fbpx

Kissing Diseaseକୁ ନେଇ ସତର୍କ ଘଣ୍ଟି! କିସ୍ କରିବା ଦ୍ୱାରା ଲିଭର ଅକାମୀ ହୋଇପାରେ, ଗଳାରେ ସଂକ୍ରମଣ ହୋଇପାରେ, ରୋମାନ୍ସ ବେଳେ ମାତୁଛି ଭାଇରସ୍

ନୂଆଦିଲ୍ଲୀ: କରୋନା ଭାଇରସର କହର ଆଜି ବି ବିଶ୍ୱବାସୀଙ୍କ ମନରୁ ଲିଭି ନଥିବା ବେଳେ ଏହା ମଧ୍ୟରେ ଏକ ବଡ଼ ବିମାରୀକୁ ନେଇ ଚିନ୍ତା ବଢ଼ିଛି । ‘କିସିଂ ଡିଜିଜ୍’ ବା ଗ୍ଲାଣ୍ଡୁଲାର ଫିଭର ବିଭିନ୍ନ ରାଷ୍ଟ୍ର ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି । ଏହା ଏକ ସଂକ୍ରାମକ ବିମାରୀ ହୋଇଥିବା ବେଳେ ବ୍ରିଟେନରେ ଏହି ଭାଇରସରେ ସଂକ୍ରମିତ ହୋଇ ଜଣେ କଲେଜ ଷ୍ଟୁଡେଣ୍ଟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏପଷ୍ଟିନ-ବାର୍ ନାମକ ଏକ ଭାଇରସ ଦ୍ୱାରା କିସିଂ ଡିଜିଜ୍ ମଣିଷ ଦେହରେ ବ୍ୟାପିଥାଏ । ଏହାପରେ ସଂକ୍ରମିତ ବ୍ୟକ୍ତିଙ୍କ ଲାଳରୁ ଏହା ଅନ୍ୟ ବ୍ୟକ୍ତିଙ୍କୁ ସଂକ୍ରମିତ କରିଦେଇଥାଏ ।

କିସ୍ କରିବା, ଖାସିବା, ଛିଙ୍କିବା, ଗୋଟିଏ ଚାମଚରେ ଏକାଠି ଖାଇବା, ଗୋଟିଏ ସିଗାରେଟକୁ ସେବନ କରିବା, ଗୋଟିଏ ଗ୍ଲାସରେ ପାଣି ପିଇବା, ଗୋଟିଏ ଷ୍ଟ୍ର’ରେ ପାନୀୟ ପିଇବା ଦ୍ୱାରା ଏହି ଭାଇରସ୍ ସଂକ୍ରମଣ ବଢ଼ିଥାଏ । ଏହି ଭାଇରସ ଶରୀରରେ ପ୍ରବେଶ କରିବା ପରେ ସର୍ବପ୍ରଥମେ ଗଳାରେ ତା’ର ପ୍ରଭାବ ଦେଖିବାକୁ ମିଳିଥାଏ । ଖାସ ହେବା ସହିତ ଗଳା ଖରାପ ହୋଇଥାଏ ଓ ଟନସିଲ ହେବା ଅନୁଭବ ହୋଇଥାଏ । ବ୍ୟକ୍ତିକୁ ଗଳା ଯନ୍ତ୍ରଣା ହୋଇଥାଏ ଓ ତାଙ୍କୁ ଗ୍ଲାଣ୍ଡୁଲାର ବୁଖାର ହୋଇଥାଏ । ଏହି ବୁଖାରରେ ଗଳାର ଗ୍ରନ୍ଥିରେ ଫୁଲା ଦେଖିବାକୁ ମିଳିଥାଏ । ଏହାପରେ ବାନ୍ତି ହୋଇଥାଏ ଓ ବାରମ୍ବାର ଝାଳ ବହିଥାଏ ।

ପରେ ଅତ୍ୟଧିକ ବୁଖାର ହେବା ସହିତ ମୁଣ୍ଡ ଓ ଶରୀରରେ ଯନ୍ତ୍ରଣା ହୋଇଥାଏ । ଏଥିସହିତ ଭୋକ ମରିଯିବା, ଲିଭରେ ଯନ୍ତ୍ରଣା ହେବା ମଧ୍ୟ ଏହାର ଗୋଟିଏ ଗୋଟିଏ ଲକ୍ଷଣ । ମଣିଷର ଲାଳ ଜରିଆରେ ଏହା ଶରୀର ମଧ୍ୟରେ ପ୍ରବେଶ କରୁଥିବାରୁ ଏହାକୁ କିସିଂ ଡିଜିସ୍ କୁହାଯାଏ । କିସିଂ ଡିଜିର ସବୁଠାରୁ ଅଧିକ ପ୍ରଭାବ ଲିଭର ଉପରେ ପଡ଼ିଥାଏ । ଏହା ଦ୍ୱାରା ଲିଭର ଫେଲୁଅର ଓ ହେପାଟାଇଟିସ୍ ମଧ୍ୟ ହୋଇପାରେ । ତେଣୁ ସେଥିପାଇଁ ହାଇଜିନ ମେଣ୍ଟେନ୍ନ କରିବା ସହିତ ଅନ୍ୟ ନିୟମ ପାଳନ ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି ।

ଏହି ରୋଗ ଯେ କୌଣସି ଲୋକକୁ ବି ସଂକ୍ରମିତ କରିପାରେ । ଘରମାନଙ୍କରେ ଗୋଟିଏ ଗ୍ଲାସରେ ଏକାଧିକ ଲୋକ ପାଣି ପିଇବା, ଗୋଟିଏ ଷ୍ଟ୍ର’ରେ ଜୁସ, ଲସି ଆଦି ପିଇବା କ୍ଷେତ୍ରରେ ସାବଧାନ ରହିବା ଜରୁରୀ । ବିଶେଷ କରି ଯୁବ ବୟସରେ ପ୍ରେମ କରୁଥିବା ଯୁବପୀଢ଼ିମାନେ ଏନେଇ ସତର୍କ ରହିବା ଆବଶ୍ୟକ । ପୁରୁଷ ବା ମହିଳା ପାର୍ଟନରଙ୍କ ସହିତ ଚୁମ୍ବନ ଦିଆନିଆ ସମୟରେ ଆମର ଲାଳ ମାଧ୍ୟମରେ ଭାଇରସ ପାର୍ଟନରଙ୍କ ଶରୀରରେ ପ୍ରବେଶ କରିବାର ସମ୍ଭାବନା ରହିଥାଏ । ତେଣୁ ଏନେଇ ପ୍ରେମୀଯୁଗଳମାନେ ସାବଧାନ ରହିବା ଆବଶ୍ୟକ । ପ୍ରେମ ନିଶା ଅନେକ ସମୟରେ ଆମ ପାଇଁ ମହଙ୍ଗା ପଡ଼ିପାରେ ।

Get real time updates directly on you device, subscribe now.