଇଲ ଫଟୋ ଭାବରେ ସେଟ୍ କରିଛନ୍ତି ।

ଅପରାହ୍ନରେ ରୋହିତ ନିଜ ପ୍ରୋଫାଇଲ ପରିବର୍ତ୍ତନ ହେବା ପରେ କୋଟି କୋଟି ଫ୍ୟାନ୍ସ ରୋହିତଙ୍କ ଏହି ପୋଷ୍ଟକୁ ଲାଇକ କରିଛନ୍ତି । ମାତ୍ର ୩ ଘଣ୍ଟା ଭିତରେ ଏହି ଫଟୋକୁ ୧ ମିଲିୟନ୍(୧୦ ଲକ୍ଷ) ରୁ ଅଧିକ ଲାଇକ୍ ମିଳିସାରିଛି । ଏହାପରେ ମଧ୍ୟ ସୋସିଆଲ ମିଡିଆରେ ରୋହିତଙ୍କ ଏହି ଫଟୋକୁ ଲାଇକ୍ ବୃଦ୍ଧି ପାଇବାରେ ଲାଗିଛି । ୧୭ ବର୍ଷ ପରେ ଭାରତକୁ ଟି-୨୦ ବିଶ୍ୱକପ ବିଜୟୀ କରାଇଛନ୍ତି ଅଧିନାୟକ ରୋହିତ । ବିଶ୍ୱକପ ଜିତିବା ପରେ ରୋହିତ ଶର୍ମାଙ୍କ ବିଭିନ୍ନ ସେଲିବ୍ରେସନ ଷ୍ଟାଇଲ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Get real time updates directly on you device, subscribe now.