fbpx

ପୃଥିବୀ ଉପରେ ବଡ଼ ବିପଦ! ବାୟୁମଣ୍ଡଳରେ ଉଠିବ ଝଡ଼… ଚିନ୍ତାରେ ନାସାର ବୈଜ୍ଞାନିକ

ଓଡ଼ିଶା ଭାସ୍କର: ପୃଥିବୀର ଅସ୍ଥିତ୍ୱ ଉପରେ ଏକ ବଡ଼ ବିପଦ ଥିବା ନେଇ ଆଶଙ୍କା ଦେଖାଦେଇଛି । ତେଣୁ ଏହି ମାମଲାକୁ ନେଇ ସାରା ବିଶ୍ୱର ହଜାର ହଜାର ବୈଜ୍ଞାନିକ ରିସର୍ଚ୍ଚରେ ଲାଗି ପଡ଼ିଛନ୍ତି । ରିସର୍ଚ୍ଚରୁ ବିଭିନ୍ନ ପ୍ରକାରର ଖୁଲାସା ମଧ୍ୟ ରେକର୍ଡ କରାଯାଇଛି । ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ନାସାର ବୈଜ୍ଞାନିକ । ନାସାର ବୈଜ୍ଞାନିକ ବର୍ତ୍ତମାନ ଏହାକୁ ନେଇ ଏକ ବଡ଼ ସନ୍ଧାନ ପାଇଛନ୍ତି । ଆଗାମୀ କିଛି ଦିନ ମଧ୍ୟରେ ପୃଥିବୀ ପ୍ରତି ଏକ ବଡ଼ ବିପଦ ଥିବା ନେଇ ଏବେ ଚିନ୍ତାରେ ରହିଛନ୍ତି ବୈଜ୍ଞାନିକ ।

ସୂଚନା ଅନୁସାରେ, ୨୦୧୮ ମସିହାରେ ନାସା ଏକ ସାଟେଲାଇଟ ଲଞ୍ଚ୍ କରିଥିଲା । ଏହାର ନାମ ଥିଲା ‘ଗ୍ଲୋବାଲ ସ୍କେଲ ଅବଜର୍ଭେସନସ ଅଫ ଦ ଲିମ୍ବ ଆଣ୍ଡ ଡିସ୍କ ବା ଗୋଲ୍ଡ’ । ଏହି ସାଟେଲାଇଟ ବର୍ତ୍ତମାନ ପୃଥିବୀର ଆଇନୋସ୍ଫିୟରରେ ଏକ୍ସ ଏବଂ ସି ଆକୃତିର ୨ଟି ଷ୍ଟ୍ରକଚର ଚିହ୍ନଟ କରିଛନ୍ତି । ଆଇନୋସ୍ଫିୟର ଆମ ବାୟୁମଣ୍ଡଳର ସବୁଠାରୁ ବାହାରେ ଥିବା ସ୍ତର ଏବଂ ଏଥିରେ ସୂର୍ଯ୍ୟକିରଣର ଅଧିକ ପ୍ରଭାବ ମଧ୍ୟ ପଡ଼ିଥାଏ । ତେବେ ଏହି ୨ ଷ୍ଟ୍ରକଚର ଖୁବ କମ୍ ସମୟରେ ଦେଖିବାକୁ ମିଳିଥାଏ । ବାୟୁମଣ୍ଡଳର ଏହି ସ୍ତରରେ ରେଡିଓ ତରଙ୍ଗ ଧକ୍କା ହୋଇ ପୁଣିଥରେ  ପୃଥିବୀକୁ ଫେରିଥାଏ । ଅର୍ଥାତ୍ ବିଶ୍ୱର ସମସ୍ତ ସଞ୍ଚାର ତନ୍ତ୍ର ଆଇନୋସ୍ଫିୟର ଦ୍ୱାରା ସଞ୍ଚାଳିତ ହୋଇଥାଏ । ତେବେ ଏହି ଆଇନୋସ୍ଫିୟରରେ କୌଣସି ସମସ୍ୟା ହେଲେ, ପୃଥିବୀ ଧ୍ୱଂସ ମଧ୍ୟ ହୋଇପାରେ ।

ଏହା ଉପରେ ରିସର୍ଚ୍ଚ କରୁଥିବା ବୈଜ୍ଞାନିକ ଫଜଲୁଲ ଲସ୍କର କହିଛନ୍ତି ଯେ, ଏହାପୂର୍ବରୁ ଏଭଳି ଷ୍ଟ୍ରକଚର ସାଧାରଣତଃ ଜିଓମ୍ୟାଗ୍ନେଟିକ ଡିଷ୍ଟର୍ବାନ୍ସ ସମୟରେ ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ଏଭଳି କୌଣସି ଘଟଣା ନଥାଇ ମଧ୍ୟ ଏସବୁ ଷ୍ଟ୍ରକଚର ଦେଖାଯିବା ବିପଦର ପୂର୍ବ ସଂକେତ ହୋଇପାରେ । ଏହାପରେ ସେ କହିଛନ୍ତି ଯେ, ପୃଥିବୀର ତଳସ୍ତରର ବାତାବରଣ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିପାରେ । ଏହା ପୃଥିବୀ ପ୍ରତି ବଡ଼ ବିପଦ ସାଜିପାରେ ବୋଲି ମଧ୍ୟ ସେ ଶଙ୍କା ଜାହିର କରିଛନ୍ତି । ତେବେ ଏହା ଆଗକୁ କେଉଁ ମୋଡ଼ ନେବ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ଏଯାବତ୍ ମିଳି ପାରିନାହିଁ । ବର୍ତ୍ତମାନ ଏହି ଷ୍ଟ୍ରକଚର ସୃଷ୍ଟି ହେବାର କାରଣ ଖୋଜିବାରେ ଲାଗିଛନ୍ତି ବୈଜ୍ଞାନିକ ।

Get real time updates directly on you device, subscribe now.